Advertisment

ବଡ଼ବଡ଼ ରୋଗକୁ ଭଲ କରୁଛି ମନ୍ତ୍ର ପାଣି!

ବୋତଲେ ପାଣି ପିଇଦେଲେ ଛୁ ମାରୁଛି ମାରାତ୍ମକ ରୋଗ

author-image
Biswajit Samal
Khandagiri

Khandagiri

ବୋତଲେ ପାଣି ପିଇଦେଲେ ଛୁ ମାରୁଛି ମାରାତ୍ମକ ରୋଗ। ଦେହ ଆଉଁସି ତେଲ ଘଷି ଦେଲେ ଉଭେଇ ଯାଉଛି ପୁରୁଣା ବାତ। ଖଣ୍ଡଗିରି କୁମ୍ଭମେଳାର ଏଭଳି ଚମତ୍କାରୀ ବାବା ମାନଙ୍କ ଶିବିରରେ ଲୋକଙ୍କ ଲାଗୁଛି ଗହଳି। ତେବେ ବାବା ମାନଙ୍କ ଦାବି କେତେ ସତ କେତେ ମିଛ, ତାହା ତ ଜଣାନାହିଁ। ହେଲେ ରୋଚକ କଥା ହେଲା ଯେଉଁ ମେଳାରେ କିଛି ବାବା ଡାକ୍ତର ସାଜିଛନ୍ତି, ସେଇ ମେଳାରେ ଆଉ କିଛି ବାବା ରୋଗ ଭଲ ପାଇଁ ଆୟୁର୍ବେଦ ଡାକ୍ତରଙ୍କ ଶରଣ ବି ନେଇଛନ୍ତି।

Advertisment

ଯେଉଁଠି ଲୋକଙ୍କୁ ଚିକିତ୍ସା କରୁଛନ୍ତି କିଛି ବାବା ସେଇଠି ବୈଦ୍ୟଙ୍କ ପାଖରେ ବି ଚିକିତ୍ସିତ ହେଉଛନ୍ତି ଆଉ କିଛି ସାଧୁ ଦୃଶ୍ୟ ଭୁବନେଶ୍ୱର ଖଣ୍ଡଗିରି ମେଳାରଗୋଟିଏ ବୋତଲ ମନ୍ତ୍ର ଫୁଙ୍କା ପାଣି ପିଇଦେଲେ। କୁଆଡ଼େ ଭଲ ହୋଇଯାଉଛି କ୍ୟାନ୍ସର ଓ ଡାଇବେଟିସ୍ ଭଳି ବେମାରୀଆଉ ଚମତ୍କାରୀ ତୈଳ ଘଷି ଦେଲେ ଖାଲି ଗଣ୍ଠି ବାତ କଣ ପାରାଲିସିସ୍ ରୋଗୀ ବି ପାଉଛନ୍ତି ସୁଫଳ। ଇଏ ରାଜୁ ବାବାଙ୍କ ଚାଲେଞ୍ଜ। କେହି ବୋତଲେ ପାଣି ଆଣି ଦେଲେ ସେ ତାକୁ ମନ୍ତ୍ର ବୋଲି ଫୁଙ୍କି ପିଇବାକୁ କହୁଛନ୍ତି। ତାସହ ଦେହ ଟିକେ ହାତ ଆଉଁସି ଦେଉଛନ୍ତି। ବଦଳରେ ଯିଏ ଯାହା ଖୁସିରେ ଦେଲା ନହେଲେ ଚିକିତ୍ସା ଫୁଲ୍ ମାଗଣା। ତାଙ୍କ ମନ୍ତୁରା ପାଣି ପୁରୁଣାରୁ ପୁରୁଣା ରୋଗ ଭଲ କରିଦେଉଥିବା ବିଶ୍ୱାସ କରି, ଭିଡ଼ ଜମାଉଛନ୍ତି ଯାତ୍ରା ବୁଲି ଆସୁଥିବା ବହୁ ଲୋକ। କେବଳ ରାଜୁ ବାବା ନୁହଁନ୍ତି, ଏମିତି ଅନେକ ସାଧୁ ଏଠି ରୋଗୀଙ୍କୁ ଦେଉଛନ୍ତି ଆରୋଗ୍ୟର ଭରସା।

ତେବେ ସେଇ ଖଣ୍ଡଗିରି ମେଳାରେ ଆଉ କିଛି ବାବା ଶରଣ ପଶିଛନ୍ତି ଖୋଦ୍ ଆୟୁର୍ବେଦ ଡାକ୍ତରଙ୍କ ପାଖରେ। ସ୍ୱାସ୍ଥ୍ୟ ପରୀକ୍ଷା ହେଉଛି, ବିପି ମପା ଚାଲିଛି, ଶେଷରେ ନେଉଛନ୍ତି ଔଷଧ। ଥଣ୍ଡା ଓ କାଶ ଆଦି ଅସୁସ୍ଥତା ପାଇଁ ବୈଦ୍ୟରାଜଙ୍କ ଭରସାରେ ସାଧୁସନ୍ଥ। ଜଗନ୍ନାଥ ଚେତନା ସଂଗଠନ ପକ୍ଷରୁ ପ୍ରତି ବର୍ଷ ଆୟୋଜିତ ହୋଇଆସୁଛି ଏହି ଚିକିତ୍ସା ଶିବିର। ଏବର୍ଷ ପ୍ରାୟ ୭ଶହ ସାଧୁସନ୍ଥଙ୍କୁ ସେଠାରେ ଚିକିତ୍ସା କରାଗଲାଣି।

Advertisment
Kumbha Mela