ବିଜେଡିର ନିର୍ବାଚନୀ ସଭାରେ ଦେଖିବାକୁ ମିଳିଛି ଅଙ୍ଗନବାଡି ଦିଦି। ଯାହାର ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଫଟୋଟି ମୋବାଇଲ୍ରୁ ମୋବାଇଲ ଘୁରି ବୁଲୁଛି। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ନିର୍ବାଚନମଣ୍ଡଳୀ ଅଞ୍ଚଳରୁ।
Also Read
ଭୋଗରାଇ ହାଇସ୍କୁଲ୍ ପଡ଼ିଆରେ ଗତ ୧୫ ତାରିଖରେ ଏକ ବିଶାଳ କର୍ମୀ ସମାବେଶ ହୋଇଥିଲା। ଏଥିରେ ବିଜେଡି କର୍ମୀଙ୍କ ଗହଣରେ ଅଙ୍ଗନବାଡି ଦିଦି ଜୟନ୍ତୀ ଚନ୍ଦ ବସିଥିଲେ। ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି କର୍ମୀ ସମାବେଶରେ ସାମିଲ୍ ହୋଇଥିବା ଅଭିଯୋଗ ହେଉଛି। ଯାହାର ଫଟୋ ଓ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଏ ସମ୍ପର୍କରେ ଭୋଗରାଇ CDPO ପବିତ୍ରା ହାଜ୍ରାଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭିଯୋଗ ପାଇଛି। ଏନେଇ ଲିଖିତ ଭାବେ ବିଭାଗୀୟ ଅଫିସରଙ୍କୁ ଜଣାଇବି। ନିର୍ଦ୍ଦେଶ ଆସିଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସିଡିପିଓ କହିଛନ୍ତି।
ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
୧୩ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର: ସମୃଦ୍ଧ ସହର ଯୋଜନା ପାଇଁ ୪୮୭୯କୋଟି ଟଙ୍କା, କୁଳପତି ନିଯୁକ୍ତି ପାଇଁ ଅଧ୍ୟାଦେଶ
"ସମୃଦ୍ଧ ସହର’ ଯୋଜନା ପାଇଁ ୪୮୭୯.୩୦କୋଟି ଟଙ୍କା, ଓଡ଼ିଶା ରାଜସ୍ୱ ସେବାରେ ଦୁଇ ତୃତୀୟାଂଶ ପଦବୀକୁ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ଓ ଏକ ତୃତୀୟାଂଶ ପଦୋନ୍ନତି ଭିତ୍ତିରେ ପୂରଣ କରାଯିବ ।

Miscellaneous
ସଚିବାଳୟ ଘେରାଉ କରିବ ବିଜେଡି : କର୍ମଚାରୀଙ୍କ ପାଇଁ ଗାଇଡଲାଇନ୍ ଜାରି, ସୁରକ୍ଷା କଡ଼ାକଡ଼ି
ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ, କୃଷି ଭବନ ଓ ବିଭାଗୀୟ ମୁଖ୍ୟାଳୟ ଭବନରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଆସନ୍ତାକାଲି ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ୍ ଆସିବା ନିମନ୍ତେ ତାଗିଦ୍ କରାଯାଇଛି ।

Miscellaneous
ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ: ନିରପେକ୍ଷ ନ୍ୟାୟିକ ତଦନ୍ତ ଜରୁରୀ କହିଲେ ଆଇସିସି ସଦସ୍ୟା, ୟୁଜିସି ଗଢ଼ିଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
ସୌମ୍ୟାଶ୍ରୀଙ୍କ ମୃତ୍ୟୁ ତାଙ୍କୁ ବ୍ୟକ୍ତିଗତ ଭାବେ ବ୍ୟଥିତ କରିଛି ଓ ସେ ଗତ ସପ୍ତାହରେ ଦୁଇରୁ ତିନିଥର କଥା ହୋଇ ତାଙ୍କୁ ବୁଝାସୁଝା କରିଥିବା ଓ ୯ତାରିଖରେ ତଦନ୍ତ ରିପୋର୍ଟ ଦାଖଲ ସମୟରେ ମଧ୍ୟ ଏଜୁକେସନ୍ ବିଭାଗର ଏଚଓଡି ସମୀର କୁମାର ସାହୁଙ୍କୁ ତୁରନ୍ତ ପରିବର୍ତ୍ତନ କରିବାକୁ କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ପରାମର୍ଶ ଦେଇଥିଲେ ବୋଲି ସ୍ପଷ୍ଟ କରିଛନ୍ତି ।

Guest Column
ଲଢ଼ିବା ଶିଖ, ହାରିବା ବିକଳ୍ପ ନୁହେଁ
ଝିଅମାନେ ଅନୁକମ୍ପା ଓ ଦୟାର ମୂର୍ତ୍ତି ହେଲେ ମଧ୍ୟ ଯେତେବେଳେ ଅନ୍ୟାୟ ସହିପାରିବା ସୀମା ଅତିକ୍ରମ କରିଯାଏ, ସେମାନେ ବି ଅଗ୍ନି ରୂପ ଧାରଣ କରନ୍ତି। ଦୁର୍ବଳତା କୌଣସି ଜନ୍ମଗତ ଗୁଣ ନୁହେଁ, ଏହା ଏକ ଶିକ୍ଷିତ ଅଭ୍ୟାସ ବା ସଂସ୍କାର ଯାହା ଆମ ପରିବାର ଓ ସମାଜ ଝିଅଙ୍କୁ ଶିଖାଇଛି। କିନ୍ତୁ ଏବେ ସମୟ ହେଉଛି ଏହି ଅଭ୍ୟାସକୁ ଭାଙ୍ଗି ଦେବାର। ଝିଅମାନେ ଯଦି ଆତ୍ମବଳ ଓ ସ୍ୱାଭିମାନର ସହ ସେମାନଙ୍କ ଅଧିକାର ଓ ଅସ୍ମିତା ପାଇଁ ଲଢ଼ିବେ, ତେବେ କୌଣସି ପ୍ରତିବନ୍ଧକ ସେମାନଙ୍କୁ ରୋକିପାରିବେ ନାହିଁ।

Miscellaneous
ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ: ଏମ୍ସ ହସ୍ପିଟାଲରେ ଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆତ୍ମହତ୍ୟା ଉଦ୍ୟମ କରି ଏମ୍ସରେ ଚିକିତ୍ସାଧୀନ ଛାତ୍ରୀଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥାର ତଦାରଖ କରିଛନ୍ତି। ଏପଟେ ଏହି ଘଟଣାରେ ବିଜେଡି ଓ କଂଗ୍ରେସ ପକ୍ଷରୁ ସରକାରଙ୍କୁ ତୀବ୍ର ସମାଲୋଚନା ଜାରି ରହିଥିବାବେଳେ କଲେଜର ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ପୁଲିସ ଆଜି ଗିରଫ କରିଛି ।