ରାତି ହେଲେ ଗାଁରେ ବୁଲୁଛି ବାଘ। ଆଉ ଯାହାକୁ ପାଉଛି ଝାମ୍ପି ନେଉଛି। ଯେଉଁଥିପାଇଁ ଘରୁ ବାହାରିବାକୁ ସାହସ କରିପାରୁ ନାହାନ୍ତି ଲୋକ। ନୂଆପଡ଼ା ଜିଲ୍ଲାରୁ ଆସିଛି ଏପରି ଚିତ୍ର। ବନ କର୍ମଚାରୀଙ୍କ ପାଟ୍ରୋଲିଂ ସତ୍ତ୍ୱେ କଲରାପତରିଆ ବାଘଟି ଜଙ୍ଗଲରୁ ଗାଁକୁ ପଳାଇ ଆସୁଥିବା ଜଣାପଡ଼ିଛି।
ଖଡିଆଳ ରେଞ୍ଜର ବୋଡ଼େନ୍ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ବାଘଟି ସୁନାବେଡ଼ା ଅଭୟାରଣ୍ୟରୁ ଆସିଥିବା ଅନୁମାନ କରାଯାଉଛି। ଗତ ୪ ତାରିଖରେ ବାଘଟି ଚିକଲଚୁଆଁ ଗାଁକୁ ଆସିଥିଲା। ଆଉ ମନସାଏ ମାଝୀଙ୍କ ବାଛୁରୀକୁ ଶିକାର କରିଥିଲା। ସେହିପରି ୧୪ ତାରିଖରେ କୁସୁମଖୁଣ୍ଟା ଗାଁରେ ଅବିଲ ବଛା ନମକ ଜଣେ ଚାଷୀଙ୍କ ବାଛୁରୀକୁ ବାଘ ମାରି ଖାଇ ଦେଇଥିଲା। ପୁଣି ବୋଡ଼େନ ଦମକଳ କେନ୍ଦ୍ରରେ ଥିବା ଗୋଟିଏ ପୋଷା କୁକୁରକୁ ମଧ୍ୟ ବାଘ ଆକ୍ରମଣ କରି ଗୁରୁତର କରିଦେଇଥିଲା।
Also Read
ବାଘର ଗତିବିଧିକୁ ଦେଖି ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ରାତିରେ ଘରୁ ବାହାରିବା ପାଇଁ ସୁରକ୍ଷିତ ମଣୁନାହାନ୍ତି। ଏ ସମ୍ପର୍କରେ ଖବର ପାଇ ବନ ବିଭାଗ କର୍ମଚାରୀମାନେ ପ୍ରତ୍ୟେକ ଗାଁରେ ପାଟ୍ରୋଲିଂ କରୁଛନ୍ତି। ଗାଁ ଲୋକଙ୍କୁ ମଧ୍ୟ ସଚେତନତା କରାଉଛନ୍ତି। ଯେଉଁ ଅଞ୍ଚଳରେ ବାଘର ଗତିବିଧି ରହୁଛି, ସେହି ଅଞ୍ଚଳକୁ ନଯିବା ପାଇଁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି।
ରିପୋର୍ଟ-ନୂଆପଡ଼ାରୁ ମାୟାଧର ସରାଫ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
୧୩ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର: ସମୃଦ୍ଧ ସହର ଯୋଜନା ପାଇଁ ୪୮୭୯କୋଟି ଟଙ୍କା, କୁଳପତି ନିଯୁକ୍ତି ପାଇଁ ଅଧ୍ୟାଦେଶ
"ସମୃଦ୍ଧ ସହର’ ଯୋଜନା ପାଇଁ ୪୮୭୯.୩୦କୋଟି ଟଙ୍କା, ଓଡ଼ିଶା ରାଜସ୍ୱ ସେବାରେ ଦୁଇ ତୃତୀୟାଂଶ ପଦବୀକୁ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ଓ ଏକ ତୃତୀୟାଂଶ ପଦୋନ୍ନତି ଭିତ୍ତିରେ ପୂରଣ କରାଯିବ ।

