ନୟାଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ନେଇ ବାଟ ଫିଟିଲା। ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅନୁମତି ଦେଇଛି। ୧୫୨୪ ହେକ୍ଟର ଜଙ୍ଗଲ ଜମିର ଅଣ ଜଙ୍ଗଲ ବ୍ୟବହାର ପାଇଁ ଅନୁମତି ମିଳିଲା। ଦୀର୍ଘ ୩୦ ବର୍ଷ ଧରି ଏହି ଯୋଜନାଟି ଜଙ୍ଗଲ ଅନୁମତି ପାଇଁ ଅପେକ୍ଷା କରିଥିଲା।
ବୃତଙ୍ଗ ଜଳସେଚନ ପ୍ରକଳ୍ପ ହେଲେ ୨୩,୦୦୦ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରିବ। ଏହାଦ୍ୱାରା ଚାଷୀ ଉପକୃତ ହେବେ।
Also Read
ସୂଚନା ଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିକଟରେ ନୂଆଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ଏ ସମ୍ପର୍କରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏହା ପରେ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଏଥିପାଇଁ ସମ ପରିମାଣର ଅଣ ଜଙ୍ଗଲ ଅଞ୍ଚଳରେ ବନୀକରଣ ସହିତ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀର ଅନୁପାଳନ କରାଯିବ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ବଜ୍ରପାତରେ କଲେଜ ଛାତ୍ରୀଙ୍କ ସମେତ ୪ ମୃତ
ପ୍ରାୟ ସମସ୍ତେ ବିଲକୁ ଯାଇଥିବା ବେଳେ ବଜ୍ରପାତରେ ଜୀବନ ହରାଇଛନ୍ତି।

Miscellaneous
ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ : ଏଫଏମ୍ କଲେଜ ଅଧ୍ୟକ୍ଷ ନିଲମ୍ବିତ, ମହଙ୍ଗା ପଡ଼ିଲା ଅଭିଯୋଗକୁ ଅଣଦେଖା
ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ଦୁଇଟି ଭିନ୍ନ ଭିନ୍ନ ନିର୍ଦ୍ଦେଶନାମା ଅନୁସାରେ, ଏଫଏମ କଲେଜରେ ଜୁଲାଇ ୧୨ତାରିଖ(ଆଜି) ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ଏହି କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଉପଯୁକ୍ତ ଢଙ୍ଗରେ ପରିଚାଳନା କରିପାରିନଥିବା ସରକାର ଅନୁଭବ କରିଛନ୍ତି । ଏପରିକି କଲେଜ ଅଧ୍ୟକ୍ଷ ଭାବେ ନିଜର ଦାୟିତ୍ୱ ମଧ୍ୟ ତୁଲାଇବାରେ ଶ୍ରୀ ଘୋଷ ବିଫଳ ହୋଇଥିବା ଜଣାପଡ଼ିଛି । ତେଣୁ ତାଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବନ କରାଯାଇଛି ।

Miscellaneous
ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍
ଡ୍ରାଇଭର୍ ମହାସଂଘର ଆନ୍ଦୋଳନ ଯୋଗୁ ବନ୍ଦ ଥିଲା ବସ୍ ଚଳାଚଳ।

Miscellaneous
ଖବର ବାଜିଲା, ଜିଏ ଉଠିଲା!
ଆଜି ଜିଏ ଓ ବିଡିଏର ଜଏଣ୍ଟ ଏଭିକସନ୍ ସ୍କାଡ୍ ପଟିଆ ଶିଶୁ ବିହାର ଅଂଚଳରେ ପ୍ଲଟ-୪୧୨ରେ କିଟ୍ ଦଖଲରେ ଥିବା ସରକାରୀ ଜମିରୁ ଉଚ୍ଛେଦ ଆରମ୍ଭ କରିଛି। ଏଠାରେ କିଟ୍ ପକ୍ଷରୁ କେତେକ ଛୋଟ ଷ୍ଟୋର ରୁମ୍ କରାଯାଇ ପାଚେରୀ ଘେରାଯାଇଥିଲା। ତା ଭିତରେ ବାଲି ବି ଜମା କରାଯାଇଥିଲା।

Miscellaneous
ଓଡ଼ିଶା ପୁଲିସରେ ଟେଣ୍ଡର ଫିକ୍ସିଂ ଜଳଜଳ: ସନ୍ଦେହଘେରରେ ଗୃହ ବିଭାଗ ଓ ଡିଜିପି ଅଫିସ୍
‘ଉପକୂଳ ସୁରକ୍ଷା ପାଇଁ ଡ୍ରୋନକିଣା’ ହେଉ କି ‘ସିଷ୍ଟମ ଇଣ୍ଟିଗ୍ରେଟର ଚୟନ’ରେ ଟେଣ୍ଡର ପ୍ରକ୍ରିୟା, ସବୁଥିରେ ଅନିୟମିତତା ଜଳଜଳ ଦିଶୁଥିଲେ ମଧ୍ୟ ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି ।