ମହୁମାଛି ଆକ୍ରମଣ ଜଣେ ଗୁରୁତର

ମହୁ ମାଛି ଆକ୍ରମଣ କରିଥିଲେ ଯେ ଶ୍ରୀଧର ଗୁରୁତର ହୋଇପଡ଼ି ଥିଲେ

ମହୁମାଛି ଅକ୍ରମଣରେ ଶ୍ରୀଧର ଗୁରୁତର

  • Published: Wednesday, 24 April 2024
  • , Updated: 24 April 2024, 07:03 PM IST

ମହୁମାଛି ଆକ୍ରମଣ ରେ ଜଣେ ଗୁରୁତର। ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ଶ୍ରୀଧର ଧରୁଆ। ତାଙ୍କ ଘର ହେଉଛି ପାଟଣାଗଡ଼ ଥାନା ମୁଣ୍ଡୋମହୁଲ ଗାଁରେ ବୋଲି ଜଣାପଡ଼ିଛି।

ଶ୍ରୀଧର ଆଜି ସକାଳେ ଖେତକୁ ଯାଇଥିଲେ। ଖେତରେ ହଳ କରୁଥିବା ବେଳେ ମହୁମାଛି ର ଶିକାର ହୋଇଥିଲେ। ଏତେ ମାତ୍ରାରେ ମହୁ ମାଛି ଆକ୍ରମଣ କରିଥିଲେ ଯେ ଶ୍ରୀଧର ଗୁରୁତର ହୋଇପଡ଼ି ଥିଲେ। ପରିବାର ଲୋକ ଖବାର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ।

ଘଟଣା ସ୍ଥଳରୁ ପରିବାର ଲୋକେ ଶ୍ରୀଧରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଏହା ପରେ ଅମ୍ବୁଲାନ୍ସକୁ ଖବାର ଦେଇଥିଲେ ପରିବାର ଳୋକ ଯଥା ଶିଘ୍ର ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ପାଟଣାଗଡ଼ ଡାକ୍ତରଖାନାକୁ ନେଥିଲା। ସେଠାରେ ତାଙ୍କର ଚିତ୍ସା ଚାଲିଛି। 

Related story