କୋରାପୁଟ ରେଳ ଷ୍ଟେସନ ଠାରୁ ୧୧୭ କିମି ଦୂର ତଥା କିରିଣ୍ଡୁଲ-କୋତବାଲାସା ରେଳ ଲାଇନର ବୋରାଗୁହାଲୁ ଠାରେ ରେଳ ଟ୍ରାକ ଉପରେ ପଥର ଧସି ଯାଇଛି। ଫଳରେ ଏହି ରେଳ ଲାଇନ୍ରେ ରେଳ ଚଳାଚଳ ବ୍ୟାହତ ହୋଇଛି। ରାସ୍ତା ସଫା ପାଇଁ ଘଟଣାସ୍ଥଳକୁ ବିଭାଗୀୟ ସୁରକ୍ଷା ଓ ଉଦ୍ଧାର ଟିମ୍ ପହଞ୍ଚି କାର୍ଯ୍ୟ ଜାରି ରଖିଛନ୍ତି।
ଏଥିପାଇଁ ୪ଟି ଟ୍ରେନ୍କୁ ବାତିଲ ହୋଇଛି। ଏହି ଟ୍ରେନ ଗୁଡ଼ିକ ହେଉଛି, ବିଶାଖାପାଟଣା-କିରିଣ୍ଡୁଲ ଓ କିରିଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ, ବିଶାଖାପାଟଣା-କିରିଣ୍ଡୁଲ ଓ କିରିଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର ଟ୍ରେନ।
ଟ୍ରେନ୍ ଲାଇନ ଉପରେ ବଡ଼ ବଡ଼ ପଥର ପଡ଼ି ରହିଛି। ରେଳ ଲାଇନ କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କିଏ ଏହି ଶାନ୍ତନୁ ନାଇଡୁ ?
ରତନ ଟାଟାଙ୍କ ନାଁ ସାମ୍ନାକୁ ଆସିଲେ, ତାଙ୍କ ସହ ଥିବା ଏହି ଯୁବକଙ୍କ ଚେହେରା ବି ସାମ୍ନାକୁ ଆସିଥାଏ।
Miscellaneous
ପୂଜା ମଣ୍ଡପମାନଙ୍କୁ ବଡ଼ ଭେଟି; ଭଡ଼ା ଛାଡ଼ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟର ସବୁ ଦୁର୍ଗା ପୂଜା ପେଣ୍ଡାଲର ସରକାରୀ ଭଡ଼ା ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
Miscellaneous
ରାଜୁଆ ନଦୀରେ ବୁଲୁଛି କୁମ୍ଭୀର; ଲୋକେ ଆତଙ୍କିତ
କୁମ୍ଭୀର ଥିବା ଜାଣିବା ପରେ ଗ୍ରାମବାସୀ ନଦୀ ଯିବାକୁ ଭୟ କରୁଛନ୍ତି।