ଜିଲ୍ଲାରୁ ଜିଲ୍ଲାକୁ ମାଡ଼ିଚାଲିଛି ଡାଇରିଆ : ସବୁ ଜିଲ୍ଲାକୁ ଆଲର୍ଟ, ମହାମାରୀ ନୁହେଁ କହିଲେ ସରକାର

୫ ଜିଲ୍ଲା ନୁହେଁ ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ମହାମାରୀ ନୁହେଁ ବୋଲି କେନ୍ଦ୍ରୀୟ ଟିମ୍ କହୁଛନ୍ତି । ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ସହ ସରକାରଙ୍କ ଆଲୋଚନାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ଟିମ୍ ଏବେ ଗ୍ରାଉଣ୍ଡରେ ଅଛନ୍ତି ।

Diarrhea Patient

ଯାଜପୁରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଡାଇରିଆ ରୋଗୀ

Ordigital Desk
  • Published: Tuesday, 17 June 2025
  • Updated: 17 June 2025, 06:48 PM IST

ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କେନ୍ଦ୍ରୀୟ ଟିମ୍ ସ୍ଥିତିର ଅନୁଧ୍ୟାନ ପାଇଁ ଓଡ଼ିଶାରେ ଥିବାବେଳେ ଏବେ ରାଜ୍ୟ ସରକାର ନିଜର ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସଂକ୍ରମିତ ଅଂଚଳକୁ ପଠାଇଛନ୍ତି । ଇତିମଧ୍ୟରେ ରାଜ୍ୟ ସରକାର ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଜାରି କରିବା ସହ ଏହା ମହାମାରୀ ନୁହେଁ ବୋଲି କହିଛନ୍ତି । ଡାଇରିଆ ସ୍ଥିତିର ପ୍ରତ୍ୟେକ ଦିନ ରାଜ୍ୟସ୍ତରୀୟ ସମୀକ୍ଷା କରାଯିବ ଓ ଗାଁ ଗାଁରେ ମାଇକ୍ ମାଧ୍ୟମରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ସଚେତନ କରାଇବେ । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଡାଇରିଆ ସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

କ’ଣ କହିଲେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ

ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଡାଇରିଆ। ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ସଚିବ ଏସ୍ ଅଶ୍ୱତୀ କହିଛନ୍ତି ଯେ “ ୫ ଜିଲ୍ଲା ଜିଲ୍ଲାରୁ ଦିନ ୧୦ଟା ସୁଦ୍ଧା ୩୦୦ଟି ନୂଆ ସଂକ୍ରମିତ କେଶ୍ ଚିହ୍ନଟ ହୋଇଛି । ୫ ଜିଲ୍ଲା ନୁହେଁ ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ମହାମାରୀ ନୁହେଁ ବୋଲି କେନ୍ଦ୍ରୀୟ ଟିମ୍ କହୁଛନ୍ତି । ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ସହ ସରକାରଙ୍କ ଆଲୋଚନାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ଟିମ୍ ଏବେ ଗ୍ରାଉଣ୍ଡରେ ଅଛନ୍ତି । ହଇଜାର କାରଣ କ’ଣ? ଗୋଟିଏ ସୋର୍ସରୁ ଆସିନାହିଁ । ସବୁ ସୋର୍ସକୁ ବିଶୋଧନ କରାଯାଉଛି । ବାକି ୨୫ଟି ଜିଲ୍ଲାରେ ଆଗୁଆ ପଦକ୍ଷେପ ନିଆଯାଉଛି । ମୌସୁମୀ ବର୍ଷା ହେଉଛି, ତେଣୁ ସଚେତନ ରହିବାକୁ ହେବ । ଆଜି ଦିନ ୧୦ଟା ସୁଦ୍ଧା ୫ଟି ଜିଲ୍ଲାରୁ ୩୦୦ଟି ନୂଆ କେଶ୍ ଚିହ୍ନଟ ହୋଇଛି । ସାମାନ୍ୟ ଲକ୍ଷଣ ଥିବା ରୋଗୀ ମଧ୍ୟ ହସ୍ପିଟାଲ ଆସୁଛନ୍ତି ।  ଯେତିକି ପରୀକ୍ଷା ହୋଇଥିଲା ସେଥିରୁ ୧୦ ପ୍ରତିଶତ କଲେରା ବାହାରିଥିଲା । ଯେଉଁ ରୋଗୀମାନେ ହସ୍ପିଟାଲରେ ଆଡମିଟ୍ ହେଉଛନ୍ତି ସେମାନଙ୍କୁ ୨୪ଘଣ୍ଟିଆ ନିରୀକ୍ଷଣରେ ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ସଂକ୍ରମିତ କେଶ୍ ଗୁଡ଼ିକ ମାଇଲଡ୍ ରହୁଛି । ଲୋକଙ୍କୁ ସଚେତନ କରାଇବା ପାଇଁ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ କୁହାଯାଇଛି । ଗାଁ ଗାରେ ମାଇକରେ ପ୍ରଚାର ଚାଲିଛି । ବିଶୋଧନ ପ୍ରକ୍ରିୟା ମଧ୍ୟ ଜାରି ରହିବ । ପ୍ରତ୍ୟେକ ଦିନ ରାଜ୍ୟସ୍ତରୀୟ ସମୀକ୍ଷା କରାଯିବ । ୭ଦିନ ପର୍ଯ୍ୟନ୍ତ ଏହି ପଦକ୍ଷେପ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ କହିଛନ୍ତି ।”

