ଆବଶ୍ୟକ ସାମଗ୍ରୀ: ଛତୁ, ବେସନ, ମସଲା ଗୁଣ୍ଡ, ରସୁଣ କଟା, ପୋସ୍ତ ବଟା, ଜୀରା ବଟା, ପିଆଜ, ଅଦା, ଲଙ୍କା, ଲୁଣ, ଆଳୁ ଓ ତେଲ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛତୁକୁ ଛୋଟ ଛୋଟ କାଟି ତାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ପରେ ତାକୁ ପାଣିରେ ସିଝାଇ ଦିଅନ୍ତୁ। ଏହା ସିଝି ଗଲା ପରେ ତାକୁ ଥଣ୍ଡା ହେବା ପାଇଁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏହା ଥଣ୍ଡା ହୋଇଗଲା ପରେ ସେଥିରେ ବେସନ, ମସଲା ଗୁଣ୍ଡ, ରସୁଣ କଟା, ପୋସ୍ତ ବଟା, ଜିରା ବଟା, କଟା ପିଆଜ, କଟା ଅଦା, କଞ୍ଚା ଲଙ୍କା, ସ୍ୱାଦ ଅନୁସାରେ ଲୁଣ, ସିଝା ଆଳୁ ଓ ତେଲ ପକାଇ ଭଲ ଭାବେ ଚକଡି ଦିଅନ୍ତୁ।
ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପେଷ୍ଟରୁ ବରା ଆକାରରେ ଗଢନ୍ତୁ। ପରେ ତାକୁ ତେଲରେ ଛାଣନ୍ତୁ। ବରାର ଦୁଇ ପାଖ ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଛତୁ ବରା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Food
ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି, ମାନକ ମାପିବ FSSAI
ପ୍ୟାକେଜ୍ ପାଣି ସ୍ୱାସ୍ଥ୍ୟ ପାଇଁ ହାନିକାରକ କି, ନୁହେଁ, ଜାଣନ୍ତୁ...