Advertisment

୧ରୁ ମୟୂରଭଞ୍ଜ ମହୋତ୍ସବ, ଶେଷ ଦିନରେ ଧମାଲ କରିବେ କବିତା କୃଷ୍ଣମୂର୍ତ୍ତି

ସିନେ ଜଗତର ବହୁ ନାମୀଦାମୀ କଳାକାରଙ୍କୁ ନେଇ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବଲିଉଡ ସୁନାମ ଧନ୍ୟ ଗାୟିକା କବିତା କୃଷ୍ଣମୂର୍ତ୍ତି ଶେଷ ଦିନରେ ଧମକା ମଚାଇବେ ବୋଲି ମୟୂରଭଞ୍ଜ ମହୋତ୍ସବ କମିଟି ପକ୍ଷରୁ କୁହାଯାଇଛି।

Kabita

Kabita

Advertisment

ଆସନ୍ତା ୧ ତାରିଖରୁ ୧୦ ଦିନ ବ୍ୟାପୀ ବାରିପଦା ଛଉ ପଡ଼ିଆରେ ଅନୁଷ୍ଠିତ ହେବ ମୟୂରଭଞ୍ଜ ମହୋତ୍ସବ। ପ୍ରଥମ ଦିନରେ ଜିଲ୍ଲାର ମୁଖ୍ୟତଃ ଆଦିବାସୀ ଓ ଅନ୍ୟାନ୍ୟ କଳାକାରମାନଙ୍କୁ ନେଇ ପାରମ୍ପାରିକ ନୃତ୍ୟ ଗୀତରେ ତାଳେତାଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରଠାରୁ ଛଉ ପଡ଼ିଆ ପର୍ଯ୍ୟନ୍ତ ଆୟୋଜିତ ହେବ ଓଡ଼ିଶାର ସର୍ବବୃହତ ସାଂସ୍କୃତିକ ଶୋଭାଯାତ୍ରା। ଶେଷ ଦିନରେ ବଲିଉଡ୍‌ କଣ୍ଠଶିଳ୍ପୀ କବିତା କୃଷ୍ଣମୂର୍ତ୍ତି ଧମାଲ୍‌ କରିବେ।

Advertisment

ସେହିଭଳି ପ୍ରତିଦିନ ସନ୍ଧ୍ୟାରେ ପ୍ରଥମାର୍ଦ୍ଧରେ ଜିଲ୍ଲା କଳାକାରଙ୍କୁ ନେଇ ଅନୁଷ୍ଠିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। ତା'ପରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାର କଳାକାରଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସିନେ ଜଗତର ବହୁ ନାମୀଦାମୀ କଳାକାରଙ୍କୁ ନେଇ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବଲିଉଡ ସୁନାମ ଧନ୍ୟ ଗାୟିକା କବିତା କୃଷ୍ଣମୂର୍ତ୍ତି ଶେଷ ଦିନରେ ଧମକା ମଚାଇବେ ବୋଲି ମୟୂରଭଞ୍ଜ ମହୋତ୍ସବ କମିଟି ପକ୍ଷରୁ କୁହାଯାଇଛି।

କମିଟିର ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା କହିଛନ୍ତି, ୧୦ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥ‌ିବା ଏହି କାର୍ଯ୍ୟକ୍ରମରେ ୩ ଦିନ ସ୍ଵତନ୍ତ୍ର ଆଦିବାସୀ କାର୍ଯ୍ୟକ୍ରମ କାରିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟ ୩ ଦିନ ଓଡ଼ିଆ କାର୍ଯ୍ୟକ୍ରମ ସାଙ୍ଗକୁ ୨ ଦିନ କୁଡୁମାଲି(ମହାନ୍ତ) କାର୍ଯ୍ୟକ୍ରମ ହେବ। ବାକି ଦୁଇ ଦିନ ବଲିଉଡ ଷ୍ଟାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜାନେବେ ଦର୍ଶକ ବୋଲି ସେ କହିଛନ୍ତି ।

Advertisment
Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe