ପେଟ୍ରୋଲ ପମ୍ପ ଗୁଡିକ ଉପରେ ଏବେ ରାଜ୍ୟ ସରକାରଙ୍କ ନଜର । ଏଣିକି କ୍ୱାଣ୍ଟିଟି, କ୍ୱାଲିଟି ଓ ସର୍ଭିସରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଭାଗୀୟ ଅଧିକାରୀ ଗ୍ରାଉଣ୍ଡ ଜିରୋକୁ ଯାଇ ନିୟମିତ ଭାବେ ପମ୍ପଗୁଡିକ ଯାଞ୍ଚ କରିବେ। ଏପରିକି ଖାଉଟିଙ୍କ ମତାମତ ନେବେ, ଅପମିଶ୍ରଣର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ଦେଖନ୍ତୁ ପୂରା ରିପୋର୍ଟ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ରାଜଧାନୀ ରାସ୍ତାରେ ପ୍ରୟୋଗ ହେବ ଏସ୍ଏମ୍ଏ ଟେକ୍ନୋଲୋଜି
ଏଭଳି ଟେକନିକ୍ ଦ୍ୱାରା ରାସ୍ତାର ଆୟୂଷ ୭ରୁ ୧୦ ବର୍ଷ ବଢ଼ିଯିବ କହିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ। ଏହାଦ୍ୱାରା ରାସ୍ତାର ଅଧିକ ମରାମତି ଦରକାର ପଡ଼ିବନି। ଏଭଳି ଟେକ୍ନୋଲୋଜି ଦ୍ୱାରା ରାସ୍ତାରେ ଖାଲଖମା କମିବ ଓ ଟାୟାର ନଷ୍ଟ ହେବନି।

Miscellaneous
ମହିଳାଙ୍କ ପ୍ରଶ୍ନ- ଆମ ଗାଁକୁ କ’ଣ ପାଇଁ କିଛି ସୁବିଧା ହେବ ନାହିଁ, ଆମେ କ’ଣ ସରକାରଙ୍କର କିଛି ନୁହଁ
‘ଆମ ଗାଁକୁ କିଛି ସୁବିଧା ଯୋଗାଇ ଦିଆଯାଉନାହିଁ। ବଡ଼ ହଇରାଣରେ ଆମେ ରହୁଛୁ। ଆମ ଗାଁକୁ କ’ଣ ପାଇଁ କିଛି ସୁବିଧା ହେବ ନାହିଁ? ଆମ କ’ଣ ସରକାରଙ୍କର କିଛି ନୋହୁଁ। ଆମେ କ’ଣ ସରକାରଙ୍କଠାରୁ କିଛି ପାଇବାକୁ ଯୋଗ୍ୟ ନୋହୁଁ।’

Miscellaneous
ଆଇଏଏସ ମନୀଷ ଅଗ୍ରୱାଲଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା
ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ହତ୍ୟା ମାମଲାରେ ମାଲକାନଗିରି ଏସଡିଜେଏମ୍ କୋର୍ଟ ବାରମ୍ବାର ନୋଟିସ୍ ଜାରି କରିବା ସତ୍ତ୍ୱେ ଶ୍ରୀ ଅଗ୍ରୱାଲ ହାଜର ନହେବାରୁ ଏହି ଗିରଫ ପରୱାନା ଜାରି ହୋଇଥିବା ଜଣାପଡ଼ିଛି ।

Miscellaneous
ଗାଁରେ ଏଲଇଡି ଲାଇଟ୍ ଯୋଜନା : ମିଟର୍ ନ ଲଗାଇ ୪୦% ଚଳୁ!
ସାରା ରାଜ୍ୟରେ ପ୍ରାୟ ୪୫୦ କୋଟି ଟଙ୍କାର ଏଲଇଡି ଲାଇଟ୍ ସ୍କାମ୍ ହୋଇଛି।

Miscellaneous
ଓଡ଼ିଶା ପାଇଁ ହାତ ଖୋଲିଦେଲେ କେନ୍ଦ୍ର ସରକାର: ରେଳବାଇ କ୍ଷେତ୍ରରେ ୧୦,୫୯୯ କୋଟି ବ୍ୟୟବରାଦ
୨୦୨୫-୨୬ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ ଓଡ଼ିଶାର ରେଳବାଇ କ୍ଷେତ୍ର ପାଇଁ ୧୦୫୯୯କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।