/odisha-reporter/media/post_attachments/uploadimage/library/16_9/16_9_0/Khordha_1730635278.jpg)
Khordha
ରାଜ୍ୟ ସରକାରଙ୍କୁ ଲଘୁ ଖଣିଜ ପରିବହନ କରୁଥିବା ମିଳିତ ଟ୍ରକ ମାଲିକ ସଂଘର କଡ଼ା ଚେତାବନୀ। ୯ ତାରିଖ ସୁଦ୍ଧା ବାଲି ପରିବହନ ସମସ୍ୟା ସମେତ ଲଘୁ ଖଣିଜ ପରିବହନ ନେଇ ଥିବା ୧୧ ଦଫା ଦାବି ପୂରଣ କର । ନଚେତ୍ ୧୦ ତାରିଖରୁ ବନ୍ଦ ରହିବ ସବୁ ପ୍ରକାର ଲଘୁ ଖଣିଜ ପରିବହନ । ଖୋର୍ଦ୍ଧା ଟ୍ରକ ମାଲିକ ସଂଘ ଆହ୍ୱାନକ୍ରମେ ପାଖାପାଖି ୧୦ ଜିଲ୍ଲାର ୧୫ ଟ୍ରକ ମାଲିକ ସଂଘର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି।
ନଦୀ ବାଲି ପରିବହନ କ୍ଷେତ୍ରରେ ସୁବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ଟ୍ରକ ମାଲିକମାନେ ପରିବହନ ବିଭାଗ ଓ ଲଘୁ ଖଣିଜ ବିଭାଗ ଅଧିକାରୀ ଦ୍ଵାରା ଅଯଥା ଜରିମାନା ତଥା ଶୋଷଣର ଶିକାର ହେଉଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏନେଇ ସରକାରଙ୍କୁ ବାରମ୍ବାର ଅବଗତ କରାଇବା ସତ୍ତ୍ଵେ କୌଣସି ସୁଫଳ ମିଳିନି। ଯଦି ଆଗାମୀ ୯ ତାରିଖ ସୁଦ୍ଧା ସରକାର ସେମାନଙ୍କ ଦାବି ପୂରଣ ନ କରନ୍ତି ୧୦ ତାରିଖରୁ ସାରା ରାଜ୍ୟରେ ଲଘୁ ଖଣିଜ ପରିବହନ କରୁଥିବା ୫ ହଜାରରୁ ଅଧିକ ଟ୍ରକ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚକା ବନ୍ଦ ଆନ୍ଦୋଳନ କରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
