ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ନିଶା ଇଞ୍ଜେକସନ୍ ଦେଉଥିଲେ ଫରେଷ୍ଟେର। ଅସାବଧାନତା କାରଣରୁ ନିଜ ଦେହରେ ବାଜିଗଲା। ଚେତାଶୂନ୍ୟ ହୋଇ ତଳେ ପଡ଼ିଗଲେ ଫରେଷ୍ଟେର। ୧୦ ଘଣ୍ଟା ପରେ ଫେରିଲା ଚେତା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର କେରଜୁଳି ଗାଁରେ ଏହି ଘଟଣା ଘଟିଛି। ଚିକିତ୍ସା ପରେ ଫରେଷ୍ଟର ସୁସ୍ଥ ଥିବ ଜଣାଯାଇଛି। ଉକ୍ତ ଫରେଷ୍ଟେର ଜଣଙ୍କ ହେଲେ ଦିପକ ସାହୁ।
ଗତକାଲି ବନ ବିଭାଗ ଟିମ୍ କେରଜୁଳି ଗାଁରେ ପହଞ୍ଚି ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ଇଞ୍ଜେକସନ୍ ଫରେଷ୍ଟେରଙ୍କ ଦେହରେ ବାଜିଥିଲା। ସଙ୍ଗେ ସଙ୍ଗେ ଫରେଷ୍ଟର ଚେତାଶୂନ୍ୟ ହୋଇପଡ଼ିଥିଲେ।
Also Read
ତାଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ୧୦ ଘଣ୍ଟା ପରେ ଫରେଷ୍ଟରଙ୍କର ଆଜି ଚେତା ଫେରିଛି। ବର୍ତ୍ତମାନ ଫରେଷ୍ଟର ସୁସ୍ଥ ଥିବା ଜଣାଯାଇଛି। କିପରି ଏପରି ଅଘଟଣ ଘଟିଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
‘ଓଡ଼ିଶାରେ ଗୋହତ୍ୟା ଓ ଗୋମାଂସ ଚାଲାଣ ଉପରେ ଲାଗିବ କଟକଣା’
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଗୋଚାଲାଣ ଓ ଗୋ ହତ୍ୟା ଉପରେ ରୋକ ଲଗାଇବାକୁ ଆମର ଆଭିମୁଖ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ ।
Miscellaneous
‘ଓଡ଼ିଶାରେ ଠାବ ହୋଇଛି ୨ଟି ସୁନାଖଣି’
ଆଜି ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ, ଦେବଗଡ଼ ଜିଳ୍ଲାର ଆଡାସ-ରାମପଲ୍ଲୀ ଅଂଚଳରେ ଭାରତୀୟ ଭୂବୈଜ୍ଞାନକ ସଂସ୍ଥା(ଜିଏସଆଇ) ଦ୍ୱାରା ଜି-୨ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ସରିଛି ।
Miscellaneous
ଭୁବନେଶ୍ୱରରେ ନୂଆ ଜୁଡିସିଆଲ୍ କୋର୍ଟ କମ୍ପ୍ଲେକ୍ସ ଲୋକାର୍ପିତ
ରାଷ୍ଟ୍ରପତି କହିଛନ୍ତି, ଶୁଣାଣି ବେଳେ ବାରମ୍ବାର ତାରିଖ ଘୁଞ୍ଚାଇବା ପ୍ରକ୍ରିୟାରେ ଯେପରି ପୂର୍ଣ୍ଣଛେଦ ପଡ଼ିବ ତା’ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା କରୁଛି।
Miscellaneous
ବିଗତ ୩ ବର୍ଷରେ ବଜ୍ରପାତ ନେଲାଣି ୧୦୫୭ ଜୀବନ
ପାଣିପାଗ ବିଶେଷଜ୍ଞଙ୍କ ମତରେ ପୂର୍ବରୁ ଗ୍ରାମାଞ୍ଚଳରେ ପ୍ରତି ବିଲ ହୁଡ଼ାରେ ତାଳଗଛ ଥିଲା। ସେହି ତାଳଗଛ ବଜ୍ର ସୁରକ୍ଷା ଯନ୍ତ୍ର ଭଳି କାମ କରୁଥିଲା। ବଜ୍ରପାତ ହେଲେ, ସୁଉଚ୍ଚ ହୋଇଥିବାରୁ ବିଜୁଳି ତାଳ ଗଛ ଉପରେ ପଡ଼ୁଥିଲା।
Miscellaneous
ଲୋକ ଲଜ୍ଜାରୁ ବର୍ତ୍ତିବାକୁ ମେଡ଼ିକାଲ୍ରୁ ପିଲା ଚୋରି ନାଟକ; କ୍ଷମା ମାଗିଲେ ଦମ୍ପତି
ସୁଧୀସ୍ମିତାଙ୍କର କୌଣସି ପିଲାପିଲି ହେଉନଥିଲେ। ତେଣୁ ସେ ବହୁ ଡାକ୍ତରଙ୍କୁ ଦେଖାଇଥିଲେ। ବହୁ ମେଡ଼ିସିନ୍ ଖାଉଥିଲେ। ଏହା ସତ୍ତ୍ୱେ କୌଣସି ପିଲାପିଲି ହେଉନଥିଲା। ଯାହାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ଥିଲେ ସୁଧୀସ୍ମିତା ଓ ବିଜୟ।