ସମ୍ବଲପୁରର କ୍ଷେତରାଜପୁର ଥାନା ଅଞ୍ଚଳରେ ଗତ ୧ ତାରିଖ ରାତିରେ ବାଣ ଫୁଟାକୁ କେନ୍ଦ୍ର କରି ହୋଇଥିବା ଗଣ୍ଡଗୋଳରେ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବାଦଲ ତାଣ୍ଡିଙ୍କର ଆଜି ମୃତ୍ୟୁ ଘଟିଛି। ମୃତକଙ୍କ ଘର ଷ୍ଟେସନପଡ଼ାରେ।
Also Read
ବାଦଲ ତାଣ୍ଡିଙ୍କ ମୃତ୍ୟୁ ଖବର ଆସିବା ପରେ କ୍ଷେତରାଜପୁର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ସେଠାରେ ଏକ ଦୋକାନକୁ ଆଂଶିକ ଭାବେ ଭାଙ୍ଗି ଦିଆଯାଇଛି। ଖବର ପାଇ ଅତିରିକ୍ତ ଏସ୍ପି, ଏସ୍ଡିପିଓ ଓ କ୍ଷେତରାଜପୁର ଥାନା ଅଧିକାରୀ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଦୀପାବଳି ପରଦିନ ଅର୍ଥାତ୍ ୧ ତାରିଖ ରାତିରେ ସହରର ମୁଙ୍ଗାପଡ଼ା ଓ ଷ୍ଟେସନପଡ଼ା ମଧ୍ୟରେ ବାଣଫୁଟାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ଏଥିରେ ୭ରୁ ୮ ଜଣ ଲୋକ ଆହତ ହୋଇଥିଲେ। ତେବେ ବାଦଲ ତାଣ୍ଡି ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ଅସନ୍ତୋଷ ପ୍ରକାଶ କରି ଗତ ୫ ତାରିଖରେ ଲୋକେ ଧାରଣା ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପଞ୍ଚାୟତିରାଜ ମନ୍ତ୍ରୀଙ୍କ କ୍ଷୋଭ ପରେ ବିଭାଗ ଚେତିଲା: ମେସିନ ନୁହେଁ, ଲୋକଙ୍କ ଦ୍ୱାରା କରାଅ ଏନଆରଜିଏସ୍ କାମ
ମନରେଗା ଯୋଜନାର ପ୍ରକଳ୍ପରେ ମଣିଷ ବଦଳରେ ମେସିନ୍ ଉପଯୋଗ କରାଯିବ ନାହିଁ । କେବଳ ବାର୍ଷିକ ମାଷ୍ଟର ସର୍କୁଲାର ୨୦୨୪-୨୫ରେ ଉଲ୍ଲେଖ ଥିବା ମାନଦଣ୍ଡ ଆଧାରରେ ପ୍ରକଳ୍ପ କାର୍ଯ୍ୟରେ ମେସିନ୍ ଉପଯୋଗ ହୋଇପାରିବ ।
Miscellaneous
ସରକାରଙ୍କୁ ଅର୍ଥଚିନ୍ତା: ଭଡ଼ାରେ ଲାଗିବ ଅବ୍ୟବହୃତ ସରକାରୀ ଜମି ଓ କୋଠା
ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଅବ୍ୟବହୃତ ସରକାରୀ ଜମି ଓ କୋଠାଗୁଡ଼ିକର ସଦୁପଯୋଗ କରି ସେଥିରୁ ଅର୍ଥ ଉପାର୍ଜନ ନିମନ୍ତେ ଆବଶ୍ୟକ ଆନୁଷ୍ଠାନିକ କୌଶଳ ଆପଣାଇବା ନିମନ୍ତେ ମୁଖ୍ୟ ସଚିବ ଶ୍ରୀ ଆହୁଜା ପରାମର୍ଶ ଦେଇଛନ୍ତି ।
Miscellaneous
କ’ଣ ପାଇଁ ଛାତ୍ରୀମାନେ ଚାଲିଲେ? ଅସନ୍ତୋଷ ଝାଡ଼ିଲେ ଜିଲ୍ଲାପରିଷଦ ଅଧ୍ୟକ୍ଷା
ଛାତ୍ରୀଙ୍କ ସହିତ ଭାରତୀ ନିଜ ଭାଷା(ଆଞ୍ଚଳିକ ବା ଆଦିବାସୀ)ରେ କଥା ହୋଇଥିଲେ। କେତେକ ଛାତ୍ରୀ ଭାରତୀଙ୍କୁ ସେମାନଙ୍କ ସମସ୍ୟା ବଖାଣି ଥିଲେ। ଏହା ସହ ହଷ୍ଟେଲର ପରିଚାଳନା ବାବଦରେ ଅନେକ ଅଭିଯୋଗ କରିଥିଲେ।
Miscellaneous
ସରକାରୀ ଜମିରେ ଘର ହୋଇଥିଲେ ଚଢିବ ବୁଲ୍ଡୋଜର
ଗରିବଙ୍କୁ ପଟ୍ଟା ପ୍ରଦାନ ନେଇ ମନ୍ତ୍ରୀ କହିଛନ୍ତି, ଗରିବ ଲୋକଙ୍କୁ ପଟ୍ଟା ସହିତ ପକ୍କା ଘର ଦିଆଯିବ। ପ୍ରତି ଶନିବାର ଭୂମିହୀନଙ୍କୁ ଜମି ଦେବା ପାଇଁ ତହସିଲଦାର ଓ ବିଡ଼ିଓଙ୍କ ବୈଠକ ବସିବ। ହିତାଧିକାରୀଙ୍କୁ ପଟ୍ଟା ଓ ଜମି ସହିତ ପକ୍କାଘର ଯୋଗାଇବେ ବିଡ଼ିଓ।
Miscellaneous
ମହୋଦଧିରେ ବିଶ୍ୱ ଦେଖିଲା ଭାରତୀୟ ନୌସେନାର ମହାପରାକ୍ରମ
ରାଷ୍ଟ୍ରପତି ତଥା ୩ ସେନାର କମାଣ୍ଡର-ଇନ-ଚିଫ୍ ଦ୍ରୌପଦୀ ମୁର୍ମୁଙ୍କୁ ଗାର୍ଡ ଅଫ୍ ଅନର ପରେ କମ୍ପି ଉଠିଥିଲା ପୁରୀ ବ୍ଲୁ ଫ୍ଲାଗ୍ ବିଚ୍। ସମୁଦ୍ରର ଘୋ’ ଘୋ’ ଶବ୍ଦକୁ ଚିରି ଆକାଶରୁ ଶୁଭିଥିଲା ବିମାନର ଗୁରୁଗର୍ଜନ। ଚିତାକର୍ଷକ ଫ୍ଲାଏପାଷ୍ଟ୍ ସହ ବମ୍ ବର୍ଷ୍ଟ ମାନୁଏଭର ଦେଖାଇଥିଲେ ୫ଟି ହକ୍ ବିମାନ।