Advertisment

ସହର ଭିତରକୁ ପଶି ଆସିଥିଲା; ଟ୍ରାଙ୍କୁଲାଇଜ କଲା ବନ ବିଭାଗ

ଖାଦ୍ୟ ଅନ୍ୱେଷଣରେ ଶିମିଳିପାଳ ଅଭୟାରଣ୍ୟରୁ ବାରିପଦା ସହର ଭିତରକୁ ପଶି ଆସିଥିଲା ବାଘ।

author-image
Tapaswini Nayak
ଅଦ୍ୟତନ ହୋଇଛି
Tiger tranquilized

Tiger tranquilized

ବାରିପଦା ସହରରେ ବୁଲୁଥିବା କଲରାପତରିଆ ବାଘକୁ ଟ୍ରାଙ୍କୁଲାଇଜ କରିଛି ବନ ବିଭାଗ। ବୁଢୀଖମାରୀ ଅଞ୍ଚଳରୁ ଟ୍ରାଙ୍କୁଲାଇଜ କରିଛନ୍ତି ରେସ୍କ୍ୟୁ ଟିମ୍‌।

Advertisment

ଖାଦ୍ୟ ଅନ୍ୱେଷଣରେ ଶିମିଳିପାଳ ଅଭୟାରଣ୍ୟରୁ ବାରିପଦା ସହର ଭିତରକୁ ପଶି ଆସିଥିଲା ବାଘ। ଆଜି ସକାଳେ ବାରିପଦା ସହର ଭଞ୍ଜପୁର ସ୍ଥିତ  ବୁଢ଼ୀଖମାରିଆ ପ୍ରାଥମିକ ବିଦ୍ୟାଳୟ ନିକଟରେ ବାଘକୁ ଦେଖିବାକୁ ମିଳିଥିଲା। କୁକୁରମାନେ ଜୋରରେ ଭୁକିବାରୁ  କଲରାପତରିଆ ବାଘଟି  ଭୟରେ ପାଚେରି ଡେଇଁ ସ୍କୁଲ ପରିସରରେ ପଶିଯାଇଥିଲା। 

ସ୍ଥାନୀୟ ଲୋକେ ଏହା ଦେଖିବା ପରେ ବନ ବିଭାକୁ ଖବର ଦେଇଥିଲେ। ବନ କର୍ମଚାରୀ ପହଞ୍ଚି ବାଘକୁ ଖୋଜାଖୋଜି କରିଥିଲା। ଶେଷରେ ବୁଢ଼ୀଖମାରିଆରୁ ଟ୍ରାଙ୍କୁଲାଇଜ କରାଯାଇଥିଲା।

Advertisment
Baripada