/odisha-reporter/media/post_attachments/uploadimage/library/16_9/16_9_0/IMAGE_1695054095.jpg)
Loka Seva Bhavan
ନିର୍ମାଣ ଶ୍ରମିକମାନଙ୍କ ପେନ୍ସନ୍ ବୃଦ୍ଧି କଲେ ରାଜ୍ୟ ସରକାର। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକଙ୍କ ପେନ୍ସନ୍ ବୃଦ୍ଧି କରାଯାଇଛି।
Advertisment
୬୦ ବର୍ଷ ଅତିକ୍ରମ କରିଥିବା ନିର୍ମାଣ ଶ୍ରମିକମାନେ ଏଣିକି ୫୦୦ ଟଙ୍କା ପରିବର୍ତ୍ତେ ମାସିକ ୧୦୦୦ ଟଙ୍କା ପେନ୍ସନ୍ ପାଇବେ। ସେହିପରି ୮୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକମାନେ ୭୦୦ ଟଙ୍କା ପରିବର୍ତ୍ତେ ମାସିକ ୧୨୦୦ ଟଙ୍କା ପେନ୍ସନ୍ ପାଇବେ।
ଏହି ନୂତନ ପେନ୍ସନ୍ ବ୍ୟବସ୍ଥା ୨୦୨୪ ଫେବୃଆରୀ ମାସରୁ ପିଛିଲା ଭାବେ ଲାଗୁ ହେବ। ଏ ବାବଦରେ ଆବଶ୍ୟକୀୟ ଖର୍ଚ୍ଚ ଓଡିଶା କୋଠାବଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ବହନ କରିବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
