Advertisment

ଭୋଟ ପାଇଁ ଯାଉଥିଲା କି ନୋଟ? କାରରୁ ମିଳିଲା ନଗଦ ୪.୫ ଲକ୍ଷ

ନେତାମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି। ବିଭିନ୍ନ ଉପାୟରେ ସେମାନେ ଲୋକଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରୁଛନ୍ତି।

author-image
Hemant Lenka
Money

Money

ଦେଶ ତଥା ରାଜ୍ୟରେ ଏବେ ନିର୍ବାଚନ ଋତୁ ଚାଲିଛି। ଏପ୍ରିଲ ୧୯ରୁ ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହେବ। ସେହିପରି ଓଡ଼ିଶାରେ ମେ’ ୧୩ରୁ ଲୋକମାନେ ୩ଟି ପର୍ଯ୍ୟାୟରେ ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ମତାଧିକାର ସାବ୍ୟସ୍ତ କରିବେ।

Advertisment

ଏହାପୂର୍ବରୁ କିନ୍ତୁ ନେତାମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି। ବିଭିନ୍ନ ଉପାୟରେ ସେମାନେ ଲୋକଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରୁଛନ୍ତି।

ତେବେ ଭୋଟ ବେଳେ ଟଙ୍କା ବାଣ୍ଟିବାର ମଧ୍ୟ ନଜିର ରହିଛି। ପ୍ରତିଥର ନିର୍ବାଚନ ବେଳେ ବିଭିନ୍ନ ଗାଡ଼ିରୁ ଟଙ୍କା ଜବତ ହୋଇଥାଏ। ଏହିକ୍ରମରେ ଆଜି ପ୍ରଥମଥର ପାଇଁ ଜବତ ହୋଇଛି ନଗଦ ଟଙ୍କା। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଡିଡି ଘାଟିରେ ଧରା ପଡ଼ିଛି ଗୋଟିଏ କାର।

Advertisment

ଯାଞ୍ଚ ବେଳେ କାର ଭିତରୁ ମିଳିଛି ୪ ଲକ୍ଷ ୫୦ ହଜାର ଟଙ୍କା। ଫ୍ଲାଇଂ ସ୍କ୍ୱାଡ କାର ସହ ଟଙ୍କା ଜବତ କରିଛି। ଏଥିସହ ଡ୍ରାଇଭରକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ହାଜର କରାଇଛି।

ଲକ୍ଷ୍ମୀପୁର ଫ୍ଲାଇଂ ସ୍କ୍ୱାଡ ଡ୍ରାଇଭରଙ୍କୁ ଧରିଥିବା ବେଳେ ସେ କାରରେ ଟଙ୍କାର ହିସାବ ଦେଇ ପାରି ନାହାନ୍ତି। ତେଣୁ ଆଗାମୀ ନିର୍ବାଚନରେ ଲୋକଙ୍କୁ ଟଙ୍କା ବାଣ୍ଟିବା ପାଇଁ କୌଣସି ପ୍ରାର୍ଥୀ ଏତେ ପରିମାଣର ଟଙ୍କା ନେଉଥିବା କୁହାଯାଇଛି।

ଟଙ୍କା ଜବତ ସମୟରେ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ରହିଥିବା ଗୁରେଶ୍ୱର ଭୋଇ ଉପସ୍ଥିତ ରହିଥିଲେ। ଏବେ ସେ ପୂରା ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି।

Odisha