Advertisment

ଦାରିଙ୍ଗବାଡ଼ିରେ ଇଟାଲୀ ଦମ୍ପତି ପାଳିଲେ ନବବର୍ଷ

ପାଉଲୋ ଇଟାଲୀର ଅନ୍ତରୀକ୍ଷ ସାଟେଲାଇଟରେ କାମ କରୁଥିବା ବେଳେ ତାଙ୍କ ସ୍ଵାମୀ ମାର୍କୋ ବିଦ୍ୟୁତ ବିଭାଗର ଜଣେ ଟେକ୍ନିସିଆନ ଭାବେ କାମ କରନ୍ତି।

Daringbadi

Daringbadi

Advertisment

ନୂଆବର୍ଷ ପାଳନ ନେଇ ଆମେ ସମସ୍ତେ ନୂଆନୂଆ ଡେଷ୍ଟିନେସନକୁ ବୁଲିବା ପାଇଁ ଯାଉଛୁ। ହେଲେ ସୁଦୂର ଇଟାଲୀରୁ ନୂଆବର୍ଷ ପାଳନ ଲାଗି ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପହଞ୍ଚିଛନ୍ତି ବିଦେଶୀ ଦମ୍ପତି। ଉଭୟ ଇଟାଲୀର ରୋମ ସହରରୁ ଦାରିଙ୍ଗବାଡି ଆସିଛନ୍ତି। ସେମାନେ ହେଉଛନ୍ତି ପାଉଲୋ ଓ ମାର୍କୋ।

Advertisment

ପାଉଲୋ ଇଟାଲୀର ଅନ୍ତରୀକ୍ଷ ସାଟେଲାଇଟରେ କାମ କରୁଥିବା ବେଳେ ତାଙ୍କ ସ୍ଵାମୀ ମାର୍କୋ ବିଦ୍ୟୁତ ବିଭାଗର ଜଣେ ଟେକ୍ନିସିଆନ ଭାବେ କାମ କରନ୍ତି। ଉଭୟ ନବବର୍ଷରେ ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ସହ ସ୍ଥାନୀୟ ଆଦିବାସୀ ମହିଳାଙ୍କ ବେଶଭୂଷା ଦେଖି ବିମୋହିତ ହୋଇଛନ୍ତି। ଆଦିବାସୀଙ୍କ ମହିଳା ଓ ପିଲାଙ୍କ ସହିତ ଫଟୋ ଉଠାଇବା ସହ ସେମାନଙ୍କ ସହିତ କଥୋପକଥନ ହୋଇଛନ୍ତି।

ଦାରିଙ୍ଗବାଡିର ସବୁଜିମା ଭରା ପ୍ରକୃତି ସାଙ୍ଗକୁ ଏଠାକାର ଆଦିବାସୀ ଲୋକେ ଅଧିକ ଦୟାଳୁ ବୋଲି କହିଛନ୍ତି। ଅନ୍ୟପଟେ ଇଟାଲୀୟ ଦମ୍ପତିଙ୍କୁ ଭେଟି ସ୍ଥାନୀୟ ଲୋକେ ମଧ୍ୟ ବେଶ ଖୁସି ଅନୁଭବ କରିଥିବା କହିଛନ୍ତି। ବହୁ ପୂର୍ବରୁ ଦାରିଙ୍ଗବାଡି ବୁଲିବାକୁ ଆସୁଥିବା ଇଟାଲୀର ଦୁଇ ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ନକ୍ସଲ ଅପହରଣ କରିନେଇଥିଲେ। ଏହାକୁ ନେଇ ସମଗ୍ର ଦେଶରେ ଆଲୋଡ଼ନ ଖେଳିଯାଇଥିଲା। ବହୁ ଆଲୋଚନା ପରେ ନକ୍ସଲମାନେ ଦୁଇ ବିଦେଶୀ ପର୍ଯ୍ୟଟକଙ୍କୁ ଛାଡ଼ିଥିଲେ।

Advertisment

ପାଉଲୋ କହିଛନ୍ତି, ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତିବ ମନୋରମ। ସବୁଜିମା ବଳୟ ଭିତରେ ସମୟ ଅତିବାହିତ କରିଥିବାରୁ ଆମକୁ ବହୁ ଭଲ ଲାଗିଲା। ଦାରିଙ୍ଗବାଡ଼ି ପରିଭ୍ରମଣକରିବା ବେଳେ ଅନେକ ପିଲାଙ୍କୁ ଭେଟିଥିଲୁ। ସେମାନଙ୍କୁ ଭେଟିଲା ପରେ ଆମକୁ ବହୁତ ଭଲ ଲାଗିଲା ବୋଲି ପାଉଲୋ କହିଛନ୍ତି।

ରିପୋର୍ଟ-ବାଲିଗୁଡ଼ାରୁ ଅଜିତ କୁମାର ନାୟକ

Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe