Advertisment

ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ: ସହରାଂଚଳ ଓ ଗ୍ରାମାଂଚଳରେ ସରକାରୀ ଜମିକୁ ଜବରଦଖଲ ମୁକ୍ତ କର

ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ରାଜ୍ୟରେ ବହୁ ପରିମାଣର ସରକାରୀ ଜମି ଜବରଦଖଲରେ ରହିଥିବା ନେଇ ଉଚ୍ଚସ୍ତରୀୟ ବୈଠକରେ ସରକାର ଚିନ୍ତା ପ୍ରକଟ କରିଥିବା ସମ୍ପର୍କରେ ଅବଗତ କରାଇଛନ୍ତି ।

undefined

Landslide

Advertisment

ରାଜ୍ୟର ସହରାଂଚଳ ଓ ଗ୍ରାମାଂଚଳରେ ସରକାରୀ ଜମିଗୁଡ଼ିକୁ ଜବରଦଖଲମୁକ୍ତ କରିବାକୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସହର ଓ ଗାଁରେ ଜବରଦଖଲରେ ଥିବା ସରକାରୀ ଜମିଗୁଡ଼ିକୁ ଚିହ୍ନଟ କରି ପ୍ରଚଳିତ ଆଇନ ଅନୁସାରେ ତାକୁ ଜବରଦଖଲମୁକ୍ତ କରିବାକୁ କୁହାଯାଇଛି । ଏହାସହିତ ଉକ୍ତ ସରକାରୀ ଜମିଗୁଡ଼ିକୁ ତାରବାଡ଼ ଘେରାଇ ତାହା ‘ସରକାରଙ୍କ ସମ୍ପତ୍ତି’ ବୋଲି ସ୍ପଷ୍ଟ ଭାବେ ଡିସପ୍ଲେ ବୋର୍ଡ ଲଗାଇବାକୁ ପରାମର୍ଶ ଦିଆଯାଇଛି ।

Advertisment

ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ରାଜ୍ୟରେ ବହୁ ପରିମାଣର ସରକାରୀ ଜମି ଜବରଦଖଲରେ ରହିଥିବା ନେଇ ଉଚ୍ଚସ୍ତରୀୟ ବୈଠକରେ ସରକାର ଚିନ୍ତା ପ୍ରକଟ କରିଥିବା ସମ୍ପର୍କରେ ଅବଗତ କରାଇଛନ୍ତି । ଭୂସମ୍ବଳର ସୁପରିଚାଳନା ଓ ବିକାଶମୂଳକ କାର୍ଯ୍ୟ ଏବଂ ବିଭିନ୍ନ ଅର୍ଥନୀତିକ କାର୍ଯ୍ୟ ପାଇଁ ଆବଶ୍ୟକ ଜମି ଯୋଗାଇ ଦେବା ହେଉଛି ପ୍ରଶାସନର ପ୍ରାଥମିକ କାମ ବୋଲି କହିଛନ୍ତି । ତେବେ ବହୁ ପରିମାଣର ସରକାରୀ ଜମି ଉଭୟ ସହର ଓ ଗାଁରେ ଜବରଦଖଲରେ ରହିଛି । ଯାହାଫଳରେ ବିକାଶମୂଳକ କାର୍ଯ୍ୟ ପାଇଁ ଜମି ଆବଂଟନରେ ସମସ୍ୟା ହେଉଛି । କେତେକ ଜମିରେ ବେଆଇନ ଜବଦରଖଲ ଯୋଗୁ ଆଇନଗତ ସମସ୍ୟା ମଧ୍ୟ ଲାଗି ରହିଛି । ଯାହାକି ଏକ ଚ୍ୟାଲେଞ୍ଜ ପାଲଟିଛି ।

ତେଣୁ ଉଭୟ ସହରାଂଚଳ ଓ ଗ୍ରାମାଂଚଳରେ ଥିବା ସରକାରୀ ଜମିଗୁଡ଼ିକ ବାସ୍ତବ ସର୍ଭେ କରି ପ୍ରଚଳିତ ଆଇନ ଅନୁସାରେ ସେସବୁକୁ ଜବରଖଲମୁକ୍ତ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଜବରଦଖଲମୁକ୍ତ ହେବାପରେ ଉକ୍ତ ଜମିକୁ ତାରବାଡ଼ ଘେରାଇ ଓ ସେଥିରେ ସରକାରଙ୍କ ସମ୍ପତ୍ତି ଲେଖାଥିବା ଡିସପ୍ଲେ ବୋର୍ଡ ଲଗାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏଥିପାଇଁ ଜିଲ୍ଲାରେ ଥିବା ପାଣ୍ଠିକୁ ଉପଯୋଗ କରିବାକୁ ଶ୍ରୀ ସାହୁ କହିଛନ୍ତି । ଯଦି ଏନେଇ ପାଣ୍ଠିର ସମସ୍ୟା ଅଛି ତା’ହେଲେ ବିଭାଗକୁ ତୁରନ୍ତ ଜଣାଇବାକୁ ମଧ୍ୟ ସେ କହିଛନ୍ତି ।

Advertisment

ଏହାକୁ ଅତ୍ୟନ୍ତ ଜୁରୀ ବୋଲି ବିବେଚନା କରି ପ୍ରତି ୧୫ଦିନରେ ନିର୍ଦ୍ଧାରିତ ଫର୍ମାଟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ବିଭାଗକୁ ନିଶ୍ଚିତ ପଠାଇବାକୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Bjp Cmo Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe