Advertisment

ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ଶେଷକୃତ୍ୟ ସଂପନ୍ନ

ବିଷ୍ଣୁପ୍ରସାଦଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ୍ ମେଡିକାଲରୁ ଡିସଚାର୍ଜ ହେବା ପରେ ଓଡ଼ିଶା ଫେରିଛନ୍ତି।

Dead Body

Dead Body

Advertisment

କେରଳର ୱାୟନାଡ୍‌ରେ ଭୂ-ସ୍ଖଳନରେ ପ୍ରାଣ ହରାଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ ଶନିବାର ରାତିରେ ଜନ୍ମମାଟିକୁ ଫେରିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ ହୋଇଛି।

Advertisment

ବିଷ୍ଣୁପ୍ରସାଦଙ୍କ ମୃତଦେହ ଆମ୍ବୁଲାନ୍ସ ଯୋଗେ କେରଳରୁ ଓଡ଼ିଶା ଆସିବା ପରେ କଟକର ଚୌଦ୍ୱାରକୁ ନିଆଯାଇଥିଲା। ଚାରବାଟିଆ ସ୍ଥିତ ହାଉସିଂ ବୋର୍ଡ କଲୋନୀ ସ୍ଥିତ ତାଙ୍କ ଘରେ ମୃତଦେହ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ। ପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।

ବିଷ୍ଣୁପ୍ରସାଦଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ୍ ମଧ୍ୟ ମେଡିକାଲରୁ ଡିସଚାର୍ଜ ହେବା ପରେ ଓଡ଼ିଶା ଫେରିଛନ୍ତି। ତାଙ୍କ ମୁହଁରେ ଆଘାତ ଲାଗି ଅନେକ କ୍ଷତ ସୃଷ୍ଟି ହୋଇଥିଲା। ସ୍ୱାମୀଙ୍କ ଦେହାନ୍ତ ଖବର ଶୁଣି ସେ ଭାଙ୍ଗି ପଡ଼ିଛନ୍ତି।

Advertisment

ଅନ୍ୟପକ୍ଷରେ ଏବେ ବି କେରଳର ମେପ୍ପାଡ଼ି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ଡାକ୍ତର ସ୍ୱୀକୃତି ମହାପାତ୍ର। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ତାଙ୍କୁ ଆହୁରି ୪୮ ଘଣ୍ଟା ଅବ୍‌ଜର୍ଭେସନରେ ରଖାଯାଇଛି। ତାଙ୍କ ଫୁସଫୁସରେ ଜମା ହୋଇଥିବା ଅଧିକାଂଶ ମାଟି ବ୍ରୋଙ୍କସ୍କୋପି ଜରିଆରେ ବାହାର କରାଯାଇଛି। ତଥାପି ସେ ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି।

ୱାୟନାଡ଼ ଭୂ-ସ୍ଖଳନ ପରେ ନିଖୋଜ ହୋଇଯାଇଥିବା ଆଉ ଜଣେ ଓଡ଼ିଆ ଡାକ୍ତର ସ୍ୱାଧୀନ ପଣ୍ଡା ନିଖୋଜ ଅଛନ୍ତି। ସେଠାରେ ଆହୁରି ଶହ ଶହ ଲୋକ ନିଖୋଜ ଥିବା କୁହାଯାଉଛି। ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସେନାବାହିନୀ ପକ୍ଷରୁ ନୂଆ ବୈଷୟିକ ଜ୍ଞାନକୌଶଳରେ ଖୋଜାଖୋଜି କରାଯାଉଥିବାରୁ ଖୁବଶୀଘ୍ର ଡାକ୍ତର ପଣ୍ଡା ଓ ଅନ୍ୟମାନଙ୍କର ପତ୍ତା ମିଳିବା ନେଇ ଆଶା କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe