ମାତ୍ର ୩୦ ବର୍ଷ ବୟସରେ ଓଡିଆ ପୁଅକୁ ମିଳିଛି 'ସେନା ମେଡାଲ୍'। ‘ଲସ୍କର-ଏ-ତୋଏବା’ ପରି ଆତଙ୍କବାଦୀ ସଙ୍ଗଠନର ଆତଙ୍କବାଦୀଙ୍କୁ ନିପାତ କରି ସାଧାରଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ପାରିଥିବାରୁ ମିଳିଛି ଏହି ମେଡାଲ । ପାରାଦୀପ ପିପିଏଲର ବନ୍ତ ପାଢୀଙ୍କ ପୁଅ ମେଜର ପ୍ରଭଞ୍ଜନ ପାଢୀଙ୍କୁ ମିଳିଛି ସେନା ମେଡାଲ୍।
ବୀରତ୍ୱ ଓ ସାହସିକତାର ପୁରସ୍କାର "ସେନା ପଦକ" ପାଇବା ପରେ ପ୍ରଭଞ୍ଜନଙ୍କ ଘରେ ଖୁସି କହିଲେ ନସରେ । ସବୁ ଓଡିଆଙ୍କ ପାଇଁ ତାଙ୍କ ପୁଅ ଗୌରବ ଆଣିଥିବା କହିଛନ୍ତି ବନ୍ତ ପାଢୀ।
Also Read
ଦକ୍ଷିଣ କାଶ୍ମୀରର ଏକ ଜିଲ୍ଲାରେ କାଉଣ୍ଟର ଟେରରିଷ୍ଟ ଅପରେସନର ନେତୃତ୍ୱ ନେଇଥିଲେ ମେଜର ପ୍ରଭଞ୍ଜନ ପାଢୀ। ରାଷ୍ଟ୍ରୀୟ ରାଇଫଲ୍ସ ବାଟାଲିୟନର କମ୍ପାନୀ କମାଣ୍ଡର ଭାବରେ ନିଜ ଟିମ୍ ନେଇ ଆତଙ୍କୀମାନଙ୍କୁ ଘେରିଥିଲେ । ଅନ୍ଧାର ରାତିରେ ଆତଙ୍କବାଦୀଙ୍କ ଘନ ଘନ ଗ୍ରେନେଡ ଓ ରକେଟ ମାଡକୁ ଭୂକ୍ଷେପ ନକରି ଅପରେସନ ସଫଳ କରିଥିଲେ।
ଆର୍ମି ଡେ ପରେଡରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ସମ୍ମାନଜନକ ସେନା ପଦକ ପ୍ରଦାନ କରିଛନ୍ତି। ଖୁବ୍ କମ୍ ବୟସରୁ ଏପରି ସମ୍ମାନର ଅଧିକାରୀ ହୋଇ ପାରିଥିବା ପ୍ରଭଞ୍ଜନଙ୍କ ପାଇଁ ସମଗ୍ର ରାଜ୍ୟବାସୀ ଗର୍ବିତ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କାଲି ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱରର ସବୁ ସରକାରୀ ଅଫିସ ଛୁଟି
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ, ଯାହାର ମୂଲ୍ୟ ୧୯ ହଜାର କୋଟି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

Miscellaneous
ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ନବୀନ, ଚିକିତ୍ସା ପାଇଁ ଯିବେ ମୁମ୍ବାଇ
୨୦୦୦ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନବୀନ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନାକୁ ଗୋପନ ରଖିବାକୁ ପସନ୍ଦ କରିଆସିଛନ୍ତି । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବିରୋଧୀ ଦଳ ଓ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା । ଯାହାପରେ ନବୀନ ନିଜେ ଭିଡିଓ ବାର୍ତ୍ତା ଜାରି କରି ତାଙ୍କ ସ୍ୱାସ୍ଥ୍ୟ ଭଲ ରହିଛି ବୋଲି ସ୍ପଷ୍ଟୀକରଣ ଦେଇଥିଲେ । ତେବେ ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ମଝିରେ ମଝିରେ ଚର୍ଚ୍ଚା ଲାଗି ରହିଥାଏ ।

Miscellaneous
ଜିଲ୍ଲାରୁ ଜିଲ୍ଲାକୁ ମାଡ଼ିଚାଲିଛି ଡାଇରିଆ : ସବୁ ଜିଲ୍ଲାକୁ ଆଲର୍ଟ, ମହାମାରୀ ନୁହେଁ କହିଲେ ସରକାର
୫ ଜିଲ୍ଲା ନୁହେଁ ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ମହାମାରୀ ନୁହେଁ ବୋଲି କେନ୍ଦ୍ରୀୟ ଟିମ୍ କହୁଛନ୍ତି । ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ସହ ସରକାରଙ୍କ ଆଲୋଚନାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ଟିମ୍ ଏବେ ଗ୍ରାଉଣ୍ଡରେ ଅଛନ୍ତି ।

Miscellaneous
୨୦ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, କରିବେ ବିଶାଳ ରୋଡ୍ ଶୋ
ରାଜ୍ୟରେ ବିଜେପି ସରକାରର ପ୍ରଥମ ବର୍ଷପୂର୍ତ୍ତି ପାଇଁ ଆସନ୍ତା ୨୦ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ।

Miscellaneous
ଏଣିକି ସରକାରୀ ସାର୍ଟିଫିକେଟ୍ ପାଇଁ ‘ଆଧାର’ ବାଧ୍ୟତାମୂଳକ: ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର
ରାଜ୍ୟ ସରକାର ବିଭିନ୍ନ ପ୍ରକାରର ସାଟିଁଫିକେଟର ଜାଲିଆତି ରୋକିବା ସହ ସରକାରୀ ସେବାରେ ପାରଦର୍ଶୀ ଆଣିବା ନିମନ୍ତେ ‘ଆଧାର’କୁ ସରକାରୀ ସେବା ନିମନ୍ତେ ଏକ ଦୃଢ଼ ପରିଚୟ ପ୍ରମାଣ ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।