Miscellaneous
ସଚିବାଳୟ ଘେରାଉ କରିବ ବିଜେଡି : କର୍ମଚାରୀଙ୍କ ପାଇଁ ଗାଇଡଲାଇନ୍ ଜାରି, ସୁରକ୍ଷା କଡ଼ାକଡ଼ି
ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ, କୃଷି ଭବନ ଓ ବିଭାଗୀୟ ମୁଖ୍ୟାଳୟ ଭବନରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଆସନ୍ତାକାଲି ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ୍ ଆସିବା ନିମନ୍ତେ ତାଗିଦ୍ କରାଯାଇଛି ।

Miscellaneous
ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ: ନିରପେକ୍ଷ ନ୍ୟାୟିକ ତଦନ୍ତ ଜରୁରୀ କହିଲେ ଆଇସିସି ସଦସ୍ୟା, ୟୁଜିସି ଗଢ଼ିଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
ସୌମ୍ୟାଶ୍ରୀଙ୍କ ମୃତ୍ୟୁ ତାଙ୍କୁ ବ୍ୟକ୍ତିଗତ ଭାବେ ବ୍ୟଥିତ କରିଛି ଓ ସେ ଗତ ସପ୍ତାହରେ ଦୁଇରୁ ତିନିଥର କଥା ହୋଇ ତାଙ୍କୁ ବୁଝାସୁଝା କରିଥିବା ଓ ୯ତାରିଖରେ ତଦନ୍ତ ରିପୋର୍ଟ ଦାଖଲ ସମୟରେ ମଧ୍ୟ ଏଜୁକେସନ୍ ବିଭାଗର ଏଚଓଡି ସମୀର କୁମାର ସାହୁଙ୍କୁ ତୁରନ୍ତ ପରିବର୍ତ୍ତନ କରିବାକୁ କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ପରାମର୍ଶ ଦେଇଥିଲେ ବୋଲି ସ୍ପଷ୍ଟ କରିଛନ୍ତି ।

Guest Column
ଲଢ଼ିବା ଶିଖ, ହାରିବା ବିକଳ୍ପ ନୁହେଁ
ଝିଅମାନେ ଅନୁକମ୍ପା ଓ ଦୟାର ମୂର୍ତ୍ତି ହେଲେ ମଧ୍ୟ ଯେତେବେଳେ ଅନ୍ୟାୟ ସହିପାରିବା ସୀମା ଅତିକ୍ରମ କରିଯାଏ, ସେମାନେ ବି ଅଗ୍ନି ରୂପ ଧାରଣ କରନ୍ତି। ଦୁର୍ବଳତା କୌଣସି ଜନ୍ମଗତ ଗୁଣ ନୁହେଁ, ଏହା ଏକ ଶିକ୍ଷିତ ଅଭ୍ୟାସ ବା ସଂସ୍କାର ଯାହା ଆମ ପରିବାର ଓ ସମାଜ ଝିଅଙ୍କୁ ଶିଖାଇଛି। କିନ୍ତୁ ଏବେ ସମୟ ହେଉଛି ଏହି ଅଭ୍ୟାସକୁ ଭାଙ୍ଗି ଦେବାର। ଝିଅମାନେ ଯଦି ଆତ୍ମବଳ ଓ ସ୍ୱାଭିମାନର ସହ ସେମାନଙ୍କ ଅଧିକାର ଓ ଅସ୍ମିତା ପାଇଁ ଲଢ଼ିବେ, ତେବେ କୌଣସି ପ୍ରତିବନ୍ଧକ ସେମାନଙ୍କୁ ରୋକିପାରିବେ ନାହିଁ।

Miscellaneous
ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ: ଏମ୍ସ ହସ୍ପିଟାଲରେ ଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆତ୍ମହତ୍ୟା ଉଦ୍ୟମ କରି ଏମ୍ସରେ ଚିକିତ୍ସାଧୀନ ଛାତ୍ରୀଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥାର ତଦାରଖ କରିଛନ୍ତି। ଏପଟେ ଏହି ଘଟଣାରେ ବିଜେଡି ଓ କଂଗ୍ରେସ ପକ୍ଷରୁ ସରକାରଙ୍କୁ ତୀବ୍ର ସମାଲୋଚନା ଜାରି ରହିଥିବାବେଳେ କଲେଜର ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ପୁଲିସ ଆଜି ଗିରଫ କରିଛି ।