Advertisment

‘ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଆସିବ ଆଳୁ ବିହନ’

ଶ୍ରୀ ସିଂହଦେଓ କହିଛନ୍ତି, ଗତ ସରକାର ଆଳୁ ମିଶନ୍‌ କରିଥିଲେ। ଯାହା ବିଫଳ ହୋଇଥିଲା। କାରଣ ସମୟ ସୀମା ଭିତରେ ଚାଷୀଙ୍କୁ ବିହନ ଦେଇନଥିଲେ। ଜାନୁଆରୀ ମାସରେ ଚାଷୀଙ୍କୁ ବିହନ ଦିଆଯାଇଥିଲା। ଅର୍ଥାତ ଆଳୁ ଅମଳ ସମୟରେ ଚାଷୀଙ୍କୁ ବିହନ ଦିଆଯାଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Patato

Patato

ଆଳୁ ମିଶନ୍‌ ସଫଳ କରିବା ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର। ଆଳୁ ଚାଷକୁ ସଫଳ କରିବା ପାଇଁ କୋଲକାତା ଗଲା ଏକ ଟିମ୍‌। ଏହି ଟିମ୍‌ ପଶ୍ଚିମବଙ୍ଗରେ ଥିବା ଆଳୁ ଷ୍ଟୋରେଜ୍‌ ସିଷ୍ଟମ୍‌କୁ ଅନୁଧ୍ୟାନ କରିବ। ଏଥିସହ ଏଥର ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଆସିବ ଆଳୁ ବିହନ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ।

Advertisment

ଶ୍ରୀ ସିଂହଦେଓ କହିଛନ୍ତି, ଗତ ସରକାର ଆଳୁ ମିଶନ୍‌ କରିଥିଲେ। ଯାହା ବିଫଳ ହୋଇଥିଲା। କାରଣ ସମୟ ସୀମା ଭିତରେ ଚାଷୀଙ୍କୁ ବିହନ ଦେଇନଥିଲେ। ଜାନୁଆରୀ ମାସରେ ଚାଷୀଙ୍କୁ ବିହନ ଦିଆଯାଇଥିଲା। ଅର୍ଥାତ ଆଳୁ ଅମଳ ସମୟରେ ଚାଷୀଙ୍କୁ ବିହନ ଦିଆଯାଇଥିଲା। ସେଥିପାଇଁ ଆଳୁ ମିଶନ ଫେଲ୍‌ ମାରିଥିଲା। କିନ୍ତୁ ବର୍ତ୍ତମାନର ସରକାର ନଭେମ୍ୱର ପ୍ରଥମ ସପ୍ତାହ ସୁଦ୍ଧା ଚାଷୀଙ୍କୁ ଆଳୁ ବିହନ ଯୋଗାଇଦେବା ପାଇଁ ବ୍ୟବସ୍ଥା କରୁଛନ୍ତି। ଏଥର ଉତ୍ତରପ୍ରଦେଶ ଓ ପଞ୍ଜାବରୁ ଆଳୁ ବିହନ ଆଣାଯାଇ ଚାଷୀଙ୍କୁ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ସିଂହଦେଓ କହିଛନ୍ତି।

ଶୀତଳଭଣ୍ଡାର ନିର୍ମାଣ ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୫୭ଟି ସବ୍‌ଡିଭିଜନ୍‌ରେ ପିପିପି ମୋଡ୍‌ରେ ହାଇବ୍ରିଡ୍‌ ଶୀତଳଭଣ୍ଡାର କରିବା ପାଇଁ ଲୋକଙ୍କୁ ଇନ୍‌ଭାଇଟ୍‌ କରାଯାଇଥିଲା। ଏଥିପାଇଁ ବହୁ ଲୋକ ଆଗ୍ରହୀ ଥିବା ଜଣାଇଛନ୍ତି। ସେମାନେ ପିପିପି ମୋଡ୍‌ରେ ଶୀତଳ ଭଣ୍ଡାଳ ନିର୍ମାଣ କରିବା ପାଇଁ ରାଜିଥିବା କହିଛନ୍ତି। ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶୀତଳଭଣ୍ଡାର ପାଇଁ ବିଧିବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment
BjD Bjp