ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ତଥା ବରିଷ୍ଠ ଓଏଏସ୍ ଅଫିସର ମଧୁମିତା ନାୟକଙ୍କୁ ଶ୍ରମ ଓ ଇଏସଆଇ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।ଏହାସହିତ ତାଙ୍କୁ ଇଏସଆଇ ନିର୍ଦ୍ଦେଶିକା ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି।
Also Read
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରମ ଓ ଇଏସଆଇ ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ଅଶୋକ କୁମାର ପଣ୍ଡାଙ୍କୁ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ଅଶୋକ କୁମାର ପଣ୍ଡା ଇଏସଆଇ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ସେହିପରି ପାଟଣାଗଡ଼ର ପୂର୍ବତନ ଉପଜିଲ୍ଲାପାଳ ବରିଷ୍ଠ ଓଏଏସ୍ ଅମିତ୍ କୁମାର ନାୟକଙ୍କୁ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଅରୁଣ ପଣ୍ଡା ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ, ୬ମାସ ସୁଦ୍ଧା ଦେବେ ରିପୋର୍ଟ
ମଙ୍ଗଳବାର ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳ ନିଜର କ୍ଷମତାର ଉପଯୋଗ କରି ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଗଠନ କରିଛନ୍ତି ।
Miscellaneous
କ୍ୟାବିନେଟ୍ ନିଷ୍ପତ୍ତି: ଶୀତଳଭଣ୍ଡାର ପାଇଁ ୬୦% ସବସିଡି, ଗ୍ରୀଡ଼କୋକୁ ୩୧୦୮କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି
ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟ ସେବା କ୍ୟାଡ଼ରରେ ମେଡିକାଲ ଅଫିସର ନିଯୁକ୍ତି,ପଦୋନ୍ନତି ଓ ସେବା ସର୍ତ୍ତାବଳୀକୁ ନିୟନ୍ତ୍ରଣ ପାଇଁ ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା ନିୟମାବଳୀ-୨୦୧୭ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମୋହନ ବାଜିଛି ।
Miscellaneous
୧୩ରୁ ବିଧାନସଭାର ୨୮ଦିନିଆ ଅଧିବେଶନ, ୧୭ରେ ବଜେଟ୍
ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୩ରୁ ୨୧ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ୭ରୁ ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ ।
Miscellaneous
ମନ୍ତ୍ରୀ ହତ୍ୟା ମାମଲା: ଚାଲିଛି ମିଡିଆ ଟ୍ରାଏଲ, ତଦନ୍ତରେ ତ୍ରୁଟି ଜଳଜଳ, ରହସ୍ୟଭେଦ କରିପାରିନି କ୍ରାଇମବ୍ରାଂଚ
ରାଜ୍ୟ ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ହତ୍ୟା ପଛର କ’ଣ କାରଣ ରହିଛି ତାହା ଜାଣିବାରେ କ୍ରାଇମବ୍ରାଂଚ ସକ୍ଷମ ହୋଇନି ।
Miscellaneous
ଧାନ ବିକ୍ରି ପାଇଁ ଟୋକନ୍ ପାଇନାହାନ୍ତି ୨୪ ଜିଲ୍ଲାର ଚାଷୀ, ଅଟକିଛି ୧୭୧୩୬ଟି ଜମିର ଫିଲଡ୍ ସର୍ଭେ
ମୋଟ ୧୯,୦୫,୪୯୦ଟି ଜମିର ସାଟେଲାଇଟ୍ ଫଟୋଚିତ୍ର ମଧ୍ୟରୁ ୧୮,୮୮,୩୫୪ଟି ଜମିର ଫିଲଡ୍ ସର୍ଭେ ଶେଷ ହୋଇସାରିଛି । ବାକି ୧୭୧୩୬ଟି ଜମିର ସାଟେଲାଇଟ୍ ଫଟୋଚିତ୍ରର ଫିଲଡ୍ ସର୍ଭେ ଏବେବି ଶେଷ ହୋଇପାରିନି ।