Advertisment

ଆସିପାରିଲାନି ଆମ୍ବୁଲାନ୍ସ, ପ୍ରସବ ପରେ ମରିଗଲେ ମା’

ଅଧିକ ଯନ୍ତ୍ରଣା ହେବାରୁ ଚିକିତ୍ସା ନପାଇ ତାଙ୍କର ଘରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି

author-image
Biswajit Samal
DeadBody

DeadBody

ଗାଁକୁ ପକ୍କା ରାସ୍ତା ନଥିବାରୁ ଚିକିତ୍ସା ନପାଇ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ୍ ତୁରୁକ୍ ଗାଁରେ।

Advertisment

ତୁରୁକ୍ ଗାଁର ସାତାମା ମାଣ୍ଡିଂଙ୍କ ସ୍ତ୍ରୀ ପାରମ ମାଣ୍ଡିଂଙ୍କୁ ଆଜି ସକାଳୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ସାତମା ମାଣ୍ଡିଂ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ଠିକ୍‌ ସମୟରେ ବାହାରି ଆସିଥିଲା। ହେଲେ ଗାଁରେ ଭଲ ରାସ୍ତାଖଣ୍ଡିଏ ନଥିବାରୁ ଆମ୍ୱୁଲାନ୍ସ ଗାଁ ଭିତରକୁ ଆସି ପାରିଲା ନାହିଁ। ଅଧା ବାଟରେ ଅଟକି ଗଲା ଅମ୍ବୁଲାନ୍ସ।

ଅନ୍ୟପଟେ ଅନେମ ସମୟ ଆମ୍ବୁଲାନ୍ସକୁ ଅପେକ୍ଷା କରି କରି ପ୍ରସବ ଯନ୍ତ୍ରଣା ଛଟ୍‌ପଟ୍‌ ହେଉଇଥାନ୍ତି ପାରମ। ଦିର୍ଘ ସମୟ ଯନ୍ତ୍ରଣା ସହିବା ପରେ ଘରେ  ଏକ ଶିଶୁ ପୁତ୍ରକୁ ସେ ଜନ୍ମ ଦେଇଥିଲେ। ପରେ ଅଧିକ ଯନ୍ତ୍ରଣା ହେବାରୁ ଚିକିତ୍ସା ନପାଇ ତାଙ୍କର ଘରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment
Deadbody