/odisha-reporter/media/post_attachments/uploadimage/library/16_9/16_9_0/IMAGE_1721904201.jpg)
Debaprasad Dash
୬ ବର୍ଷ ପରେ ଓଏଏସ୍ ଅଫିସର ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇଲେ ସରକାର। ୨୦୧୮ ମେ’ ୨୮ ତାରିଖରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ସେତେବେଳେ ସେ ଏସ୍ଏସ୍ଇପିଡି ବିଭାଗରେ ଯୁଗ୍ମ ସଚିବ ପଦବୀରେ ଥିଲେ।
Advertisment
ଓଡ଼ିଶା ସରକାରଙ୍କ ସେବା ନିୟମ ଉଲ୍ଲଂଘନ ନକରିବାକୁ ସର୍ତ୍ତ ରଖି ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇଛନ୍ତି ସରକାର। ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।
ନିଲମ୍ବନ ପ୍ରସଙ୍ଗରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ ଓଏଏସ୍ ଅଧିକାରୀ ଦେବ ପ୍ରସାଦ ଦାଶ । ସେ କହିଛନ୍ତି, ମୋତେ ହାତରେ ନୁହେଁ ଭାତରେ ମାରିବାକୁ ଚେଷ୍ଟା କରାଯାଇଥିଲା। ମୋ ପ୍ରତି ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।ଏହି ନିଲମ୍ବନ ମୋ ଅପେକ୍ଷା ମୋ ପରିବାରକୁ ଅଧିକ ଦଣ୍ଡିତ କରିଥିଲା। ନୂଆ ସରକାର ଆସିବା ପରେ ମୋତେ ନ୍ୟାୟ ମିଳିଲା।ନୂଆ ସରକାର ଦେଇଥିବା ନୂଆ ଦାୟିତ୍ୱ ସୁଚାରୁ ରୂପେ ସଂପାଦନ କରିବି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
