ବାହା ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ । ନେଦରଲ୍ୟାଣ୍ଡସ୍ରେ ବିବାହ କଲେ ଅରୁଣ । ନାଦିଆ ନାମ୍ନୀ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି ବିଜୁ ପଟ୍ଟନାୟକଙ୍କ ନାତି ତଥା ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକ ।
ନେଦରଲ୍ୟାଣ୍ଡସ୍ରେ ଏକ ବର୍ଣ୍ଣାଢ୍ୟ ସମାରୋହରେ ଉଭୟ ଅରୁଣ ଓ ନାଦିଆ ପରସ୍ପରର ଜୀବନସାଥୀ ପାଲଟିଛନ୍ତି । ଏହି ବିବାହ ଉତ୍ସବରେ ଅରୁଣଙ୍କ ବାପା ତଥା ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଉପସ୍ଥିତ ଥିଲେ। । ପ୍ରେମ ପଟ୍ଟନାୟକଙ୍କ ଝିଅ ସୋଶାଲ ମିଡିଆରେ ଏହାର ଫଟୋ ଓ ଭିଡିଓ ଶେଆର କରିଛନ୍ତି।
Also Read
ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଅରୁଣ ପଟ୍ଟନାୟକ ନବୀନ ନିବାସ ଆସିଥିଲେ। ସେ ହିଁ ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀ ହେବେ ବୋଲି ସେତେବେଳେ ଚର୍ଚ୍ଚା ଜୋର ଧରିଥିଲ। ମାତ୍ର ଏହାପରେ ଅରୁଣ ଭୁବନେଶ୍ୱରରୁ ଫେରି ଯାଇଥିଲା।
ସେ ଦାଦାଙ୍କୁ ନିଜ ବିବାହ ପାଇଁ ନିମନ୍ତ୍ରଣ ଦେବାକୁ ଆସିଥିବା ଏବେ ଶୁଣିବାକୁ ମିଳୁଛି। ତେବେ ନବୀନ ପଟ୍ଟନାୟକ ଏହି ବିବାହରେ ସାମିଲ ହୋଇ ନ ଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ସରକାର ଗଢ଼ିଲେ ଜଷ୍ଟିସ ଚୌଧୁରୀ କମିଟି: ସୁବ୍ୟବସ୍ଥିତ ହେବ ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି ଓ ନିଯୋଗଗୁଡ଼ିକର ଅଧିକାରର ସମୀକ୍ଷା
ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଅସହଯୋଗ, ପ୍ରଶାସନିକ ନିୟନ୍ତ୍ରଣରେ ବିଫଳତା ଓ ସ୍ୱତନ୍ତ୍ର ଆଇନ କାର୍ଯ୍ୟକାରିତାରେ ନହେବା ଯୋଗୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ନୀତିକାନ୍ତିରେ ବାରମ୍ବାର ବିଭ୍ରାଟ ଲାଗି ରହିଛି ।
Miscellaneous
୮ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ: ରାଜ୍ୟରେ ସଡ଼କ ଭିତ୍ତିଭୂମି ସୁଦୃଢ଼ ପାଇଁ ୨ଟି ନୂଆ ଯୋଜନା
ଗ୍ରାମାଂଚଳରେ ପରିବହନ ସେବା ପାଇଁ ଉଦ୍ଦିଷ୍ଟ ‘ମୁଖ୍ୟମନ୍ତ୍ରୀ ବସସେବା’ରେ ବିଭିନ୍ନ ବର୍ଗର ଲୋକଙ୍କୁ ପରିବହନ ରିହାତି ସହ ଯୋଜନାକୁ ୨୦୩୩ ମସିହା ପର୍ଯ୍ୟନ୍ତ ବୃଦ୍ଧି, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ‘ନିଦାନ’କୁ ଆଉ ୫ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ଭଳି ୫ଟି ବିଭାଗର ମୋଟ ୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

Miscellaneous
ଚର୍ଚ୍ଚାରେ ୫ ଆଇପିଏସ୍ ଅଫିସର: ପଣ୍ଡିତଙ୍କ ‘ପ୍ରେମ’ ମହଙ୍ଗା, ଗଜଭିୟେ କେଉଁଠି, କୁଟ୍ଟେଙ୍କୁ କ୍ଲିନଚିଟ୍ !
ରାଜ୍ୟର ୫ଜଣ ବରିଷ୍ଠ ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେ, ରବିକାନ୍ତ, ସତୀଶ କୁମାର ଈଶ୍ୱରଦାସ ଗଜଭିୟେ ଓ ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ସମେତ ଏନ.ବି.ଭାରତୀଙ୍କ କ୍ଷେତ୍ରରେ ଗୃହ ବିଭାଗର ଆଭିମୁଖ୍ୟ ଓ କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା ।

Miscellaneous
ଉଚ୍ଚସ୍ତରୀୟ କମିଟି ରିପୋର୍ଟକୁ ଅପେକ୍ଷା କରିଛି କେନ୍ଦ୍ର
ରାଜ୍ୟ ସରକାର ଗଢ଼ିଥିବା ଉଚ୍ଚ-ସ୍ତରୀୟ ତଦନ୍ତ କମିଟିର ରିପୋର୍ଟ ଆଧାରରେ କିଟ୍ ବିରୋଧରେ ଆବଶ୍ୟକ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲୋକସଭାରେ ଏପ୍ରିଲ 4 ତାରିଖରେ ଲିଖିତ ଉତ୍ତର ଦେଇଛନ୍ତି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ।

Miscellaneous
ଲଘୁ ଖଣିଜ ସମ୍ପଦର ମନଇଚ୍ଛା ଲୁଟ୍ : ୮୬୪କୋଟି ଟଙ୍କାର ରାଜସ୍ୱ ବାଟମାରଣା: ଡଙ୍କାରୀ ପାହାଡ଼ ଲୁଟେରାଙ୍କୁ ସୁରକ୍ଷା, ସିଏଜି ଖୋଲିଲେ ଗୁମର
୨୦୧୫-୨୨ ମସିହା ମଧ୍ୟରେ ଲଘୁ ଖଣିଜରୁ ମୋଟ ୨୯.୬୮.୭୫କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଥିବାବେଳେ ଅନିୟମିତତା ଓ ଦୁର୍ବଳ ବ୍ୟବସ୍ଥା ତଥା ତଦାରଖ ଅଭାବରୁ ରାଜ୍ୟକୁ ଶହ ଶହ କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡ଼ିଛି ।