ଗ୍ରାଉଣ୍ଡକୁ ଗଲେ ୪ଟି ରାଜ୍ୟସ୍ତରୀୟ ଟିମ୍‌

ରାଜ୍ୟରେ ଡାଇରିଆ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ୪ଟି ରାଜ୍ୟସ୍ତରୀୟ ଟିମକୁ ଗ୍ରାଉଣ୍ଡକୁ ପଠାଇଛନ୍ତି । ଏହି ଟିମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମଙ୍କ ସମେତ ବିଶେଷଜ୍ଞ ଓ ପରାମର୍ଶଦାତା ସାମିଲ ଅଛନ୍ତି । ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ପାଇକରାୟ, ଉପଦେଷ୍ଟା ଡାକ୍ତର କଲ୍ଲୋଳ ଦାସ, ଆଇଆରଟି ସଦସ୍ୟ ସୁରଜିତ୍ ଗରାବଡ଼ୁ, ଡାକ୍ତର ଅସିତ୍ କୁମାର ମହାନ୍ତି, ଡାକ୍ତର ପ୍ରଭାକର ସାହୁ ଓ ଉପଦେଷ୍ଟା ଅନୁପ ପ୍ରମୁଖ ଏହି ଟିମର ସଦସ୍ୟ ଅଛନ୍ତି । ଏମାନେ ଭୁବନ, ବାଙ୍କି, ଧର୍ମଶାଳା, ବଡ଼ଚଣା ଓ ଭଣ୍ଡାରୀପୋଖରୀ ଆଦି ଅଂଚଳ ଗସ୍ତ କରି କ୍ଷେତ୍ରସ୍ତରୀୟ ଡାଇରିଆ ନିରାକରଣ କାର୍ଯ୍ୟାନ୍ୱୟନର ନିରୀକ୍ଷଣ କରିବେ । ଜଳ ଉତ୍ସଗୁଡ଼ିକର ବିଶୋଧନ, ଘରକୁ ଘର ଅଭିଯାନ, ଡାଇରିଆ ରୋଗୀଙ୍କୁ ପ୍ରାଥମିକ ଅବସ୍ଥାରୁ ଚିହ୍ନଟ ଓ ପ୍ରାଥମିକ ଚିକିତ୍ସା, ଘରକୁ ଘର ଔଷଧ ଓ ହାଲୋଜେନ୍ ବଟିକା ବଂଟନ, ଜନ ସଚେତନତା କାର୍ଯ୍ୟକ୍ରମ ଆଦିର ନିରୀକ୍ଷଣ କରିବେ । ଉଲ୍ଲେଖଯୋଗ୍ୟ, ଡାଇରିଆ ସ୍ଥିତିର ଅନୁଧ୍ୟାନ ପାଇଁ ଓଡ଼ିଶା ଆସିଥିବା ୧୪ଜଣିଆ କେନ୍ଦ୍ରୀୟ ଟିମ୍ ଦୁଇଦିନ ଧରି ଗ୍ରାଉଣ୍ଡରେ ରହି ସ୍ଥିତି ପରଖୁଛନ୍ତି ଓ ଆବଶ୍ୟକ ପରାମର୍ଶ ଦେଉଥିବା ଜଣାପଡ଼ିଛି ।

