ପୁଲିସ ଗୁଳିରେ ୨ ନକ୍ସଲ ନିହତ

ଉଭୟ ପକ୍ଷ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି ଗୁଳିବିନିମୟ ଚାଲିଥିଲା। ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ।

Representational image

  • Published: Tuesday, 05 September 2023
  • , Updated: 05 September 2023, 11:49 AM IST

ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଲିସ ଗୁଳିରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ଠାରୁ ୨ ଟି ବନ୍ଧୁକ ସହ ବହୁ ପରିମାଣର ବିସ୍ଫୋରକ ଜବତ କରାଯାଇଛି।

ସୁକମା ଏଏସ୍‌ପି ପ୍ରଭାତ କୁମାରଙ୍କ ସୂଚନା ଅନୁଯାୟୀ, ଚିନ୍ତଗୁମ୍ଫା ଥାନା ଅନ୍ତର୍ଗତ ତାଡମେଟଲା ଓ ଦୁଲେର ଜଙ୍ଗଲରେ ଜାଗରକୋଣ୍ଡା ଏରିଆ କମିଟିର ୧୦ରୁ ୧୨ ଜଣ ସଶସ୍ତ୍ର ନକ୍ସଲ ଥିବା ଖବର ମିଳିଥିଲା। ଏହା ପରେ DRG ଓ CRPF ଯବାନମାନେ ଅପରେସନ ଯାଇଥିଲେ। ସେହି ସମୟରେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି ଗୁଳିବିନିମୟ ଚାଲିଥିଲା। ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ।

ସର୍ଚ୍ଚ ଅପରେସନ ବେଳେ ଘଟଣାସ୍ଥଳରୁ ୨ ଜଣ ପୁରୁଷ ନକ୍ସଲଙ୍କ ମୃତଦେହ ସହିତ ବନ୍ଧୁକ ଓ ବିସ୍ଫୋରକ ଜବତ କରାଯାଇଥିଲା।

Related story