ବଜାରରେ ଟମାଟୋ କେଜି ୧୦୦ ଟଙ୍କାରେ ମିଳୁଥିବା ବେଳେ ମାତ୍ର ୫୦ଟଙ୍କାରେ ମିଳୁଛି କେଜିଏ ମାଛ। ରୋହି, ଭାକୁର ଓ ବାଳିଆ ଭଳି ବିଭିନ୍ନ ମାଛ କେଜିକୁ ମାତ୍ର ୫୦ ଟଙ୍କାରେ ବିକ୍ରି କରାଯାଉଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତିଖାଲି ଡେମ୍ ଅଞ୍ଚଳରରେ କମ୍ ଦରରେ ମାଛ ମିଳୁଛି।
ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୁନ୍ଦର ନଦୀକୁ ଗୋଳି ପାଣି ଆସୁଥିବାରୁ ନଦୀରେ ପ୍ରବଳ ମାଛ ଆସିଛନ୍ତି। ନଈପଠାରେ ଶହ ଶହ ଲୋକ କୁଇଣ୍ଟାଲ କୁଇଣ୍ଟାଲ ମାଛ ଧରୁଛନ୍ତି। କିଏ ବସ୍ତାରେ ତ ଆଉ କିଏ ଟ୍ରାକ୍ଟରରେ ବୋହି ନେଉଛନ୍ତି ମାଛ। ସୁନ୍ଦର ନଦୀ ଘାଟରେ ମାଛ କେଜି ୫୦ ଟଙ୍କାରେ ବିକ୍ରି କରାଯାଉଛି। ମାଛ କିଣିବାକୁ ଲୋକଙ୍କର ଭିଡ଼ ଜମୁଛି। ବାହାରୁ ଲୋକ ଆସି ମଧ୍ୟ କମ୍ ଦରରେ ମାଛ କିଣି ନେଉଛନ୍ତି।
Also Read
ଜଣେ ଗ୍ରାହକ କହିଛନ୍ତି, ମୁଁ ସୁନ୍ଦର ନଦୀ ଦେଇ ଯାଉଥିଲି। ମାଛ କେଜି ୪୦ରୁ ୫୦ ଟଙ୍କାରେ ବିକ୍ରି ଯାଉଥିବା ଜାଣିବାକୁ ପାଇଲି। ମୁଁ କିଛି ମାଛ ଘରକୁ କଣି ନେଇଗଲି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ଓଡ଼ିଶାର ‘ଏଆଇ ପଲିସି’: ପ୍ରତିଶ୍ରୁତି ଆକାଶଛୁଆଁ, ବାସ୍ତବତା ବହୁ ଦୂରରେ
ରାଜ୍ୟର ବାସ୍ତବ ସମସ୍ୟା, ଅନନ୍ୟ ସାମାଜିକ,ସାଂସ୍କୃତିକ ଓ ଭୌଗଳିକ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ‘ଓଡ଼ିଶାର ସମ୍ପୂର୍ଣ୍ଣ ନିଜସ୍ୱ ଏଆଇ ପଲିସି’ ଆଣିବା ପରିବର୍ତ୍ତେ ଏଭଳି ଏକ ପଲିସିକୁ ଲଦି ଦେବାକୁ ପ୍ରୟାସ ହୋଇଛି ଯେଉଁଥିରେ ରାଜ୍ୟବାସୀଙ୍କ ଡାଟାର ଗୋପନୀୟତା ଓ ଏହାର ଦୁରୂପଯୋଗକୁ ରୋକିବା ନିମନ୍ତେ କୌଣସି କଠୋର ନିୟମ କିମ୍ବା ଦଣ୍ଡର ପ୍ରାବଧାନ ନାହିଁ ।
Miscellaneous
କାଲି ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱରର ସବୁ ସରକାରୀ ଅଫିସ ଛୁଟି
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ, ଯାହାର ମୂଲ୍ୟ ୧୯ ହଜାର କୋଟି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

Miscellaneous
ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ନବୀନ, ଚିକିତ୍ସା ପାଇଁ ଯିବେ ମୁମ୍ବାଇ
୨୦୦୦ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନବୀନ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନାକୁ ଗୋପନ ରଖିବାକୁ ପସନ୍ଦ କରିଆସିଛନ୍ତି । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବିରୋଧୀ ଦଳ ଓ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା । ଯାହାପରେ ନବୀନ ନିଜେ ଭିଡିଓ ବାର୍ତ୍ତା ଜାରି କରି ତାଙ୍କ ସ୍ୱାସ୍ଥ୍ୟ ଭଲ ରହିଛି ବୋଲି ସ୍ପଷ୍ଟୀକରଣ ଦେଇଥିଲେ । ତେବେ ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ମଝିରେ ମଝିରେ ଚର୍ଚ୍ଚା ଲାଗି ରହିଥାଏ ।

Miscellaneous
ଜିଲ୍ଲାରୁ ଜିଲ୍ଲାକୁ ମାଡ଼ିଚାଲିଛି ଡାଇରିଆ : ସବୁ ଜିଲ୍ଲାକୁ ଆଲର୍ଟ, ମହାମାରୀ ନୁହେଁ କହିଲେ ସରକାର
୫ ଜିଲ୍ଲା ନୁହେଁ ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ମହାମାରୀ ନୁହେଁ ବୋଲି କେନ୍ଦ୍ରୀୟ ଟିମ୍ କହୁଛନ୍ତି । ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ସହ ସରକାରଙ୍କ ଆଲୋଚନାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ଟିମ୍ ଏବେ ଗ୍ରାଉଣ୍ଡରେ ଅଛନ୍ତି ।

Miscellaneous
୨୦ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, କରିବେ ବିଶାଳ ରୋଡ୍ ଶୋ
ରାଜ୍ୟରେ ବିଜେପି ସରକାରର ପ୍ରଥମ ବର୍ଷପୂର୍ତ୍ତି ପାଇଁ ଆସନ୍ତା ୨୦ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ।