ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଘରକୁ ଆସିଛନ୍ତି ୨ ନୂଆ ଅତିଥି। ପୁଙ୍ଗନୂର୍ ପ୍ରଜାତିର ଗାଈ ଏବଂ ବଳଦ ଆଣିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପବିତ୍ର ଗୋପାଷ୍ଟମୀ ଅବସରରେ ଗାଈ ବଳଦଙ୍କୁ ଗୃହ ପ୍ରବେଶ କରାଇଛନ୍ତି ମନ୍ତ୍ରୀ। ତାଙ୍କ ସରକାରୀ ବାସଭବନରେ ଏହି ବିରଳ ପ୍ରତାତିର ଗାଈ ବଳଦଙ୍କର ଗୃହ ପ୍ରବେଶ କରାଇଛନ୍ତି। ଏହି ଅବସରରେ ସୁନ୍ଦରକାଣ୍ଡ ପାଠ ଅନୁଷ୍ଠିତ ହୋଇଛି।
ଗୋବିନ୍ଦ ଗୋଧାମ ଗୋଶାଳାର ସାଧୁସନ୍ଥଙ୍କ ଗହଣରେ ବହୁ ଆଡ଼ମ୍ବରରେ ପୁଙ୍ଗାନୂର୍ ଗୋମାତାଙ୍କ ଗୃହ ପ୍ରବେଶ କରାଇଛନ୍ତି ମନ୍ତ୍ରୀ। ଆନ୍ଧ୍ର ପ୍ରଦେଶର ଚିତୁରରୁ ସେଠାକାର ପାରମ୍ପରିକ ପୁଙ୍ଗାନୁର ପ୍ରଜାତିର ଦୁଇଟି ଗାଈ ଅଣାଯାଇଛି।
Also Read
ଏହା ଏକ ଭାରତୀୟ ପ୍ରଜାତିର ଗାଈ ଯାହା ଉଚ୍ଚତା କମ୍ ବିଶିଷ୍ଟ ହୋଇଥାଏ। ଏହି ପ୍ରଜାତିର ଗାଈମାନଙ୍କର ସଂରକ୍ଷଣ ପାଇଁ ମଧ୍ୟ ସରକାରଙ୍କ ତରଫରୁ ପ୍ରୟାସ ଆରମ୍ଭ ହୋଇଛି। ଏହି ଅବସରରେ ଗୋ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ମନ୍ତ୍ରୀ। ଓଡ଼ିଶାରେ କିଭଳି ଗୋ ଅଧିନିୟମର କାର୍ଯ୍ୟକାରୀ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ରାଜଧାନୀ ରାସ୍ତାରେ ପ୍ରୟୋଗ ହେବ ଏସ୍ଏମ୍ଏ ଟେକ୍ନୋଲୋଜି
ଏଭଳି ଟେକନିକ୍ ଦ୍ୱାରା ରାସ୍ତାର ଆୟୂଷ ୭ରୁ ୧୦ ବର୍ଷ ବଢ଼ିଯିବ କହିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ। ଏହାଦ୍ୱାରା ରାସ୍ତାର ଅଧିକ ମରାମତି ଦରକାର ପଡ଼ିବନି। ଏଭଳି ଟେକ୍ନୋଲୋଜି ଦ୍ୱାରା ରାସ୍ତାରେ ଖାଲଖମା କମିବ ଓ ଟାୟାର ନଷ୍ଟ ହେବନି।

Miscellaneous
ମହିଳାଙ୍କ ପ୍ରଶ୍ନ- ଆମ ଗାଁକୁ କ’ଣ ପାଇଁ କିଛି ସୁବିଧା ହେବ ନାହିଁ, ଆମେ କ’ଣ ସରକାରଙ୍କର କିଛି ନୁହଁ
‘ଆମ ଗାଁକୁ କିଛି ସୁବିଧା ଯୋଗାଇ ଦିଆଯାଉନାହିଁ। ବଡ଼ ହଇରାଣରେ ଆମେ ରହୁଛୁ। ଆମ ଗାଁକୁ କ’ଣ ପାଇଁ କିଛି ସୁବିଧା ହେବ ନାହିଁ? ଆମ କ’ଣ ସରକାରଙ୍କର କିଛି ନୋହୁଁ। ଆମେ କ’ଣ ସରକାରଙ୍କଠାରୁ କିଛି ପାଇବାକୁ ଯୋଗ୍ୟ ନୋହୁଁ।’

Miscellaneous
ଆଇଏଏସ ମନୀଷ ଅଗ୍ରୱାଲଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା
ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ହତ୍ୟା ମାମଲାରେ ମାଲକାନଗିରି ଏସଡିଜେଏମ୍ କୋର୍ଟ ବାରମ୍ବାର ନୋଟିସ୍ ଜାରି କରିବା ସତ୍ତ୍ୱେ ଶ୍ରୀ ଅଗ୍ରୱାଲ ହାଜର ନହେବାରୁ ଏହି ଗିରଫ ପରୱାନା ଜାରି ହୋଇଥିବା ଜଣାପଡ଼ିଛି ।

Miscellaneous
ଗାଁରେ ଏଲଇଡି ଲାଇଟ୍ ଯୋଜନା : ମିଟର୍ ନ ଲଗାଇ ୪୦% ଚଳୁ!
ସାରା ରାଜ୍ୟରେ ପ୍ରାୟ ୪୫୦ କୋଟି ଟଙ୍କାର ଏଲଇଡି ଲାଇଟ୍ ସ୍କାମ୍ ହୋଇଛି।

Miscellaneous
ଓଡ଼ିଶା ପାଇଁ ହାତ ଖୋଲିଦେଲେ କେନ୍ଦ୍ର ସରକାର: ରେଳବାଇ କ୍ଷେତ୍ରରେ ୧୦,୫୯୯ କୋଟି ବ୍ୟୟବରାଦ
୨୦୨୫-୨୬ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ ଓଡ଼ିଶାର ରେଳବାଇ କ୍ଷେତ୍ର ପାଇଁ ୧୦୫୯୯କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।