NAC ଦାବିରେ ତିହିଡି ବନ୍ଦ; ଜୀବନଯାତ୍ରା ଠପ୍

ନିକଟରେ ଅନେକ ଅଞ୍ଚଳକୁ ରାଜ୍ୟ ସରକାର ଏନଏସି ଘୋଷଣା କରିଥିବା ବେଳେ ତିହିଡି ପ୍ରତି ଏତେ ବୈମାତୃକ ମନୋଭାବ କଣ ପାଇଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ବନ୍ଦ ଯୋଗୁ ଦୋକାନବଜାର ବନ୍ଦ ରହିଛି

  • Published: Saturday, 16 March 2024
  • , Updated: 16 March 2024, 07:54 AM IST

ତିହିଡିକୁ ଏନଏସି ଦାବିରେ ୮ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଛି। ତିହଡି ବ୍ଲକ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି।

ନିକଟରେ ଅନେକ ଅଞ୍ଚଳକୁ ରାଜ୍ୟ ସରକାର ଏନଏସି ଘୋଷଣା କରିଥିବା ବେଳେ ତିହିଡି ପ୍ରତି ଏତେ ବୈମାତୃକ ମନୋଭାବ କଣ ପାଇଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଆଜିର ବନ୍ଦ ପାଇଁ ସମସ୍ତ ବ୍ୟବସାୟୀକ ଅନୁଷ୍ଠାନ ସହ ଦୋକାନ ବଜାର ବନ୍ଦ ରହିଛି। ଏନଏସି ପାଇଁ ତିହିଡ଼ି ଦୀର୍ଘବର୍ଷ ହେଲା ସମସ୍ତ ଯୋଗ୍ୟତା ହାସଲ କରିଥିଲେ ମଧ୍ୟ ତିହିଡ଼ିକୁ ଅବହେଳା କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି।

ତିହିଡ଼ି ବ୍ଲକରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପୁରୁଣା ଥାନା, ବିଭିନ୍ନ ନିର୍ମାଣ ବିଭାଗର ଅଧିକାରୀଙ୍କ କାର୍ଯ୍ୟାଳୟ,ବିଦ୍ୟୁତ ବିଭାଗ ଠାରୁ ଆରମ୍ଭ କରି ଅଗ୍ନିଶମ କେନ୍ଦ୍ର, ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ, ଏକାଧିକ ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ ତିହିଡ଼ିରେ ରହିଛି। ହେଲେ ତିହିଡ଼ି ଏନଏସି
ହେବାରୁ କାହିଁକି ବଞ୍ଚିତ ହେଉଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

Related story