Advertisment

ସ୍ୱାଧୀନତା ଦିବସରେ ଆସିବ ‘ସୁଭଦ୍ରା’ ଏସ୍‌ଓପି

ସୁଭଦ୍ରା ଯୋଜନା ବଜେଟରେ ୧୦ ହଜାର କୋଟି ଟଙ୍କା ଥିଲେ ମଧ୍ୟ ଆବଶ୍ୟକ ପଡିଲେ ଏହା ବଢିପାରେ।

author-image
Ordigital Desk
Subhadra

Subhadra

ସୁଭଦ୍ରା ଯୋଜନା ଏସଓପି ଅଗଷ୍ଟ ୧୫ରେ ଆସିବ। ଏଥିରେ କିଏ ପାଇବେ, କିଏ ପାଇବେନି, ତାର ସ୍ପଷ୍ଟ ଚିତ୍ର ରହିବ। ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡ ହିଁ ଯଥେଷ୍ଟ। ତେବେ ଉଚ୍ଚ ବର୍ଗର ଲୋକ ଏଥିରୁ ବାଦ ପଡିପାରନ୍ତି। ବିଶେଷକରି ଯେଉଁମାନେ ଆୟକର ଦେଉଛନ୍ତି ସେମାନଙ୍କୁ ସରକାର ବାଦ ଦେଇପାରନ୍ତି। ତେବେ ଅଗଷ୍ଟ ୧୫ରେ ଏସଓପି ଆସିବା ପରେ ସୁଭଦ୍ରା ନେଇ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Advertisment

ସେ କହିଛନ୍ତି ଯେ ସୁଭଦ୍ରା ଯୋଜନା ବଜେଟରେ ୧୦ ହଜାର କୋଟି ଟଙ୍କା ଥିଲେ ମଧ୍ୟ ଆବଶ୍ୟକ ପଡିଲେ ଏହା ବଢିପାରେ। ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟରେ ଏହି ଯୋଜନା ଲାଗୁ ହେବ। ସେହିପରି ରାଜ୍ୟରେ ଯେମିତି ଲକ୍ଷପତି ଦିଦିଙ୍କ ସଂଖ୍ୟା ବଢିବ ସେ ନେଇ ତାଙ୍କ ସରକାର କାମ କରୁଛି। ମିସନ ଶକ୍ତି ମା ମାନଙ୍କୁ ଦୁବାଇ ବୁଲାଇନେଲେ ସେମାନଙ୍କ ବିକାଶ ହୋଇଯିବନି ସେମାନଙ୍କ ଏକ୍ସପୋଜର ଭିଜିଟ୍ ଉପରେ ଅଧିକ ଗୁରୁତ୍ବ ଦିଆଯିବ। ସ୍କୁଟି ନେଇ ମିସନ ଶକ୍ତିର ମହିଳାମାନେ ପସ୍ତାଉଛନ୍ତି। ଗତ ସରକାର ସେମାନଙ୍କ ଉପରେ ଋଣ ଭାର ବଢାଇ ଦେଇଛି।

ବିଜେପି ମାଆ ମାନଙ୍କୁ କେବେବି ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରେନି। ବିଜେପି ସେମାନଙ୍କ ବିକାଶ ଉପରେ ଅଧିକ ଗୁରୁତ୍ବ ଦେବ। ମିଶନ ଶକ୍ତି କେବେବି ବନ୍ଦ ହେବନି । ପର୍ଯ୍ୟଟନର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଗତ ଥର ଇକୋରିଟ୍ରେଟରେ ଅନେକ ବାବୁଙ୍କ ବିନା ପଇସାରେ ବିଳାସ ବ୍ୟଶନ କଥା ସାମନାକୁ ଆସିଛି। ଏଥର ସେ ସବୁ ବନ୍ଦ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। 

Advertisment

Subhadra Yojana