Advertisment

ଥାନାରେ ମହିଳା ପୁଲିସଙ୍କୁ ନାକେଦମ୍‌ କଲେ ଯନ୍ତ୍ରୀ ମାଡାମ୍‌

ମହିଳା ଜଣକ ନିଶାସକ୍ତ ଥିବାରୁ ଥାନାରେ ତାଙ୍କର ଯାଞ୍ଚ କରିବାବେଳେ ପ୍ରତିବାଦ କରିବା ସହ ପ୍ରବଳ ପାଟିତୁଣ୍ଡ କରିଥିଲେ

author-image
Biswajit Samal
Police

Police

ନିଶାସକ୍ତ ହୋଇ ଥାନାରେ ପୁଲିସକୁ ନାକେଦମ କଲେ ଲେଡି ଅଫିସର। ଲେଡି ଅଫିସର ଜଣକ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇ ସିରିଜ ଦୁର୍ଘଟଣା ଘଟାଇଥିଲେ। ନିଶାସକ୍ତ ମହିଳା ଜଣଙ୍କ ହେଉଛନ୍ତି ଜଗସିଂହପୁର ନାଉଗାଁ ବ୍ଲକର କନିଷ୍ଟ ଯନ୍ତ୍ରୀ ବୋଲି ଜଣାପଡ଼ିଛି।

Advertisment

କଟକ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଲେଡି ଅଫିସର ଜଣକ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇ ସିରିଜ ଦୁର୍ଘଟଣା କରିଥିଲେ। ଏହାପରେ ସ୍ଥାନୀୟ ଲୋକେ କାର ସହ ମହିଳାଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମହିଳାଙ୍କୁ ଥାନାକୁ ଉଠାଇ ଆଣିଥିଲା। ମହିଳା ଜଣକ ନିଶାସକ୍ତ ଥିବାରୁ ଥାନାରେ ତାଙ୍କର ଯାଞ୍ଚ କରିବାବେଳେ ପ୍ରତିବାଦ କରିବା ସହ ପ୍ରବଳ ପାଟିତୁଣ୍ଡ କରିଥିଲେ। ଚାଉଳିଆଗଞ୍ଜ ପୁଲିସ ମହିଳାଙ୍କ ଗାଡିଟିକୁ ଜବତ କରିବା ସହ ମହିଳାଙ୍କ ନାଁରେ ମାମଲା ରୁଜୁ କରିଛି।