/odisha-reporter/media/post_attachments/uploadimage/library/16_9/16_9_0/IMAGE_1693538049.jpg)
suspect man
ସମୁଦ୍ର ମଝିରେ ମାଛଧରା ବୋଟ୍ ଉପରକୁ ଚଢ଼ିଗଲା ସନ୍ଦିଗ୍ଧ ଯୁବକ। ଯାହାକୁ ଦେଖି ମତ୍ସ୍ୟଜୀବୀମାନେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇପଡ଼ିଥିଲେ। ଘଟଣା ଘଟିଛି ଚିଲିକା ମୁହାଣ ଠାରୁ ୭୧ ମାଇଲ ଦୂର ଗଭୀର ସମୁଦ୍ରରେ। ମତ୍ସ୍ୟଜୀବୀମାନେ ସନ୍ଦିଗ୍ଧ ଯୁବକଙ୍କୁ ନେଇ ପାରାଦୀପ ଆସୁଥିବା ସୂଚନା ମିଳିଛି।
ଓମ୍ ନମ୍ଃ ଶିବାୟ ମାଛ ଧରା ବୋଟ୍ ଗତ ସପ୍ତାହ ତଳେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲା। ବୁଧବାର ରାତିରେ ଚିଲିକା ମୁହାଣ ଠାରୁ ୭୧ ମାଇଲ ଦୂର ଗଭୀର ସମୁଦ୍ରରେ ବୋଟଟି ଅଟକି ଥିଲା। ଏହି ସମୟରେ ଜଣେ ଯୁବକ ଦୌଡ଼ି ସାହାଯ୍ୟରେ ବୋଟ ଉପରକୁ ଚଢି ଆସିଥିଲେ। ଯାହାକୁ ଦେଖି ମତ୍ସ୍ୟଜୀବୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ସହ ଭୟଭୀତ ମଧ୍ୟ ହୋଇପଡ଼ିଥିଲେ। ହଠାତ୍ ଗଭୀର ସମୁଦ୍ର ଭିତରୁ ଯୁବକ ଜଣଙ୍କ କେଉଁଠୁ ଆସିଲେ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଯୁବକ ଜଣକ କେଉଁଠୁ ଭାସି ଆସିଥିବା ଅସହାୟ ବ୍ୟକ୍ତି ନା ଅନୁପ୍ରବେଶକାରୀ ତାହା ସ୍ପଷ୍ଟ ହୋଇନାହିଁ।
ସନ୍ଦିଗ୍ଧ ଯୁବକଙ୍କ ଭାଷା ବୁଝାପଡୁ ନଥିବା ବେଳେ ତାଙ୍କ ନିକଟରୁ ଗୋଟିଏ ATM card ମିଳିଥିବା ସୂଚନା ମିଳିଛି। ଉକ୍ତ ଯୁବକକୁ ଆଣି ମାଛଧରା ବୋଟଟି ପାରାଦୀପ ଆସୁଥିବା ଜଣାପଡ଼ିଛି। କୂଳରେ ପହଞ୍ଚିବା ପରେ ଘଟଣା ଅଧିକ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
