Advertisment

ଆଜି ଓଡ଼ିଶା ଆସିବ କେନ୍ଦ୍ର ନିର୍ବାଚନ ଆୟୋଗ ଟିମ୍‌, କାଲି ହେବ ସମୀକ୍ଷା

କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍‌ଙ୍କ ଆଜି ଓଡ଼ିଶା ଗସ୍ତ ନେଇ ତେଜିଛି ରାଜନୀତି । ଏହି ଟିମ୍‌ର ବିଭିନ୍ନ ରାଜ୍ୟର ଗସ୍ତକୁ ଲକ୍ଷ୍ୟ କରି ଖୁବ୍‌ ଶୀଘ୍ର ନିର୍ବାଚନ ହେବା ନେଇ ଚର୍ଚ୍ଚା ଜୋର ଧରିଛି।

author-image
Niharika Rout
Election

Election

ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଏଥିନିମନ୍ତେ ତାରିଖ ଘୋଷଣା ହୋଇ ନ ଥିବା ବେଳେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ନିର୍ବାଚନୀ ପ୍ରସ୍ତୁତିର ସମୀକ୍ଷା ପାଇଁ ସମଗ୍ର ଦେଶ ଗସ୍ତ କରୁଥିବା କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍‌ ଆଜି ସନ୍ଧ୍ୟାରେ ଓଡ଼ିଶାରେ ପହଞ୍ଚିବେ । ଆଜି ଭୁବନେଶ୍ୱରରର ଖାରବେଳ ଭବନରେ ଜିଲ୍ଲାପାଳଙ୍କ ବୈଠକ ଚାଲିଥିବା ବେଳେ ଆସନ୍ତାକାଲି ଏହି ବୈଠକରେ ଯୋଗଦେବେ ଟିମ୍‌ ସଦସ୍ୟ ।

Advertisment

କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍‌ ଆଜି କୋଲକତାରେ ଥିବା ବେଳେ ପଶ୍ଚିମବଙ୍ଗ ନିର୍ବାଚନୀ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି। ଏହାପରେ ଏହି ଟିମ୍‌ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବ । ଆସନ୍ତାକାଲି ଖାରବେଳ ଭବନରେ ଜିଲ୍ଲାପାଳଙ୍କ ସହ ନିର୍ବାଚନୀ ପ୍ରସ୍ତୁତିର ସମୀକ୍ଷା କରିବେ। ଏଥିରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଟିମ୍‌ ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ବି ଯୋଗଦେବ। ଆସନ୍ତାକାଲି ବୈଠକରେ ଭୋଟର ତାଲିକା ପ୍ରସ୍ତୁତି ଉପରେ ଆଲୋଚନା ହେବ। । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ସେନସିଟିଭ ବୁଥ୍‌ ଉପରେ ଆଲୋଚନା ହେବ । ଏହି ବୈଠକରେ ପ୍ରତି ଜିଲ୍ଲାପାଳଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବେ ଟିମ୍‌ ସଦସ୍ୟ

ରାଜ୍ୟରେ ଏବେ ଇଭିଏମ ପହଞ୍ଚି ସାରିଥିବା ବେଳେ ୯ ଜିଲ୍ଲା ପାଇଁ ଭିଭିପ୍ୟାଡ ପହଞ୍ଚି ସାରିଛି। ଅକ୍ଟୋବରରେ ଇଭିଏମ୍‌ର ପ୍ରଥମ ପର୍ଯ୍ୟାୟ ଚେକିଂ ହେବ ।

Advertisment

କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍‌ଙ୍କ ଆଜି ଓଡ଼ିଶା ଗସ୍ତ ନେଇ ତେଜିଛି ରାଜନୀତି । ଏହି ଟିମ୍‌ର ବିଭିନ୍ନ ରାଜ୍ୟର ଗସ୍ତକୁ ଲକ୍ଷ୍ୟ କରି ଖୁବ୍‌ ଶୀଘ୍ର ନିର୍ବାଚନ ହେବା ନେଇ ଚର୍ଚ୍ଚା ଜୋର ଧରିଛି।

କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍‌ର ଗସ୍ତ ପୂର୍ବରୁ ଜିଲ୍ଲାପାଳଙ୍କୁ ନେଇ ଆଜି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି । ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଅଛନ୍ତି। ଉନ୍ନୟନ କମିସନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ। ଏହି ବୈଠକରେ ବିଭାଗୱାରୀ ସମୀକ୍ଷା ଚାଲିଛି ।

ପଞ୍ଚାୟତିରାଜ ବିଭାଗର ଆବାସ ଯେଜନା, ପାନୀୟ ଜଳ ପ୍ରକଳ୍ପ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ। ସ୍କୁଲ ଏବଂ ଅଙ୍ଗନବାଡ଼ିରେ ବିଦ୍ୟୁତ ସେବା ପହଞ୍ଚିବା ନେଇ ଆଲୋଚନା ହେବ। ବିଭିନ୍ନ ବିଭାଗର ସଫଳ ଯୋଜନାର କାର୍ଯ୍ୟକାରିତା ଉପରେ ମଧ୍ୟ ଆଲୋଚନା ହେବ। ସେହିପରି 5T ଓ ମୋ ସରକାରକୁ ନେଇ ମଧ୍ୟ ସମୀକ୍ଷା ଚାଲିଛି।

ଫାଇଭ ଟି ସଚିବଙ୍କ ଗସ୍ତ ବେଳେ ଲୋକଙ୍କଠାରୁ ପାଇଥିବା ଅଭିଯୋଗର ସମାଧାନ ନେଇ ମଧ୍ୟ ଆଲୋଚନା ହୋଇଛି। ତେବେ ହଠାତ୍ କାହିଁକି ଏହି ବୈଠକ ହେଉଛି ତାକୁ ନେଇ ନାନା ଚର୍ଚ୍ଚା ସୃଷ୍ଟି ହେଉଛି ।

Election