ରାଜ୍ୟରେ ମାପ ଓ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି କେତେକ ବ୍ୟବସାୟୀ। ବର୍ଷକରେ ୨,୮୪୬ ଦୋକାନୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି। ୨୧୮୧ ବ୍ୟବସାୟୀ କମ୍ପ୍ୟୁଟର ଓଜନରେ ଠକୁଥିବା ଜଣାପଡିଛି। ସେହିପରି ୧୦୧ ଜଣ ବ୍ୟବସାୟୀ ବଟକରା ଓ ୯୫ ଜଣ ପଳାରେ ଠକୁଛନ୍ତି। ଆଜି ବିଧାନସଭାରେ ଏପରି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ସେପଟେ ପେଟ୍ରୋଲ୍ ପମ୍ପରେ ମଧ୍ୟ ଜାଲିଆତି ହେଉଛି। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ପେଟ୍ରୋଲ ପମ୍ପରେ ହେଉଛି ଠକେଇ। ରାଜ୍ୟରେ ୩୭୦ଟି ପେଟ୍ରୋଲ ପମ୍ପରେ ମାପରେ ଗଫଲତି ବୋଲି ମନ୍ତ୍ରୀ କହିଛନ୍ତି।
Also Read
ରାଜ୍ୟରେ ନିରୀହ ଲୋକଙ୍କୁ ଦୋକାନୀମାନେ ଠକୁଛନ୍ତି। ଯାହାଫଳରେ ଗରିବ ଲୋକଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ଠକି ନେଉଛନ୍ତି ବ୍ୟବସାୟୀ। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳର ଲୋକମାନେ ବଶୀ ଠକାମୀରେ ଶିକାର ହେଉଛନ୍ତି। ଆଉ ଯେଉଁମାନେ ଜାଣିପାରି ପ୍ରତିବାଦ କରୁଛନ୍ତି, ସେମାନେ ଦୋକାନୀଙ୍କ ଆକ୍ରୋଶରେ ଶିକାର ହେଉଛନ୍ତି। କେବେଳ ଦୋକାନୀ ନୁହେଁ, ପେଟୋଲ୍ ପମ୍ପ ମାଲିକମାନେ ମଧ୍ୟ ଗ୍ରାହକଙ୍କ ଉପଜରେ ଜୁଲମ ଦେଖାଉଥିବା ଅଭିଯୋଗ ହେଉଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆଇପିଏସ୍ କୁଳଦୀପ ମୀନା ରାଜ୍ୟପାଳଙ୍କ ନୂଆ ଏଡିସି
୨୦୨୧ ବ୍ୟାଚ୍ ଆଇପିଏସ୍ କୁଳଦୀପ ମୀନାଙ୍କୁ ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତି ମିଳିଛି ।
Miscellaneous
ଅରୁଣ ପଣ୍ଡା ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ, ୬ମାସ ସୁଦ୍ଧା ଦେବେ ରିପୋର୍ଟ
ମଙ୍ଗଳବାର ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳ ନିଜର କ୍ଷମତାର ଉପଯୋଗ କରି ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଗଠନ କରିଛନ୍ତି ।
Miscellaneous
କ୍ୟାବିନେଟ୍ ନିଷ୍ପତ୍ତି: ଶୀତଳଭଣ୍ଡାର ପାଇଁ ୬୦% ସବସିଡି, ଗ୍ରୀଡ଼କୋକୁ ୩୧୦୮କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି
ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟ ସେବା କ୍ୟାଡ଼ରରେ ମେଡିକାଲ ଅଫିସର ନିଯୁକ୍ତି,ପଦୋନ୍ନତି ଓ ସେବା ସର୍ତ୍ତାବଳୀକୁ ନିୟନ୍ତ୍ରଣ ପାଇଁ ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା ନିୟମାବଳୀ-୨୦୧୭ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମୋହନ ବାଜିଛି ।
Miscellaneous
୧୩ରୁ ବିଧାନସଭାର ୨୮ଦିନିଆ ଅଧିବେଶନ, ୧୭ରେ ବଜେଟ୍
ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୩ରୁ ୨୧ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ୭ରୁ ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ ।
Miscellaneous
ମନ୍ତ୍ରୀ ହତ୍ୟା ମାମଲା: ଚାଲିଛି ମିଡିଆ ଟ୍ରାଏଲ, ତଦନ୍ତରେ ତ୍ରୁଟି ଜଳଜଳ, ରହସ୍ୟଭେଦ କରିପାରିନି କ୍ରାଇମବ୍ରାଂଚ
ରାଜ୍ୟ ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ହତ୍ୟା ପଛର କ’ଣ କାରଣ ରହିଛି ତାହା ଜାଣିବାରେ କ୍ରାଇମବ୍ରାଂଚ ସକ୍ଷମ ହୋଇନି ।