କିନ୍ନରଙ୍କ ପାଇଁ କଲ୍ୟାଣ ବୋର୍ଡ ଗଢ଼ିଲେ ମୋହନ ସରକାର: ମନ୍ତ୍ରୀ ରହିଲେ ଅଧ୍ୟକ୍ଷ

ରାଜ୍ୟରେ ମୋଟ ୨୦୩୩୨ଜଣ କିନ୍ନର ସମୁଦାୟର ବ୍ୟକ୍ତି ରହୁଛନ୍ତି । ତେବେ ବେସରକାରୀ ଭାବେ ଏହି ସଂଖ୍ୟା ଢେର ଅଧିକ ବୋଲି କୁହାଯାଉଛି।

Trans

କିନ୍ନର

Ordigital Desk
  • Published: Thursday, 15 May 2025
  • Updated: 15 May 2025, 08:31 PM IST

ଶେଷରେ ମୋହନ ମାଝୀଙ୍କ ସରକାର ରାଜ୍ୟର କିନ୍ନରଙ୍କ ସୁରକ୍ଷା, କଲ୍ୟାଣ ଓ ଅଧିକାର ନିମନ୍ତେ ‘କଲ୍ୟାଣ ବୋର୍ଡ’ ଗଠନ କରିଛନ୍ତି ।  ରାଜ୍ୟରେ ନିଜ ପାଇଁ ସ୍ୱତନ୍ତ୍ର କଲ୍ୟାଣ ବୋର୍ଡ ଗଠନ ନିମନ୍ତେ ଦୀର୍ଘବର୍ଷ ଧରି କିନ୍ନରମାନେ ଦାବି କରି ଆସୁଥିଲେ ।  ଓଡ଼ିଶା ସରକାର ୨୦୨୧ ମସିହାରେ କାର୍ଯ୍ୟକାରୀ କରିଥିବା  ଓଡ଼ିଶା ଟ୍ରାନ୍ସଜେଣ୍ଡର ପର୍ସନ ପଲିସିରେ ‘ଟ୍ରାନ୍ସଜେଣ୍ଡର ୱେଲଫେୟାର ବୋର୍ଡ’ ବା କିନ୍ନର କଲ୍ୟାଣ ବୋର୍ଡ ନିମନ୍ତେ ପ୍ରାବଧାନ ରହିଥିଲା ।

ତେବେ ଦୀର୍ଘଦିନ ପରେ ଗୁରୁବାର  ଗଠିତ କଲ୍ୟାଣ ବୋର୍ଡରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀଙ୍କୁ ମିଶାଇ ମୋଟ ୧୬ଜଣ ସଦସ୍ୟ ରହିବେ । ଏଥିରେ ବିଭାଗୀୟ ସଚିବଙ୍କୁ ଉପାଧ୍ୟକ୍ଷ ଓ କିନ୍ନର ସମୁଦାୟର ୨ଜଣଙ୍କୁ ମଧ୍ୟ ସଦସ୍ୟ ରଖାଯିବାର ପ୍ରାବଧାନ ରହିଛି । ଏହି ବୋର୍ଡର କାର୍ଯ୍ୟକାଳ ୩ବର୍ଷ ରହିବ । ଦେଶର ୨୦ତମ ରାଜ୍ୟ ଭାବେ ଓଡ଼ିଶାରେ କିନ୍ନର କଲ୍ୟାଣ ବୋର୍ଡ ଗଠନ ହୋଇଛି ।

ଓଡ଼ିଶା ଟ୍ରାନ୍ସଜେଣ୍ଡର ୱେଲଫେୟାର ବୋର୍ଡ

ରାଜ୍ୟ ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ଟ୍ରାନ୍ସଜେଣ୍ଡର ୱେଲଫେୟାର ବୋର୍ଡରେ ଅଧ୍ୟକ୍ଷ ବିଭାଗୀୟ ମନ୍ତ୍ରୀ ରହିବେ । ବିଭାଗୀୟ ସଚିବ ଉପାଧ୍ୟକ୍ଷଙ୍କ ସମେତ ବିଭାଗର ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ଓ ପରିବାର ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା, ଦକ୍ଷତା ଓ ବୈଷୟିକ ଶିକ୍ଷା, ପଂଚାୟତିରାଜ ବିଭାଗ ଓ ନଗର ଉନ୍ନୟନ ବିଭାଗର ପ୍ରତିନିଧିମାନେ ମଧ୍ୟ ସଦସ୍ୟ ରହିବେ । ଏମାନଙ୍କ ବ୍ୟତୀତ କିନ୍ନର ସମୁଦାୟର ୨ଜଣ, ୩ଟି ଜିଲ୍ଲାର ଜିଲ୍ଲାପାଳ(ପର୍ଯ୍ୟାୟକ୍ରମେ) ଏବଂ ୨ଜଣ ଏନଜିଓରୁ ପ୍ରତିନିଧିତ୍ୱ କରିବେ। ମୋଟ ୧୬ଜଣଙ୍କୁ ନେଇ ଗଠିତ ଏହି ବୋର୍ଡର କାର୍ଯ୍ୟକାଳ ୩ବର୍ଷ ହେବ ଓ ଏହା ପ୍ରତି ତିନିମାସରେ ଥରେ ବୈଠକ କରିବ । ବୋର୍ଡରେ ସାମିଲ ଥିବା ଅଣସରକାରୀ ସଦସ୍ୟମାନଙ୍କୁ ବୈଠକରେ ଯୋଗ ଦେବାକୁ ଭତ୍ତା ମିଳିବ ଯାହା ସାମାଜିକ ସଶକ୍ତିକରଣ ବିଭାଗ ଦ୍ୱାରା ନିର୍ଦ୍ଧାରଣ ହେବ ।

