Advertisment

ବାଙ୍ଗାଲୁରୁରେ ମରଣ ସହ ଲଢ଼ୁଛି ପୁଅ; ଓଡ଼ିଶା ଫେରାଇ ଆଣ

ପୁଅକୁ  ଓଡ଼ିଶା ଫେରାଇ ଆଣିବା ସହିତ ତାର ଚିକିତ୍ସା ପାଇଁ  ସରକାର ବ୍ୟବସ୍ଥା କରନ୍ତୁ।

ଅଦ୍ୟତନ ହୋଇଛି
Anandapur

Anandapur

Advertisment

ସଡ଼କ ଦୁର୍ଘଟଣାରେ ପୁଅର ହାତ ଗୋଡ଼ ଭାଙ୍ଗି ଯାଇଛି। ମୁଣ୍ଡ ମଧ୍ୟ କିଛି କାମ କରୁନାହିଁ। ଦୀର୍ଘ ଦିନ ହେବ ବାଙ୍ଗାଲୁରୁରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅଛି। ଜୀବନ ଓ ମରଣ ସହ ସଂଗ୍ରାମ କରୁଛି। ଯାହା ଆର୍ଥିକ ସମ୍ବଳ ଥିଲା ତାହା ସରିଗଲାଣି। ପୁଅକୁ  ଓଡ଼ିଶା ଫେରାଇ ଆଣିବା ସହିତ ତାର ଚିକିତ୍ସା ପାଇଁ  ସରକାର ବ୍ୟବସ୍ଥା କରନ୍ତୁ। ସରକାରଙ୍କୁ ଏପରି  ଗୁହାରି କରିଛନ୍ତି ବାପାମା’।

Advertisment

କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ବରମାଳ ଗାଁର ଗୋଲକ ଜେନାଙ୍କ ପୁଅ ମିଲୁ ଜେନା ବାଙ୍ଗାଲୁରୁରେ ଡ୍ରାଇଭର ଭାବେ କାମ କରୁଥିଲେ । ସେଠାରେ ମିଲୁ ଏକ ଦୁର୍ଘଟଣାର ଶିକାର ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ପୁଅର ଚିକିତ୍ସା ଲାଗି ଅର୍ଥ ବାଧକ ସାଜିଥିବା ବେଳେ ମିଲୁଙ୍କୁ ନେଇଯିବାକୁ ସଂପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ପରିବାର ଲୋକଙ୍କୁ କହିଛନ୍ତି। ତେଣୁ ପୁଅକୁ ଓଡ଼ିଶା ଆଣିବା ସହିତ ତାର ଚିକିତ୍ସା କରାଇବାକୁ ଓଡ଼ିଶା ସରକାରଙ୍କୁ ଗୁହାରି କରିଛନ୍ତି ବାପାମା’।

ମିଲୁଙ୍କ ମା’ କହିଛନ୍ତି, ମୋ ପୁଅ ବାଙ୍ଗାଲୁରୁରେ ଚିକିତ୍ସାଧୀନ ଅଛି।  ତାର ମୁଣ୍ଡରେ ମାଡ଼ ହୋଇଛି ଓ ତାର ହାତଗୋଡ଼ ଭାଙ୍ଗି ଯାଇଛି। ସରକାର ଦୟା କଲେ ମୋ ପୁଅ ଘରକୁ ଫେରିଆସିବ।

Advertisment

ମିଲୁଙ୍କ ବାପା କହିଛନ୍ତି, ବିଲବାଡ଼ି ବିକି ପୁଅକୁ ଭଲ କରିବାକୁ ଚେଷ୍ଟା କଲି। ପୁଅ ଏପର୍ଯ୍ୟନ୍ତ ଭଲ ହୋଇ ନାହିଁ। ସରକାର ମୋ ପୁଅକୁ ଓଡ଼ିଶା ଫେରାଇ ଆଣିବା ସହ କିପରି ତାର ଚିକିତ୍ସା କରାଯାଇପାରିବ ସେ ନେଇ ବ୍ୟବସ୍ଥା କରନ୍ତୁ।

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe