Advertisment

ରେଡ୍ ସିଗ୍ନାଲ ଡେଇଁଲେ ଆଉ ତ୍ରାହି ନାହିଁ; ଗାଡ଼ି ସହ ସିଜ୍‌ ହେବ ଡ୍ରାଇଭିଂ ଲାଇସେନ୍ସ

ଟ୍ରାଫିକ୍‌ ସିଗନାଲ୍‌ ଭାଙ୍ଗୁଥିବା ଅମାନିଆଙ୍କ ପାଇଁ ଏପରି କଡ଼ା ନିୟମ କରିଛି ଭୁବନେଶ୍ୱର ଟ୍ରାଫିକ ପୁଲିସ୍‌ ।

ଅଦ୍ୟତନ ହୋଇଛି
Red Light

Red Light

Advertisment

ଟ୍ରାଫିକ୍‌ ସିଗନାଲ୍‌ ଡେଇଁ ଖସିଯିବା ଆଉ ସହଜ ହେବନି। ରାଜଧାନୀରେ ଏପରି କଲେ ପାନେ ପାଇବେ ଗାଡ଼ି ଚାଳକ । କେବଳ ସେତିକି ନୁହେଁ ନାକେଦମ ହେବା ସହ ତଣ୍ଡ ବି ଗଣିବେ। ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବାର ବି ଭୟ ରହିଛି। ଟ୍ରାଫିକ୍‌ ସିଗନାଲ୍‌ ଭାଙ୍ଗୁଥିବା ଅମାନିଆଙ୍କ ପାଇଁ ଏପରି କଡ଼ା ନିୟମ କରିଛି ଭୁବନେଶ୍ୱର ଟ୍ରାଫିକ ପୁଲିସ୍‌ ।

Advertisment

ରାଜଧାନୀରେ ଟ୍ରାଫିକ ପୋଷ୍ଟର ରେଡ୍ ସିଗ୍ନାଲ ଡେଇଁଲେ ଆଉ ତ୍ରାହି ନାହିଁ। କେବଳ ଯେ ୩ ମାସ ଯାଏଁ ଡ୍ରାଇଭିଂ ଲାଇସେନ୍ସ ବା DL ବାତିଲ୍ ହେବ ତା ନୁହେଁ, ଗାଡ଼ିକୁ ସିଧାସଳଖ କୋର୍ଟଚାଲାଣ କରାଯିବ। ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଏହି ସୂଚନା ଦେଇଛନ୍ତି।

ଟ୍ରାଫିକ ସଚେତନତାକୁ ଜୋରଦାର କରିବାକୁ ଯାଇ ଏପରି ନୂଆ ଅଭିଯାନ ଆରମ୍ଭ କରିଛି କମିଶନରେଟ ପୁଲିସ୍‌। ଏହି କ୍ରମରେ ଅଭ୍ୟାସଗତ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ।

Advertisment

ରାଜଧାନୀର ପ୍ରବେଶ ପଥ ତଥା ଜନଗହଳିପୂର୍ଣ୍ଣ ଟ୍ରାଫିକ ଛକରେ ପ୍ରଥମେ ଏହି ନିୟମକୁ କଡ଼ାକଡ଼ି କରାଯାଇଛି। ପରେ ଏହାକୁ ସମଗ୍ର ରାଜଧାନୀରେ ଲାଗୁ କରାଯିବ ।

ଖାଲି ସେତିକି ନୁହେଁ, ଗାଡ଼ି ସହ ଡିଏଲ୍‌କୁ ସିଜ୍‌ କରାଯାଇ ସିଧା କୋର୍ଟଚାଲାଣ କରି ଦିଆଯିବ ।ଏଥିସହ ୩ ମାସ ଯାଏଁ ଡିଏଲ୍ ବାତିଲ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଟ୍ରାଫିକ୍ ଡିସିପି।

ଭୁବନେଶ୍ୱର ଟ୍ରାଫିକ ଡିସିପି ପି.କେ.ରାଉତ କହିଛନ୍ତି, ଯିଏ ରେଡ ଲାଇଟ୍‌ଯିଏ ଡେଇଁବ, ତା’ ଗାଡ଼ି ସିଜ୍‌ ହେବ ଡିଏଲ୍‌ ସିଜ୍‌ ହେବ । କୋର୍ଟ ଯାଇ ସେମାନେ ତାହାକୁ ମୁକୁଳାଇବେ। ଡିଏଲ୍‌ ସିଜ୍‌ ହେବା ପରେ ତାହାକୁ ସସ୍‌ପେଣ୍ଡ କରିବାକୁ ଆରଟିଓକୁ ପଠାଇବୁ।

Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe