ଆବଶ୍ୟକ ସାମଗ୍ରୀ: ଇଲିସି ମାଛ, କଟା ଟମାଟୋ, ଗୋଟା ରସୁଣ, କଞ୍ଚାଲଙ୍କା, ହଳଦୀ ଗୁଣ୍ଡ, ସୋରିଷ ମସଲା, ଲଙ୍କା ଗୁଣ୍ଡ, ତେଲ, ଲୁଣ ଓ ଲେମ୍ୱୁ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଇଲିସି ମାଛକୁ ଭଲ ଭାବରେ ଧୋଇ ସେଥିରେ ଲୁଣ ଓ ହଳଦି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ସୋରିଷ, ଜିରା, ରସୁଣ ଓ କଞ୍ଚାଲଙ୍କା ବଟା, କଟା ଟମାଟୋ, ଲେମ୍ୱୁରସ, ଲଙ୍କାଗୁଣ୍ଡ ଓ ଅଳ୍ପ ରିଫାଇନ୍ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସ୍ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ ଏବଂ ସେଥିରେ ମସଲା ଗୋଳା ଇଲିସି ମାଛକୁ ପକାନ୍ତୁ।
Also Read
ଏହାପରେ ମାଛ ଉପରେ ଲେମ୍ୱୁରସ, ଗୋଟା ରସୁଣ ଓ ଗୋଟା କଞ୍ଚାଲଙ୍କା ପକାଇ ଧିମା ଆଞ୍ଚରେ ଘୋଡ଼ଣି଼ ଦେଇ ଢ଼ାଙ୍କି ଦିଅନ୍ତୁ। ୮ରୁ ୧୦ ମିନିଟ୍ ପରେ ଘୋଡ଼ଣି ବାହାର କରି ମାଛକୁ ଓଲଟାଇ ଦିଅନ୍ତୁ। ପୁଣି ଘୋଡ଼ଣି ଘୋଡ଼ାଇ ଦିଅନ୍ତୁ। ୧୦ରୁ ୧୨ ମିନିଟ୍ ପରେ ପ୍ରସ୍ତୁତ ହୋଇଗଲା କଞ୍ଚା ଇଲିସି ଲେମ୍ୱୁ ମସଲା। ଏହାକୁ ଗରମ ଭାତ ଓ ରୁଟି ସହ ଖାଇପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଛେନା ମସଲା
ଏହି ରେସିପିଟିକୁ ରୁଟି କିମ୍ୱା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।
Food
ମହାଷ୍ଟମୀରେ ଘରେ ତିଆରି କରନ୍ତୁ ମିଠା ଚପ୍
ମହାଷ୍ଟମୀରେ ଘରେ ତିଆରି କରି ପରିବାର ଲୋକଙ୍କୁ ଖୁଆନ୍ତୁ, ନିଜେ ମଧ୍ୟ ଖାଆନ୍ତୁ।
Food
WWFର ପ୍ରଶଂସା- ଭାରତର ଖାଦ୍ୟ ପ୍ରଣାଳୀ ପରିବେଶ ପାଇଁ ସବୁଠୁ ଭଲ
ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଆମେରିକା, ବ୍ରାଜିଲ୍ ଏବଂ ଫ୍ରାନ୍ସ ଭଳି କେତେକ ରାଷ୍ଟ୍ର ଏପରି ଖାଦ୍ୟ ଖାଉଛନ୍ତି, ଯାହା ଦ୍ୱାରା ପରିବେଶ ଉପରେ ସବୁଠୁ ଅଧିକ କୁପ୍ରଭାବ ପଡ଼ୁଛି।
Food
ମହାସପ୍ତମୀରେ ଘରେ ତିଆରି କରନ୍ତୁ ‘ଛେନା ଝିଲି’
ପ୍ରସ୍ତୁତ ହୋଇଗଲା ଛେନା ଝିଲି। ଛେନା ଝିଲିକୁ ରୁଟି ଓ ପରଟା ସହିତ ଖାଇପାରିବେ।
Food
ପାଟିକୁ ସୁଆଦିଆ, ଘରେ ତିଆରି କରନ୍ତୁ ମୁଗ ତିଖିର
ଅତି ଅଳ୍ପ ଜିନିଷରେ ଓ ଅଳ୍ପ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଏହି ସୁଆଦିଆ ଆଇଟମ୍।