ପ୍ରଭାବିତ ଅଂଚଳରେ ୪୫ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର

ଯାଜପୁର ଜିଲ୍ଲାରେ ଡାଇରିଆ ସ୍ଥିତିର ମୁକାବିଲା ଓ ନିୟନ୍ତ୍ରଣ କରିବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଅଧିକ ଡାକ୍ତର ଓ ମୋବାଇଲ ହେଲଥ କ୍ୟାମ୍ପର ଆୟୋଜନ କରାଯାଇଛି । ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ମଧ୍ୟ ମୁତୟନ ହୋଇଛନ୍ତି । ଏନଏଚଏମ୍ ନିର୍ଦ୍ଦେଶିକା ଡାକ୍ତର ଡି ବୃନ୍ଦାଙ୍କ ନିର୍ଦ୍ଦେଶରେ ଜିଲ୍ଲାର ପ୍ରଭାବିତ ଅଂଚଳର ହସ୍ପିଟାଲଗୁଡ଼ିକରେ ୮ଜଣ ମେଡିସିନ୍ ସ୍ପେଶାଲିଷ୍ଟ ଓ ୨୦ଟି ମୋବାଇଲ୍ ହେଲଥ ଟିମ୍ ମୁତୟନ ଅଛନ୍ତି । ଏହି ପ୍ରଭାବିତ ଅଂଚଳରେ ୪୫ଟି ମୋବାଇଲ୍ ହେଲଥ କ୍ୟାମ୍ପ ଆୟୋଜନ କରାଯାଇଛି । ଡାଇରିଆ ସୂଚନା ମିଳିବା ମାତ୍ରେ ପ୍ରଥମେ ୨୦ଟି ଟିମ୍ ଓ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୦ଟି ଟିମ୍ ମୁତୟନ କରାଯାଇଛି । ଆଦିମ ଆଦିବାସୀ ଅଧ୍ୟ୍ୟୁଷିତ ଅଂଚଳରେ ସ୍ୱାସ୍ଥ୍ୟସେବା ସୁବିଧା ଓ ସଚେତନା ବୃଦ୍ଧି ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ସ୍ୱତନ୍ତ୍ର ଶିବିରମାନ ଆୟୋଜନ କରାଯାଉଛି ।

୭ ଜିଲ୍ଲାକୁ ବ୍ୟାପିଲାଣି ଡାଇରିଆ

ଯଦିଓ ରାଜ୍ୟରେ ୫ଟି ଜିଲ୍ଲାରେ ଡାଇରିଆ ସ୍ଥିତି ଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ମଙ୍ଗଳବାର ଆନୁଷ୍ଠାନିକ ଭାବେ ସ୍ୱୀକାର କରିଥିଲେ ବାସ୍ତବରେ ୭ଟି ଜିଲ୍ଲାରେ ଝାଡ଼ାରୋଗ ଓ କଲେରା ଏବେ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଥିବା ଜଣାପଡ଼ିଛି । ଜୁନ୍ ୯ରୁ ଯାଜପୁରରେ ଚିହ୍ନଟ ହୋଇଥିବା ଡାଇରିଆ ସଂକ୍ରମିତ ମାମଲା ଏବେ ଭଦ୍ରକ, କଟକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଢେଙ୍କାନାଳ ଓ ପୁରୀ ଜିଲ୍ଲାକୁ ବ୍ୟାପିଥିବା ବିଭିନ୍ନ ସୂତ୍ରରୁ ସୂଚନା ମିଳିଛି । ଏସବୁ ଜିଲ୍ଲାରେ ପ୍ରାୟ ୧୭୦୦ ଲୋକ ଝାଡ଼ାରୋଗରେ ସଂକ୍ରମିତ ହୋଇଥିବାବେଳେ କେବଳ ଯାଜପୁର ଜିଲ୍ଲାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କଟକ ଜିଲ୍ଲାରେ ଟାଙ୍ଗୀ-ଚୌଦ୍ୱାର ବ୍ଲକର ସୁନ୍ଦରୀ ଗାଁରେ ୧୫ଜଣ ପ୍ରଭାବିତ ହୋଇ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ବାଙ୍କୀରେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକର ଧାମନଗର, କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକର ଶ୍ୟାମସୁନ୍ଦରପୁର ଗାଁ, ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକରେ ୨୦ଜଣ ଝାଡ଼ାରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେହିପରି କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଝାଡ଼ାରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story