Advertisment

ଅର୍ପଣ ରଥ ଚାଉଳରେ ଖିରି, ଖିଛୁଡ଼ି ଓ କାନିକା କରି ବାଣ୍ଟିଲେ

ଅର୍ପଣ ଦ୍ରବ୍ୟକୁ ମହାପ୍ରଭୁଙ୍କ ପାଖରେ ମହାପ୍ରସାଦ ରୂପେ ଆଜି ବ୍ୟବହାର ହୋଇଛି!

author-image
Biswajit Samal
ଅଦ୍ୟତନ ହୋଇଛି
puri

Puri

ଅର୍ପଣ ରଥରୁ ସଂଗ୍ରହ ହୋଇଥିବା ଚାଉଳରେ ପ୍ରସ୍ତୁତ ହେଲା ମହାପ୍ରସାଦ! ସକାଳ ଧୂପ କୋଠଭୋଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଭୋଗଲାଗିଥିବା ଖେଚୁଡ଼ି ପାଇ ଭକ୍ତ ଭାବ ବିଭୋର ହୋଇଗଲେ।

Advertisment

ଓଡିଶାର ପୁରପଲ୍ଲୀର ଶ୍ରୀଜଗନ୍ନାଥ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମହାଯଜ୍ଞ ପାଇଁ ଅର୍ପଣ କରିଥିଲେ ଚାଉଳ, ନଡିଆ ଓ ଗୁଆ। ସେହି ଅର୍ପଣ ଦ୍ରବ୍ୟକୁ ମହାପ୍ରଭୁଙ୍କ ପାଖରେ ମହାପ୍ରସାଦ ରୂପେ ଆଜି ବ୍ୟବହାର ହୋଇଛି। ତାହା ଆମ ସମସ୍ତଙ୍କ ସୌଭାଗ୍ୟର ବିଷୟ ବୋଲି କହିଛନ୍ତି ଜଗନ୍ନାଥ ପ୍ରେମୀ ଓ ଭକ୍ତମାନେ। ସକାଳ ଧୂପରେ ବାହାରିଥିବା ଖେଚୁଡ଼ି ପାଇଁ ଶ୍ରୀମନ୍ଦିର ଉତ୍ତର ଓ ପଶ୍ଚିମ ଦ୍ୱାରରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଥିଲା।

ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରାୟ ଏକ ଶହ ଖେଚୁଡ଼ି ଓ କାନିକା ହାଣ୍ଡି ପ୍ରସ୍ତୁତ ହୋଇ ଭକ୍ତଙ୍କ ମଧ୍ୟରେ ବଣ୍ଟାଯିବାର ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ନିଯୋଗ ସମ୍ପାଦକ।

Advertisment
Puri Shreemandir Arpana Ratha