କେନ୍ଦ୍ର ସରକାର ଜିଏସଟି କାଉନସିଲର ମନ୍ତ୍ରିସ୍ତରୀୟ କମିଟିର ପୁର୍ନଗଠନ କରିଛନ୍ତି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଜିଏସଟି କାଉନସିଲରେ ସଦସ୍ୟ ଭାବେ ସାମିଲ ହୋଇଛନ୍ତି । ଜିଏସଟି କାଉନସିଲରେ ରାଜ୍ୟର ଅର୍ଥମନ୍ତ୍ରୀମାନେ ସଦସ୍ୟ ଭାବେ ସାମିଲ ହୋଇଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବେ ଅର୍ଥ ବିଭାଗକୁ ନିଜ ପାଖରେ ରଖିଥିବାରୁ କେଭିଙ୍କୁ ଜିଏସଟି କାଉନସିଲ ସଦସ୍ୟ ଭାବେ ମନୋନୀତ କରାଯାଇଛି ।
Also Read
ସୂଚନା ଅନୁସାରେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ଏହି ଜିଏସଟି ପରିଷଦର ଆବାହକ ଥିବାବେଳେ ହରିୟାଣା ଅର୍ଥମନ୍ତ୍ରୀ ଜୟପ୍ରକାଶ ପଟେଲ, ଛତିଶଗଡ଼ ଅର୍ଥମନ୍ତ୍ରୀ ଓପି ଚୌଧୁରୀ, ଦିଲ୍ଲୀ ଅର୍ଥମନ୍ତ୍ରୀ ଆତିଶ ମାରଲେନା, ଆସାମ ଅର୍ଥମନ୍ତ୍ରୀ ଅଜନ୍ତା ନିଓଗ, ଆନ୍ଧ୍ରପ୍ରଦେଶ ଅର୍ଥମନ୍ତ୍ରୀ ପାୟଭଲୁ କେଶବ ଓ ତାମିଲନାଡୁ ଅର୍ଥମନ୍ତ୍ରୀ ଥାଙ୍ଗମ ଥେନାରସୁ ମଧ୍ୟ ପରିଷଦର ସଦସ୍ୟ ଅଛନ୍ତି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
କ୍ୟାବିନେଟ୍ ନିଷ୍ପତ୍ତି : ଚଳିତ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷାରେ ପଛୁଆ ବର୍ଗଙ୍କୁ ମିଳିବ ୧୧.୨୫% ସଂରକ୍ଷଣ
ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟର ସାମାଜିକ ଓ ଆର୍ଥକ ପଛୁଆ ବର୍ଗ(ଏସଇବିସି)ଙ୍କୁ ୧୧.୨୫% ସଂରକ୍ଷଣ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

Miscellaneous
ଅସିତ୍ ମହାପାତ୍ର ଓରେରା ଅଧ୍ୟକ୍ଷ,୨ ନୂଆ ସଦସ୍ୟ ନିଯୁକ୍ତ
ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଭାରତୀୟ ରାଜସ୍ୱ ସେବାର ଅବସରପ୍ରାପ୍ତ ଅଫିସର ଅସିତ୍ କୁମାର ମହାପାତ୍ରଙ୍କୁ ଓରେରା ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ।

Miscellaneous
ସରକାର ଗଢ଼ିଲେ ଜଷ୍ଟିସ ଚୌଧୁରୀ କମିଟି: ସୁବ୍ୟବସ୍ଥିତ ହେବ ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି ଓ ନିଯୋଗଗୁଡ଼ିକର ଅଧିକାରର ସମୀକ୍ଷା
ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଅସହଯୋଗ, ପ୍ରଶାସନିକ ନିୟନ୍ତ୍ରଣରେ ବିଫଳତା ଓ ସ୍ୱତନ୍ତ୍ର ଆଇନ କାର୍ଯ୍ୟକାରିତାରେ ନହେବା ଯୋଗୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ନୀତିକାନ୍ତିରେ ବାରମ୍ବାର ବିଭ୍ରାଟ ଲାଗି ରହିଛି ।
Miscellaneous
୮ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ: ରାଜ୍ୟରେ ସଡ଼କ ଭିତ୍ତିଭୂମି ସୁଦୃଢ଼ ପାଇଁ ୨ଟି ନୂଆ ଯୋଜନା
ଗ୍ରାମାଂଚଳରେ ପରିବହନ ସେବା ପାଇଁ ଉଦ୍ଦିଷ୍ଟ ‘ମୁଖ୍ୟମନ୍ତ୍ରୀ ବସସେବା’ରେ ବିଭିନ୍ନ ବର୍ଗର ଲୋକଙ୍କୁ ପରିବହନ ରିହାତି ସହ ଯୋଜନାକୁ ୨୦୩୩ ମସିହା ପର୍ଯ୍ୟନ୍ତ ବୃଦ୍ଧି, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ‘ନିଦାନ’କୁ ଆଉ ୫ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ଭଳି ୫ଟି ବିଭାଗର ମୋଟ ୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

Miscellaneous
ଚର୍ଚ୍ଚାରେ ୫ ଆଇପିଏସ୍ ଅଫିସର: ପଣ୍ଡିତଙ୍କ ‘ପ୍ରେମ’ ମହଙ୍ଗା, ଗଜଭିୟେ କେଉଁଠି, କୁଟ୍ଟେଙ୍କୁ କ୍ଲିନଚିଟ୍ !
ରାଜ୍ୟର ୫ଜଣ ବରିଷ୍ଠ ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେ, ରବିକାନ୍ତ, ସତୀଶ କୁମାର ଈଶ୍ୱରଦାସ ଗଜଭିୟେ ଓ ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ସମେତ ଏନ.ବି.ଭାରତୀଙ୍କ କ୍ଷେତ୍ରରେ ଗୃହ ବିଭାଗର ଆଭିମୁଖ୍ୟ ଓ କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା ।