ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପବ୍ଲିକ ଅଣ୍ଡରଟେକିଂ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି।
ଦେଶର ଗୁରୁତ୍ୱପୂର୍ଣ୍ଣ କମିଟି ଗୁଡିକ ମଧ୍ୟରୁ ପବ୍ଲିକ ଅଣ୍ଡରଟେକିଂ କମିଟି ଅନ୍ୟତମ। ଶ୍ରୀ ପଣ୍ଡା ଏହି କମିଟିର ଅଧ୍ୟକ୍ଷ ହେବାପରେ ଏହା ତାଙ୍କର ଚତୁର୍ଥ ବୈଠକ। ଏହି ବୈଠକରେ ଜାତୀୟ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ ଗୁଡିକରେ ଥିବା ଅବ୍ୟବହୃତ ଜମି ଦେଶର ପ୍ରଗତି ଦିଗରେ କିପରି ବ୍ୟାପକ ବ୍ୟବହାର କରାଯାଇ ପାରିବ, ସେହି ବିଷୟରେ ଆଲୋଚନା ହୋଇଛି।
Also Read
ବୈଠକରେ କଙ୍କର ଇଣ୍ଡିଆ ଓ କୋଙ୍କଣ ରେଳବାଇ ପ୍ରତିନିଧିମାନେ କମିଟି ସମ୍ମୁଖରେ ଉପସ୍ଥିତ ହୋଇ ନିଜର ପକ୍ଷ ରଖିଛନ୍ତି। ଏହି ବୈଠକରେ ଓଡ଼ିଶାରୁ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ସମେତ ଅନ୍ୟ ସଦସ୍ୟ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍
ଡ୍ରାଇଭର୍ ମହାସଂଘର ଆନ୍ଦୋଳନ ଯୋଗୁ ବନ୍ଦ ଥିଲା ବସ୍ ଚଳାଚଳ।

Miscellaneous
ଖବର ବାଜିଲା, ଜିଏ ଉଠିଲା!
ଆଜି ଜିଏ ଓ ବିଡିଏର ଜଏଣ୍ଟ ଏଭିକସନ୍ ସ୍କାଡ୍ ପଟିଆ ଶିଶୁ ବିହାର ଅଂଚଳରେ ପ୍ଲଟ-୪୧୨ରେ କିଟ୍ ଦଖଲରେ ଥିବା ସରକାରୀ ଜମିରୁ ଉଚ୍ଛେଦ ଆରମ୍ଭ କରିଛି। ଏଠାରେ କିଟ୍ ପକ୍ଷରୁ କେତେକ ଛୋଟ ଷ୍ଟୋର ରୁମ୍ କରାଯାଇ ପାଚେରୀ ଘେରାଯାଇଥିଲା। ତା ଭିତରେ ବାଲି ବି ଜମା କରାଯାଇଥିଲା।

Miscellaneous
ଓଡ଼ିଶା ପୁଲିସରେ ଟେଣ୍ଡର ଫିକ୍ସିଂ ଜଳଜଳ: ସନ୍ଦେହଘେରରେ ଗୃହ ବିଭାଗ ଓ ଡିଜିପି ଅଫିସ୍
‘ଉପକୂଳ ସୁରକ୍ଷା ପାଇଁ ଡ୍ରୋନକିଣା’ ହେଉ କି ‘ସିଷ୍ଟମ ଇଣ୍ଟିଗ୍ରେଟର ଚୟନ’ରେ ଟେଣ୍ଡର ପ୍ରକ୍ରିୟା, ସବୁଥିରେ ଅନିୟମିତତା ଜଳଜଳ ଦିଶୁଥିଲେ ମଧ୍ୟ ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି ।

Miscellaneous
ଖୋଲିଲା ହୀରାକୁଦ ଡ୍ୟାମର ୨୦ଟି ଗେଟ୍: ନିଷ୍କାସିତ ହେଉଛି ବର୍ଷର ପ୍ରଥମ ବନ୍ୟାଜଳ
ହୀରାକୁଦ ଡ୍ୟାମରୁ ନିଷ୍କାସିତ ବନ୍ୟାଜଳ କଟକର ମୁଣ୍ଡଳିରେ ପହଞ୍ଚିବାକୁ ପ୍ରାୟ ୩୬ ଘଣ୍ଟା ସମୟ ଲାଗିବ।

Miscellaneous
୩ ଘରୋଇ ବ୍ୟାଙ୍କ ଉପରୁ ହଟିଲା ସରକାରୀ ବ୍ୟାନ୍: ନିଷ୍ପତ୍ତିରେ ୟୁ-ଟର୍ଣ୍ଣକୁ ନେଇ ଉଠିଲା ପ୍ରଶ୍ନ
ମାତ୍ର ୧୫ଦିନ ତଳେ ଯେଉଁ ୩ଟି ଘରୋଇ ବ୍ୟାଙ୍କକୁ ସରକାରୀ ଫ୍ଲାଗସିପ ଯୋଜନାରେ ଖରାପ ପ୍ରଦର୍ଶନ ଏବଂ ସାଧାରଣ ବ୍ୟାଙ୍କିଙ୍ଗ ମାନଦଣ୍ଡରେ ନିରାଶାଜନକ କାର୍ଯ୍ୟର ଅଭିଯୋଗରେ ପ୍ୟାନେଲରୁ ବାଦ୍ ଦେଇଥିଲେ ଆଜି କିଭଳି ସେମାନଙ୍କୁ କ୍ଲିନଚିଟ୍ ଦିଆଗଲା ଓ ସରକାରଙ୍କ ଏହି ୟୁ-ଟର୍ଣ୍ଣକୁ ନେଇ ପ୍ରଶ୍ନ ଉଠିଛି ।