Advertisment

ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀ ବନ୍ୟାଜଳ

ମହାନଦୀର ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିର ବେଢାକୁ ଛୁଇଁଛି ତଥାପି ମା’ଙ୍କୁ ଜଳାଶାୟୀ କରିପାରିନି।

Flood water

Flood water

Advertisment

ଗତ କିଛି ଦିନର ଲଗାଣ ବର୍ଷା ଯୋଗୁ ମହାନଦୀ ଫୁଲୁଥିବା ବେଳେ ବନ୍ୟା ପାଣି କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ବେଢାକୁ  ଛୁଇଁଛି। ମନ୍ଦିର ବେଢାରେ ବନ୍ୟା ପାଣି ଲହଡ଼ି ଭାଙ୍ଗୁଛି। ହୀରାକୁଦ ଜଳଭଣ୍ଡାରରେ ୧୪ଟି ଗେଟ୍‌ ଖୋଲା ଯାଇଥିବାରୁ ମହାନଦୀରେ ବଢ଼ୁଛି ଜଳସ୍ତର। ଏହି ବନ୍ୟା ଜଳ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ନିକଟରେ ପ୍ରବାହିତ ହେଉଛି। ଆଜି ସକାଳଠାରୁ ବନ୍ୟାଜଳ ବଢିବାରେ ଲାଗିଛି। 

Advertisment

ମହାନଦୀର ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିର ବେଢାକୁ ଛୁଇଁଛି ତଥାପି ମା’ଙ୍କୁ ଜଳାଶାୟୀ କରିପାରିନି। ବନ୍ୟାଜଳ ମା’ଙ୍କୁ ଜଳାଶୟୀ କରିବାକୁ ଆହୁରି କିଛି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି।

ଯଦି ମନ୍ଦିରର ଗମ୍ଭାରୀରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ମା’ ଙ୍କୁ ସ୍ଥାନାନ୍ତର କରାଯିବ। ସେଥିପାଇଁ  ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି।ମନ୍ଦିରରେ ଯେପରି ମା”ଙ୍କ ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନ ଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Advertisment
Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe