ଲାଞ୍ଚ ନେଉଥିଲେ ଯୋଗାଣ ଅଧିକାରୀ। ମାଡ଼ିବସିଲା ଭିଜିଲାନ୍ସ ବିଭାଗ। ବଲାଙ୍ଗିର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଭାକର ପାତ୍ର ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି। ସରକାରୀ କାର୍ଯ୍ୟାଳୟରୁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ।
Also Read
ବଲାଙ୍ଗିର ଜିଲ୍ଲା ତୁଷୁରାର ଜଣେ ରାଇସ ମିଲ୍ ମାଲିକ ଆଶିଷ କୁମାର ଶର୍ମାଙ୍କଠାରୁ ପଚାଶ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଯୋଗାଣ ଅଧିକାରୀ ପ୍ରଭାକର ପାତ୍ର। ପୂର୍ବ ଯୋଜନା ଅନୁସାରେ ସମ୍ବଲପୁର, ସୋନପୁର ଓ ବଲାଙ୍ଗିର ଭିଜିଲାନ୍ସ ବିଭାଗ ମାଡ଼ିବସିଥିଲା। ଗିରଫ ପ୍ରଭାକର ପାତ୍ରଙ୍କୁ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇଛି। ଏହାପରେ ତାଙ୍କ ବଲାଙ୍ଗିର ସାଲେପାଲିଠାରେ ଥିବା ଘର ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ଭୁବନେଶ୍ୱରରେ ଭିଡ଼ ହ୍ରାସ ପାଇଁ ବ୍ୟାପକ ଯୋଜନା, ବିସ୍ଥାପିତ ହେବେ ୩୬୬ଟି ପରିବାର
ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଗୋଟିଏ ଏଲିଭେଟେଡ୍ କରିଡର, ପଟିଆ ଷ୍ଟେସନ ଛକରୁ ସୁଆଙ୍ଗ ମୌଜା ପର୍ଯ୍ୟନ୍ତ ଦୟାୱେଷ୍ଟ କେନାଲ ରାସ୍ତା ନିର୍ମାଣ, ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ ଏବଂ କଳ୍ପନା ଛକ, ମ୍ୟୁଜିୟମ ଓ ଶିଶୁଭବନ ଛକରେ ୩ଟି ଫ୍ଲାଏଓଭର ସହିତ ଏଜି ଛକରେ ଏକ ଅଣ୍ଡରପାସ୍ ନିର୍ମାଣ ପାଇଁ ଯୋଜନା ରଖାଯାଇଛି ।

Miscellaneous
କେନ୍ଦ୍ରାପଡ଼ାରେ ସ୍ଥାପନ ହେବ ସୁପର ସ୍ପେଶାଲିଷ୍ଟ ଦାତବ୍ୟ ହସ୍ପିଟାଲ୍
ବ୍ଶୀଘ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ୍ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ହେବାକୁ ଯାଉଛି।

Miscellaneous
କ୍ୟାବିନେଟ୍ ବୈଠକ: ବିଜେଡି ଶୈଳୀରେ ଚାଲିଥିଲା ୧୦ମାସ, ଏବେ ‘ରୁଲସ୍ ଅଫ ବିଜିନେସ’କୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ
କ୍ୟାବିନେଟ୍ ବୈଠକ ଓ ଏଜେଣ୍ଡା ପ୍ରସ୍ତୁତି ଆଦିକୁ ନେଇ ‘ରୁଲସ୍ ଅଫ ବିଜିନେସ୍’ର ତୃତୀୟ ଖଣ୍ଡରେ ଥିବା ପ୍ରାବଧାନକୁ ପୁଣିଥରେ କଡ଼ାକଡ଼ି ପାଳନ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

Miscellaneous
ସରକାରଙ୍କ ୟୁ-ଟର୍ଣ୍ଣ: ପୁଣି ଥଇଥାନ ହେବେ ରିଟାର୍ଡ ଅଫିସର, ୮ମାସ ବି ତିଷ୍ଠିଲାନି ନିର୍ଦ୍ଦେଶନାମା
ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିବା ପରେ ୨୦୨୪ ସେପ୍ଟେମ୍ବର ୧୨ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରି ରିଟାର୍ଡ ଅଫିସର ଓ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ କଟକଣା ଜାରି କରିଥିଲେ ।

Miscellaneous
କିନ୍ନରଙ୍କ ପାଇଁ କଲ୍ୟାଣ ବୋର୍ଡ ଗଢ଼ିଲେ ମୋହନ ସରକାର: ମନ୍ତ୍ରୀ ରହିଲେ ଅଧ୍ୟକ୍ଷ
ରାଜ୍ୟରେ ମୋଟ ୨୦୩୩୨ଜଣ କିନ୍ନର ସମୁଦାୟର ବ୍ୟକ୍ତି ରହୁଛନ୍ତି । ତେବେ ବେସରକାରୀ ଭାବେ ଏହି ସଂଖ୍ୟା ଢେର ଅଧିକ ବୋଲି କୁହାଯାଉଛି।