ହଠାତ୍ ବିଲ ମଝିରେ ଜରୁରୀ ଅବତରଣ କଲା ନୌସେନା ହେଲିକପ୍ଟର। ଯାହାକୁ ଦେଖିବାକୁ ରୁଣ୍ଡ ହୋଇଯାଇଥିଲେ ଗ୍ରାମବାସୀ। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାରେ।
ଆଜି ରାସଗୋବିନ୍ଦପୁର ବ୍ଲକର ଗାଁଅମର୍ଦ୍ଦା ବିଲରେ ହଠାତ୍ ନୌସେନା ହେଲିକପ୍ଟରଟି ଅବତରଣ କରିଥିଲା। ପାଖାପାଖି ୧୫ରୁ ୨୦ ମିନିଟ୍ ରହିବା ପରେ ହେଲିକପ୍ଟରଟି ପୁଣି ଉଡାଣ ଭରିଥିଲା। ହେଲିକପ୍ଟରଟି ଅବତରଣ କରିବା ପରେ ଆଖପାଖ ଲୋକେ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ତେବେ ବିମାନଟି କାହିଁକି ଜରୁରୀ ଅବତରଣ କଲା ତାର କାରଣ ଜଣାପଡ଼ିନାହିଁ। ହେଲିକପ୍ଟରରେ ୩ଜଣ ନୌସେନା ଅଧିକାରୀ ଥିବା ଜଣାଯାଇଛି।
Also Read
ନୌସେନାର ହେଲିକପ୍ଟର ଜରୁରୀକାଳୀନ ଅବତରଣ ନେଇ ମୟୂରଭଞ୍ଜ ଏସପି କହିଛନ୍ତି, ଯାନ୍ତ୍ରିକ ତ୍ରୁଟି ଯୋଗୁ ନୌସେନା ହେଲିକପ୍ଟରଟି ଜରୁରୀକାଳୀନ ଅବତରଣ କରିଥିଲା। ପରେ ହେଲିକପ୍ଟରଟି ପୁଣି ଉଡ଼ାଣ ଭରିଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
![Loka Seva Bhavan Loka Seva Bhavan](https://assets.odishareporter.in/uploadimage/library/16_9/16_9_3/IMAGE_1698843055.jpg)
Miscellaneous
ଅରୁଣ ପଣ୍ଡା ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ, ୬ମାସ ସୁଦ୍ଧା ଦେବେ ରିପୋର୍ଟ
ମଙ୍ଗଳବାର ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳ ନିଜର କ୍ଷମତାର ଉପଯୋଗ କରି ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଗଠନ କରିଛନ୍ତି ।
![GRIDCO GRIDCO](https://assets.odishareporter.in/uploadimage/library/16_9/16_9_3/GRIDCO_1687365322.jpg)
Miscellaneous
କ୍ୟାବିନେଟ୍ ନିଷ୍ପତ୍ତି: ଶୀତଳଭଣ୍ଡାର ପାଇଁ ୬୦% ସବସିଡି, ଗ୍ରୀଡ଼କୋକୁ ୩୧୦୮କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି
ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟ ସେବା କ୍ୟାଡ଼ରରେ ମେଡିକାଲ ଅଫିସର ନିଯୁକ୍ତି,ପଦୋନ୍ନତି ଓ ସେବା ସର୍ତ୍ତାବଳୀକୁ ନିୟନ୍ତ୍ରଣ ପାଇଁ ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା ନିୟମାବଳୀ-୨୦୧୭ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମୋହନ ବାଜିଛି ।
![Odisha Assembly Odisha Assembly](https://assets.odishareporter.in/uploadimage/library/16_9/16_9_3/IMAGE_1694849975.jpg)
Miscellaneous
୧୩ରୁ ବିଧାନସଭାର ୨୮ଦିନିଆ ଅଧିବେଶନ, ୧୭ରେ ବଜେଟ୍
ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୩ରୁ ୨୧ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ୭ରୁ ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ ।
![Naba das Naba das](https://assets.odishareporter.in/uploadimage/library/16_9/16_9_3/Naba_das_1737386202.jpg)
Miscellaneous
ମନ୍ତ୍ରୀ ହତ୍ୟା ମାମଲା: ଚାଲିଛି ମିଡିଆ ଟ୍ରାଏଲ, ତଦନ୍ତରେ ତ୍ରୁଟି ଜଳଜଳ, ରହସ୍ୟଭେଦ କରିପାରିନି କ୍ରାଇମବ୍ରାଂଚ
ରାଜ୍ୟ ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ହତ୍ୟା ପଛର କ’ଣ କାରଣ ରହିଛି ତାହା ଜାଣିବାରେ କ୍ରାଇମବ୍ରାଂଚ ସକ୍ଷମ ହୋଇନି ।
![Paddy Paddy](https://assets.odishareporter.in/uploadimage/library/16_9/16_9_3/Paddy_1737265777.jpg)
Miscellaneous
ଧାନ ବିକ୍ରି ପାଇଁ ଟୋକନ୍ ପାଇନାହାନ୍ତି ୨୪ ଜିଲ୍ଲାର ଚାଷୀ, ଅଟକିଛି ୧୭୧୩୬ଟି ଜମିର ଫିଲଡ୍ ସର୍ଭେ
ମୋଟ ୧୯,୦୫,୪୯୦ଟି ଜମିର ସାଟେଲାଇଟ୍ ଫଟୋଚିତ୍ର ମଧ୍ୟରୁ ୧୮,୮୮,୩୫୪ଟି ଜମିର ଫିଲଡ୍ ସର୍ଭେ ଶେଷ ହୋଇସାରିଛି । ବାକି ୧୭୧୩୬ଟି ଜମିର ସାଟେଲାଇଟ୍ ଫଟୋଚିତ୍ରର ଫିଲଡ୍ ସର୍ଭେ ଏବେବି ଶେଷ ହୋଇପାରିନି ।