Advertisment

କାଲିଠୁ ମଲାଣି ପୁଅ; ଜୀବିତ ଭାବି ସଂସ୍କାର କରୁନାହାନ୍ତି ପରିବାର ଲୋକେ, ଚାଲିଛି ପୂଜାର୍ଚ୍ଚନା

ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରୁଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Redhakhol

Redhakhol

୨୦ ଘଣ୍ଟାରୁ ଅଧିକ ସମୟ ହେଲାଣି ପୁଅ ମରିଗଲାଣି। ହେଲେ ଅନ୍ତିମ ସଂସ୍କାର କରୁ ନାହାନ୍ତି ପରିବାର ଲୋକେ। ପୁଅ ଜୀବିତ ଥିବା ଭାବି ମୃତଦେହକୁ ଘରେ ରଖିଛନ୍ତି। ଗୁଣିଆ ଝଡ଼ାଫୁଙ୍କା କଲେ ପୁଅ ଜିଇଁ ଉଠିବ ବୋଲି ଆଶା ରଖିଛନ୍ତି।

Advertisment

ମଣିଷ ଚନ୍ଦ୍ରପୃଷ୍ଠକୁ ଯାଇ ଗବେଷଣା କରି ଫେରି ଆସିଲାଣି। ହେଲେ ମଣିଷ ଅନ୍ଧ ବିଶ୍ୱାସର ଅନ୍ଧାରୀ ଗଳିରୁ ବାହାରି ପାରୁନାହିଁ। ଚିକିତ୍ସା ବିଜ୍ଞାନ  ଅପେକ୍ଷା ଝଡ଼ାଫୁଙ୍କା ଉପରେ ବିଶ୍ୱାସ ରଖୁଛି।  ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଏନଏସି ୪ନଂ ୱାର୍ଡର ନୂଆସାହିରେ।  ମୃତ ଯୁବକ ଜଣଙ୍କ ବିରେନ କଅଁର। ତାଙ୍କୁ ୨୨ବର୍ଷ ହୋଇଥିଲା। 

ବିରେନଙ୍କ ବାପା ବାହାଦୁର କଅଁରଙ୍କର କିଛି ଦିନ ପୂର୍ବରୁ ପୋଡ଼ଶି ସୁଶୀଲ ନାୟକଙ୍କ ସହ କୈାଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ସୁଶୀଲ ଗୁଣିଗାରେଡି କରି ସମସ୍ତଙ୍କୁ ମାରି ଦେବ ବୋଲି ବାହାଦୁରଙ୍କୁ ଧମକ ଦେଇଥିଲା। ସୁଶୀଲ ଧମକ ଦେବାର ୧୫ ଦିନ ଭିତରେ ବାହାଦୁରଙ୍କ ବଡ଼ ପୁଅ ବିରେନଙ୍କ ଦେହ ଅସୁସ୍ଥ ହୋଇଥିଲା। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଡାକ୍ତର ଦେଖାଇଥିଲେ। ହେଲେ ବିରେନଙ୍କ ଦେହ ଭଲ ହୋଇ ନଥିଲା।

Advertisment

ଗତକାଲି ବିରେନଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପରିବାର ଲୋକେ ତାଙ୍କୁ ରେଢ଼ାଖୋଲ ମେଡିକାଲ ନେଇ ଯାଇଥିଲେ। ସେଠାରେ ଡାକ୍ତର ବିରେନଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଗତକାଲି ଦିନ ୨ଟାଠୁ ଏପର୍ଯ୍ୟନ୍ତ ମୃତଦେହକୁ ପରିବାର ଲୋକେ ଘରେ ରଖିଛନ୍ତି। ପୁଅକୁ କିଏ ଗୁଣି କରି ଏପରି କରିଛି, ସେ ମରି ନାହିଁ, ତାର ନାଡ଼ି ଚାଲୁଛି। ତାର ଗୋଡ଼ହାତ ନରମ ଅଛି ବୋଲି ପରିବାର ଲୋକେ କହୁଛନ୍ତି। ପୁଅକୁ ଗୁଣିଆ ଝଡ଼ାଫୁଙ୍କା କଲେ ପୁଅ ଜିଇଁ ଉଠିବ ବୋଲି ପରିବାର ଲୋକେ ଆଶା ରଖିଛନ୍ତି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରୁଛି। ଏପରିକି ବିରେନଙ୍କୁ ଜୀବିତ କରାଇବାକୁ ଅନ୍ୟ ଅଞ୍ଚଳରେ ପୂଜାର୍ଚ୍ଚନା ଚାଲିଥିବା ସୂଚନା ମିଳିଛି। 

Sambalpur