ବୋର୍ଡର ଗଠନର ଉଦ୍ଦେଶ୍ୟ

ରାଜ୍ୟରେ କିନ୍ନରଙ୍କ ପାଇଁ ଶିକ୍ଷା, ନିଯୁକ୍ତି,ଆବାସ ଓ ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକର ତଦାରଖ ସହ ସେମାନଙ୍କର ସାମ୍ବିଧାନିକ ଓ ମାନବାଧିକାର ସୁରକ୍ଷାକୁ ସୁନିଶ୍ଚତ କରାଇବେ । ସର୍ଭେ, ଗବେଷଣା ଓ ମୂଲ୍ୟାୟନ ମାଧ୍ୟମରେ ସେମାନଙ୍କର ଆବଶ୍ୟକତାର ଅଧ୍ୟୟନ କରାଯିବ । ଗୁଣାତ୍ମକ ଉନ୍ନୟନ ପ୍ରକଳ୍ପ ଓ ଯୋଜନା ପ୍ରଣୟନ ସହ ପର୍ଯ୍ୟାପ୍ତ ଅର୍ଥ ବରାଦ । ଜିଲ୍ଲାଗୁଡ଼ିକରେ କଲ୍ୟାଣମୂଳକ କାର୍ଯ୍ୟକ୍ରମର ନିରୀକ୍ଷଣ ସମେତ ସରକାରଙ୍କ ବିଭିନ୍ନ ବିଭାଗର ଯୋଜନାଗୁଡ଼ିକ ମଧ୍ୟରେ ସମନ୍ୱୟ ରଖି ଟ୍ରାନ୍ସଜେଣ୍ଡର ସମୁଦାୟର କଲ୍ୟାଣ ସୁନିଶ୍ଚିତ କରିବା ।

Also Read

ଏହାସହିତ କିନ୍ନର ସମୁଦାୟକୁ ଶିକ୍ଷା, ନିଯୁକ୍ତି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାର୍ଗଦର୍ଶନ ସହ ସରକାରୀ ଯୋଜନାର ସୁବିଧା ପ୍ରଦାନ, ସେମାନଙ୍କୁ ସାମାଜିକ ସମ୍ମାନ ପ୍ରଦାନ, ଖବରକାଗତ-ଟେଲିଭିଜନ ସମେତ ବିଭିନ୍ନ ମାଧ୍ୟମରେ କିନ୍ନରଙ୍କ ନିମନ୍ତେ ଉଦ୍ଦିଷ୍ଟ ସରକାରୀ ଯୋଜନାର ସୂଚନାର ପ୍ରଚାର କରିବା ଏହି ବୋର୍ଡର କାର୍ଯ୍ୟ ହେବ । ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରଣୟନ କରିଥିବା ‘ଟ୍ରାନ୍ସଜେଣ୍ଡର ପର୍ସନ(ସୁରକ୍ଷା ଅଧିକାର) ଆଇନ-୨୦୧୯ ଓ ଏହାର ରୁଲସରେ ଥିବା ପ୍ରାବଧାନ ଆଧାରରେ ଟ୍ରାନ୍ସଜେଣ୍ଡର ବର୍ଗର ବ୍ୟକ୍ତିମାନଙ୍କ କଲ୍ୟାଣ ଓ ପୁନର୍ବାସ ପାଇଁ    ‘ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ କରାଯାଇଛି ।

ରାଜ୍ୟରେ କିନ୍ନରଙ୍କ ସ୍ଥିତି ଓ ସଂଖ୍ୟା

୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ମୋଟ ୨୦୩୩୨ଜଣ କିନ୍ନର ସମୁଦାୟର ବ୍ୟକ୍ତି ରହୁଛନ୍ତି । ତେବେ ବେସରକାରୀ ଭାବେ ଏହି ସଂଖ୍ୟା ଢେର ଅଧିକ ବୋଲି କୁହାଯାଉଛି। ସରକାରଙ୍କ ପକ୍ଷରୁ ଜାରି କିନ୍ନର ପରିଚୟ ପତ୍ର ଓଡ଼ିଶାର ପ୍ରାୟ ୨୫୦୦ କିନ୍ନର ହାସଲ କରିଥିବାବେଳେ ଅଧିକାଂଶ ଟ୍ରାନ୍ସଜେଣ୍ଡର ନିଜର ପରିଚୟକୁ ସାର୍ବଜନୀନ କରୁନଥିବା ଜଣାପଡ଼ିଛି । ରାଜ୍ୟରେ ପ୍ରାୟ ୫୦ରୁ ୬୦ହଜାର କିନ୍ନର ସମୁଦାୟର ବ୍ୟକ୍ତିମାନେ(ପିଲାଙ୍କୁ ମିଶାଇ) ରହୁଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story