ହଇଜା ଅନୁଧ୍ୟାନ ପାଇଁ ରାଉରକେଲାରେ କେନ୍ଦ୍ରୀୟ ଟିମ୍‌

ହଇଜା ସ୍ଥିତି ଅନୁଧ୍ୟାନ କରିବା ପାଇଁ ଦୁଇଜଣିଆ କେନ୍ଦ୍ରୀୟ ଟିମ୍ ଆଜି ରାଉରକେଲାରେ ପହଂଚିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଉରକେଲା ହଇଜା ଅନୁଧ୍ୟାନ ପାଇଁ ୫ଜଣିଆ ଟିମ୍ ଗଠନ କରିଥିଲେ।

ମେଡ଼ିକାଲ୍‌ରେ ରୋଗୀଙ୍କ ଚିକିତ୍ସା ଚାଲିଛି ( file photo)

  • Published: Monday, 01 January 2024
  • , Updated: 01 January 2024, 10:50 PM IST

ହଇଜା ସ୍ଥିତି ଅନୁଧ୍ୟାନ କରିବା ପାଇଁ ଦୁଇଜଣିଆ କେନ୍ଦ୍ରୀୟ ଟିମ୍ ଆଜି ରାଉରକେଲାରେ ପହଂଚିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଉରକେଲା ହଇଜା ଅନୁଧ୍ୟାନ ପାଇଁ ୫ଜଣିଆ ଟିମ୍ ଗଠନ କରିଥିଲେ ।

ସୂଚନା ଅନୁସାରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦୁଇଜଣ ସଦସ୍ୟ ଡଃ ରଶ୍ମୀରଞ୍ଜନ ମହାନ୍ତି ଓ ଡଃ ଏନଏମ୍ ସୋମାଲକର ଆଜି ରାଉରକେଲାରେ ପହଂଚିବା ପରେ ରାଉରକେଲା ସରକାରୀ ହସ୍ପିଟାଲ(ଆରଜିଏଚ)କୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଉରକେଲାରେ ହଇଜାରେ ୧୩ଜଣଙ୍କ ମୃତ୍ୟୁ ହୋଇଥିଲା ଓ ପ୍ରାୟ ୧୪୦୦ ଲୋକ ଆକ୍ରାନ୍ତ ହୋଇଥିଲା । ରାଉରକେଲାରେ ଡିସେମ୍ବର ୧୧ତାରିଖରେ ପ୍ରଥମଥର ପାଇଁ ହଇଜା ଚିହ୍ନଟ ହୋଇଥିଲା । ପ୍ରଦୂଷିତ ପାନୀୟ ଜଳ ଯୋଗୁ ରାଉରକେଲାରେ ହଇଜା ବ୍ୟାପିଥିବା ଅଭିଯୋଗ ହୋଇଛି ।

ଉଲ୍ଲେଖଯୋଗ୍ୟ, ରାଉରକେଲାରେ ହଇଜା ବ୍ୟାପିବା ପରେ ପରିସ୍ଥିତିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଥିଲେ ।

Related story