ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ‘ଓଡ଼ିଶା ଟେଲିଭିଜନ ନେଟଓ୍ୱର୍କ’ର କୋ-ଫାଉଣ୍ଡର ତଥା ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା। ଏହି ସମୟରେ ଓଟିଭିର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଜଗିମଙ୍ଗତ। ମୁଖ୍ୟମନ୍ତ୍ରୀ ମଧ୍ୟ ଓଟିଭିର ଖବର ପରିବେଷଣ ଶୈଳୀକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଉଭୟ ଉଭୟଙ୍କୁ ଉପହାର ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ।
Also Read
ସାକ୍ଷାତ ଆଲୋଚନା ବେଳେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ଉପସ୍ଥିତ ଥିଲେ। ଜଗି ପଣ୍ଡାଙ୍କ ସହିତ ଓଟିଭି ଗ୍ରୁପର ମାନବ ସମ୍ୱଳ (HR) ମୁଖ୍ୟ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ସି.କେ.ଜେନା, ମୁଖ୍ୟ ବିତ୍ତ ଅଧିକାରୀ(CFO) ସୁଧାକ୍ରିଷ୍ଣ ମାଇତି, ତରଙ୍ଗ ବିଜନେସ୍ ହେଡ୍ (TBCL) ରଞ୍ଜନ ଶତପଥୀ, ଭାଇସ୍ ପ୍ରେସିଡେଣ୍ଟ (Corporate) କାମେଶ୍ୱର ସୁବୁଦ୍ଧି ଓ ଓଟିଭିର ଏକଜିକ୍ୟୁଟିଭ୍ ଏଡିଟର ରାଧାମାଧବ ମିଶ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ଓଡ଼ିଶା ପୁଲିସରେ ଟେଣ୍ଡର ଫିକ୍ସିଂ ଜଳଜଳ: ସନ୍ଦେହଘେରରେ ଗୃହ ବିଭାଗ ଓ ଡିଜିପି ଅଫିସ୍
‘ଉପକୂଳ ସୁରକ୍ଷା ପାଇଁ ଡ୍ରୋନକିଣା’ ହେଉ କି ‘ସିଷ୍ଟମ ଇଣ୍ଟିଗ୍ରେଟର ଚୟନ’ରେ ଟେଣ୍ଡର ପ୍ରକ୍ରିୟା, ସବୁଥିରେ ଅନିୟମିତତା ଜଳଜଳ ଦିଶୁଥିଲେ ମଧ୍ୟ ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି ।

Miscellaneous
ଖୋଲିଲା ହୀରାକୁଦ ଡ୍ୟାମର ୨୦ଟି ଗେଟ୍: ନିଷ୍କାସିତ ହେଉଛି ବର୍ଷର ପ୍ରଥମ ବନ୍ୟାଜଳ
ହୀରାକୁଦ ଡ୍ୟାମରୁ ନିଷ୍କାସିତ ବନ୍ୟାଜଳ କଟକର ମୁଣ୍ଡଳିରେ ପହଞ୍ଚିବାକୁ ପ୍ରାୟ ୩୬ ଘଣ୍ଟା ସମୟ ଲାଗିବ।

Miscellaneous
୩ ଘରୋଇ ବ୍ୟାଙ୍କ ଉପରୁ ହଟିଲା ସରକାରୀ ବ୍ୟାନ୍: ନିଷ୍ପତ୍ତିରେ ୟୁ-ଟର୍ଣ୍ଣକୁ ନେଇ ଉଠିଲା ପ୍ରଶ୍ନ
ମାତ୍ର ୧୫ଦିନ ତଳେ ଯେଉଁ ୩ଟି ଘରୋଇ ବ୍ୟାଙ୍କକୁ ସରକାରୀ ଫ୍ଲାଗସିପ ଯୋଜନାରେ ଖରାପ ପ୍ରଦର୍ଶନ ଏବଂ ସାଧାରଣ ବ୍ୟାଙ୍କିଙ୍ଗ ମାନଦଣ୍ଡରେ ନିରାଶାଜନକ କାର୍ଯ୍ୟର ଅଭିଯୋଗରେ ପ୍ୟାନେଲରୁ ବାଦ୍ ଦେଇଥିଲେ ଆଜି କିଭଳି ସେମାନଙ୍କୁ କ୍ଲିନଚିଟ୍ ଦିଆଗଲା ଓ ସରକାରଙ୍କ ଏହି ୟୁ-ଟର୍ଣ୍ଣକୁ ନେଇ ପ୍ରଶ୍ନ ଉଠିଛି ।

Miscellaneous
ପୁରୀ ହେବ ମହାନଗର ନିଗମ
ପୁରୀ ସହରରେ ବିଶ୍ୱସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
Miscellaneous
୬ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍, ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟା ଜଳ
ଏସ୍ଓପି ଅନୁସାରେ ଗେଟ୍ ଖୋଲା ଯିବାର ୪୮ ଘଣ୍ଟା ପୂର୍ବରୁ ସମସ୍ତଙ୍କୁ ସୂଚନା ଦିଆଯିବ।