ମଝି ଆକାଶରୁ ଫେରି ଆସିଲା ବିମାନା ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଭୁବନେଶ୍ୱର-ନୂଆଦିଲ୍ଲୀ ଇଣ୍ଡିଗୋ ବିମାନ।
ଆଜି ସକାଳ ୭ଟା ୫୦ରେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ପାଇଁ ଉଡ଼ିଥିଲା ଇଣ୍ଡିଗୋର 6E 2065 ବିମାନା ତେବେ ଉଡ଼ାଣ କରିବାର ୨୦ରୁ ୨୫ ମିନିଟ୍ ଭିତରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏଥିପାଇଁ ପାଇଲଟ୍ ବିମାନଟିକୁ ଭୁବନେଶ୍ୱର ବିମାନ ବନ୍ଦରକୁ ପୁଣି ଫେରାଇ ଆଣିଥିଲେ। ଏହାସହ ଯାତ୍ରୀମାନଙ୍କୁ ବିମାନରୁ ଉହ୍ଲାଇଯିବାକୁ କୁ଼ହାଯାଇଥିଲା।
Also Read
ଏହି ବିମାନଟି ଆଉ ଉଡ଼ାଣ କରିବ ନାହିଁ ବୋଲି ସୂଚନା ମିଳିଛି। ଯାତ୍ରୀମାନେ କିପରି ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ଓ ଇଣ୍ଡିଗୋ ପକ୍ଷରୁ ଏନେଇ କ’ଣ ବ୍ୟବସ୍ଥା କରାଯାଉଛି ତାହା ମଧ୍ୟ ଜଣାପଡ଼ି ନାହିଁ। ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ଯାତ୍ରୀମାନେ।
ବିମାନଟି ୧୮୦ ଜଣ ଯାତ୍ରୀଙ୍କୁ ନେଇ ଭୁନେଶ୍ୱରରୁ ନୂଆଦିଲ୍ଲୀକୁ ଉଡାଣ କରିଥିଲା। ବିମାନରେ ପକ୍ଷୀମାଡ଼ ହେବାଯୋଗୁ ଏପରି ସମସ୍ୟା ଦେଖାଯାଇଥିବା ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ଖବର ବାଜିଲା, ଜିଏ ଉଠିଲା!
ଆଜି ଜିଏ ଓ ବିଡିଏର ଜଏଣ୍ଟ ଏଭିକସନ୍ ସ୍କାଡ୍ ପଟିଆ ଶିଶୁ ବିହାର ଅଂଚଳରେ ପ୍ଲଟ-୪୧୨ରେ କିଟ୍ ଦଖଲରେ ଥିବା ସରକାରୀ ଜମିରୁ ଉଚ୍ଛେଦ ଆରମ୍ଭ କରିଛି। ଏଠାରେ କିଟ୍ ପକ୍ଷରୁ କେତେକ ଛୋଟ ଷ୍ଟୋର ରୁମ୍ କରାଯାଇ ପାଚେରୀ ଘେରାଯାଇଥିଲା। ତା ଭିତରେ ବାଲି ବି ଜମା କରାଯାଇଥିଲା।

Miscellaneous
ଓଡ଼ିଶା ପୁଲିସରେ ଟେଣ୍ଡର ଫିକ୍ସିଂ ଜଳଜଳ: ସନ୍ଦେହଘେରରେ ଗୃହ ବିଭାଗ ଓ ଡିଜିପି ଅଫିସ୍
‘ଉପକୂଳ ସୁରକ୍ଷା ପାଇଁ ଡ୍ରୋନକିଣା’ ହେଉ କି ‘ସିଷ୍ଟମ ଇଣ୍ଟିଗ୍ରେଟର ଚୟନ’ରେ ଟେଣ୍ଡର ପ୍ରକ୍ରିୟା, ସବୁଥିରେ ଅନିୟମିତତା ଜଳଜଳ ଦିଶୁଥିଲେ ମଧ୍ୟ ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି ।

Miscellaneous
ଖୋଲିଲା ହୀରାକୁଦ ଡ୍ୟାମର ୨୦ଟି ଗେଟ୍: ନିଷ୍କାସିତ ହେଉଛି ବର୍ଷର ପ୍ରଥମ ବନ୍ୟାଜଳ
ହୀରାକୁଦ ଡ୍ୟାମରୁ ନିଷ୍କାସିତ ବନ୍ୟାଜଳ କଟକର ମୁଣ୍ଡଳିରେ ପହଞ୍ଚିବାକୁ ପ୍ରାୟ ୩୬ ଘଣ୍ଟା ସମୟ ଲାଗିବ।

Miscellaneous
୩ ଘରୋଇ ବ୍ୟାଙ୍କ ଉପରୁ ହଟିଲା ସରକାରୀ ବ୍ୟାନ୍: ନିଷ୍ପତ୍ତିରେ ୟୁ-ଟର୍ଣ୍ଣକୁ ନେଇ ଉଠିଲା ପ୍ରଶ୍ନ
ମାତ୍ର ୧୫ଦିନ ତଳେ ଯେଉଁ ୩ଟି ଘରୋଇ ବ୍ୟାଙ୍କକୁ ସରକାରୀ ଫ୍ଲାଗସିପ ଯୋଜନାରେ ଖରାପ ପ୍ରଦର୍ଶନ ଏବଂ ସାଧାରଣ ବ୍ୟାଙ୍କିଙ୍ଗ ମାନଦଣ୍ଡରେ ନିରାଶାଜନକ କାର୍ଯ୍ୟର ଅଭିଯୋଗରେ ପ୍ୟାନେଲରୁ ବାଦ୍ ଦେଇଥିଲେ ଆଜି କିଭଳି ସେମାନଙ୍କୁ କ୍ଲିନଚିଟ୍ ଦିଆଗଲା ଓ ସରକାରଙ୍କ ଏହି ୟୁ-ଟର୍ଣ୍ଣକୁ ନେଇ ପ୍ରଶ୍ନ ଉଠିଛି ।

Miscellaneous
ପୁରୀ ହେବ ମହାନଗର ନିଗମ
ପୁରୀ ସହରରେ ବିଶ୍ୱସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।