Advertisment

ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ନଖୋଲିଲେ ଆମରଣ ଅନଶନ କରିବେ ଦାମୋଦର ମହାସୁଆର

ରଥଯାତ୍ରା ପାଇଁ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।

ଅଦ୍ୟତନ ହୋଇଛି
Damodar Mahasuara

Damodar Mahasuara

Advertisment

ରଥଯାତ୍ରା ପୂର୍ବରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଉ। ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲା ଯାଉ ନଥିବାରୁ ଭକ୍ତମାନେ ଶୃଙ୍ଖଳାର ସହ ଦର୍ଶନ କରିପାରୁନାହାନ୍ତି। ଯଦି ରଥଯାତ୍ରା ପୂର୍ବରୁ ଭକ୍ତଙ୍କ ପାଇଁ ଚାରି ଦ୍ୱାର ଖୋଲା ନଯିବ, ତା’ହେଲେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଦାମୋଦର ମହାସୁଆର।

Advertisment

ରଥଯାତ୍ରା ପାଇଁ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦାମୋଦର ମହାସୁଆର ୪ ଦ୍ୱାର ଖୋଲିବା ପ୍ରସଙ୍ଗ ଉଠାଇଥିଲେ। ପରିକ୍ରମା ପ୍ରକଳ୍ପ ଶେଷ ହୋଇଯାଇଥିବା ସତ୍ତ୍ୱେ କାହିଁକି ଚାରି ଦ୍ୱାର ଖୋଲା ଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। କିନ୍ତୁ ତାଙ୍କୁ କୌଣସି ଉତ୍ତର ମିଳି ନଥିଲା।

ଦାମୋଦର ମହାସୁଆର କହିଛନ୍ତି, ପ୍ରଚଳିତ ବ୍ୟବସ୍ଥାକୁ ଯୋଗୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ହଇରାଣ ହେଉଛନ୍ତି ଓ ଶୃଙ୍ଖଳିତ ଢଙ୍ଗରେ ଦର୍ଶନ କରିପାରୁ ନାହିଁ। କାହିଁକି ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲା ଯାଉ ନାହିଁ? ପୂର୍ବ ଭଳି ବ୍ୟବସ୍ଥା ହେଉ। ସବୁ ଦ୍ୱାର ଖୋଲା ରହୁ। ସବୁ ଦ୍ୱାର ଦେଇ ଭକ୍ତ ଯିବାଆସିବା କରନ୍ତୁ। ମିଛ ବାହାନା କରାଯାଉଛି ଯେ ଲୋକ ସଂଖ୍ୟା ବଢ଼ି ଯାଇଛି। ଲୋକ ସଂଖ୍ୟା ବଢ଼ିନି। ପୂର୍ବରୁ ବି ବହୁତ ଲୋକ ଦର୍ଶନ କରିବାକୁ ଆସୁଥିଲେ। ଲୋକେ ଯେଉଁ ଦ୍ୱାର ଦେଇ ଯାଉଥିଲେ, ସେହି ଦ୍ୱାର ଦେଇ ଫେରୁଥିଲେ। ଏହି ବ୍ୟବସ୍ଥା ପ୍ରଚଳନ ପାଇଁ କେବଳ ପୁଲିସ୍‌ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ। ସେମାନେ ମିଳିତ ଭାବେ ଏହାକୁ କାର୍ଯ୍ୟକାରୀ କରିବା କଥା।

Advertisment

ସେ ଆହୁରି କହିଛନ୍ତି, କାହିଁକି ଚାରି ଦ୍ୱାର ଖୋଲା ଯାଉ ନାହିଁ ବୋଲି ଆଜି ବୈଠକରେ ପ୍ରଶ୍ନ କରିଥିଲି। କିନ୍ତୁ କେହି ଉତ୍ତର ଦେଇ ପାରିଲେ ନାହିଁ। ତେଣୁ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚାରି ଦ୍ୱାର ଖୋଲିବା ଦାବିରେ ଅନଶନ କରିବି। ଅନଶନରୁ ସଫଳତା ନ ମିଳିଲେ ଆମରଣ ଅନଶନ କରିବି। ଯାହା କାମ ବାକି ଅଛି, ତାକୁ କରାଯାଉ କିନ୍ତୁ ମନ୍ଦିରର ଚାରି ଦ୍ୱାର ଖୋଲା ଯାଉ।

ଗତ କିଛି ଦିନ ହେବ ପୁରୀର କିଛି ସ୍ଥାନୀୟ ବାସିନ୍ଦା ଓ ସେବାୟତ ଦାବି କରୁଛନ୍ତି ଯେ ନିର୍ବାଚନ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲି ଦିଆଯାଉ। ନ ହେଲେ ସେମାନେ ନିର୍ବାଚନ ବର୍ଜନ କରିବେ ବା ନୋଟାରେ ଭୋଟ୍ ଦେବେ। ଏଭଳି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଦାମୋଦର ମହାସୁଆର। ସେ କହିଛନ୍ତି, ସରକାର ଚାରି ଦ୍ୱାର ଖୋଲନ୍ତୁ। ନହେଲେ ଆମେ କୌଣସି ଦଳକୁ ସମର୍ଥନ କରିବୁ ନାହିଁ। ଆମେ ନୋଟାରେ ଭୋଟ୍ ଦେବୁ।

Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe