Advertisment

‘ପ୍ରକୃତି ଓ ମହିଳା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଉପଲେକ୍ଷ ଇଲା ପଣ୍ଡା ସେଣ୍ଟର ଫର ଆର୍ଟସ୍ ତରଫରୁ କଳା ମାଧ୍ୟମରେ ଏହି ମହିଳା ଦିବସକୁ ପାଳନ କରାଯିବ। ଏଥିପାଇଁ IPCA ପକ୍ଷରୁ ଏକ ଅନଲାଇନ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି, ଯାହାର ନାଁ ରହିଛି ‘ପ୍ରକୃତି’। ପ୍ରକୃତି ଓ ମହିଳାକୁ ନେଇ ଥିମ୍ ଉପରେ ଆଧାରିତ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିବା ପ୍ରତିଯୋଗୀଙ୍କ କଳାକୃତିକୁ ଆସନ୍ତା ମାର୍ଚ୍ଚ ୮ ତାରିଖରେ […]

author-image
Madhupriya Mistry
‘ପ୍ରକୃତି ଓ ମହିଳା’

Prakriti-and-Nature

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଉପଲେକ୍ଷ ଇଲା ପଣ୍ଡା ସେଣ୍ଟର ଫର ଆର୍ଟସ୍ ତରଫରୁ କଳା ମାଧ୍ୟମରେ ଏହି ମହିଳା ଦିବସକୁ ପାଳନ କରାଯିବ। ଏଥିପାଇଁ IPCA ପକ୍ଷରୁ ଏକ ଅନଲାଇନ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି, ଯାହାର ନାଁ ରହିଛି ‘ପ୍ରକୃତି’। ପ୍ରକୃତି ଓ ମହିଳାକୁ ନେଇ ଥିମ୍ ଉପରେ ଆଧାରିତ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିବା ପ୍ରତିଯୋଗୀଙ୍କ କଳାକୃତିକୁ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଅନଲାଇନ ଜରିଆରେ ପ୍ରଦର୍ଶନ କରାଯିବ। IPCA ୱେବସାଇଟ ଏବଂ ଫେସବୁକରେ ଏହି କଳା ପ୍ରଦର୍ଶନୀ ହେବ।

Advertisment

ଏହି ପ୍ରତିଯୋଗୀତାରେ ଭାଗ ନେବାକୁ ଇଚ୍ଛୁକ ଥିବା ଓଡ଼ିଆ ମହିଳାମାନେ [email protected] ୱେବସାଇଟ ଜରିଆରେ ଲଗଇନ୍ କରି ନିଜ ଆର୍ଟୱର୍କ ସହ ଏକ ଫଟୋକୁ ମଧ୍ୟ ପଠାଇବାକୁ ପଡିବ। ଫଟୋର ସାଇଜ ୩୦୦ ରିଜୋଲ୍ୟୁସନ ଏବଂ 5mbରୁ ଯେପରି ଅଧିକ ନଥିବ, ସେଥିପ୍ରତି ଧ୍ୟାନ ଦେବେ।

୧୮ ବୟସରୁ ଅଧିକ ବୟସ୍କ ମହିଳାମାନ ଏଥିରେ ଭାଗ ନେଇପାରିବେ। ପ୍ରକୃତି ଏବଂ ମହିଳାଙ୍କ ଉପରେ ଆଧାରିତ ଥିମକୁ ନେଇ ସେମାନ ନିଜର ପେଣ୍ଟିଂ, ଡ୍ରଇଂ, ଫଟୋଗ୍ରାଫି, କ୍ରିଏଟିଭିଟି ୱର୍କ ଆଦିର ଫଟୋକୁ ସେମାନେ ଫଠାଇ ପାରିବେ। କେବଳ ଫଟୋ ନୁହେଁ  ପଠାଇ ଥିବା ଫଟୋ ସମ୍ବନ୍ଧୀୟ କିଛି ତଥ୍ୟ ମଧ୍ୟ ଉପସ୍ଥାପନ କରିବେ।

Advertisment

ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ କଳାକାରମାନ ଏଥିରେ ଭାଗ ନେଇପାରିବେ। ଏଥିପାଇଁ କୌଣସି ଶୁଳ୍କ ବା ଫି’ ଦେବାକୁ ପଡିବ ନାହିଁ। ସମସ୍ତ ପ୍ରତିଯୋଗୀଙ୍କୁ ସେମାନଙ୍କ ଇ-ମେଲ ଜରିଆରେ ସିର୍ଟିଫିକେଟ ପ୍ରଦାନ କରାଯିବ।

ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ମାର୍ଚ୍ଚ ୫ ଶେଷ ତାରିଖ ରହିଛି। ମାର୍ଚ୍ଚ ୫ ତାରିଖ ସୁଦ୍ଧା ସମସ୍ତ ଇଚ୍ଛୁକ ପ୍ରତିଯୋଗୀ ନିଜ ନିଜ କଳାକୃତି ସହ ଫଟୋ ପଠାଇବେ। ଅନଲାଇନ ଡିସପ୍ଲେ  ଜରିଆରେ ବିଚାରକ ମଣ୍ଡଳୀ ଫଟୋ ଏବଂ କଳାକୃତିକୁ ଦେଖି ପ୍ରତିଯୋଗିତାର ବିଜେତା କିଏ ତାହା ନିଷ୍ପତ୍ତି ନେବେ।publive-image

IPCA